ରାତିରେ ଶଙ୍ଖରେ ଜଳ ରଖି ସକାଳେ କରନ୍ତୁ ଏହି କାମ , ଜାଣନ୍ତୁ ମିଳିବ କେଉଁ ଫାଇଦା

ଅଧିକାଂଶ ହିନ୍ଦୁଙ୍କର ଘରେ ଶଙ୍ଖ ଦେଖିବାକୁ ମିଳିଥାଏ। ଏହାକୁ ଠାକୁରଙ୍କ ପାଖରେ ରଖାଯାଇଥାଏ। ଶଙ୍ଖ କେବଳ ହିନ୍ଦୁ ଧର୍ମର ପବିତ୍ର ପ୍ରତୀକ ନୁହେଁ,ବରଂ ଏହାର ଉପଯୁକ୍ତ ବ୍ୟବହାର ମଧ୍ୟ ସ୍ୱାସ୍ଥ୍ୟପ୍ରଦ । ଶଙ୍ଖ ବଜାଇବା ଯେଉଁଭଳି ସ୍ୱାସ୍ଥ୍ୟପକ୍ଷେ ଲାଭଦାୟକ ଠିକ୍‌ ସେହିପରି ଏଥିରେ ପାଣି ରଖି ତାହାର ଉପଯୋଗ କଲେ ବି ଅନେକ ଫାଇଦା ମିଳିଥାଏ । ଏବେ ଆସନ୍ତୁ ସେ ବିଷୟରେ  ଜାଣିବା…

ରାତିସାରା  ଶଙ୍ଖରେ ଜଳ ରଖି ସେଥିରୁ ତିନି ଚାମଚ ପାଣି ପ୍ରତ୍ୟହ ସକାଳେ ସେବନ କରିଲେ  କୋଷ୍ଠକାଠିନ୍ୟ ଭଳି ସ୍ୱାସ୍ଥ୍ୟଗତ ସମସ୍ୟାରୁ ରକ୍ଷା ପାଇ ପାରିବେ । ଠିକ୍‌ ସେହିପରି  ରାତିରେ ଶଙ୍ଖରେ ଜଳ ରଖି ସକାଳେ ଉଠିବାମାତ୍ରେ ସେହି ଜଳକୁ ସାଦା ପାଣିରେ ମିଶାଇ ଆଖି ଧୋଇଲେ ଚକ୍ଷରୁ ଭଲ ରହେ । ଅପରପକ୍ଷରେ ସ୍ନାନପରେ ନିଜର ତ୍ୱଚାରେ ଶଙ୍ଖକୁ ଘଷିଲେ ତ୍ୱଚାର ଔଜଲ୍ୟ ଆସିଥାଏ ।

ଖାଲି ସେତିକି ନୁହେଁ ରାତିରେ ଶଙ୍ଖରେ ଜଳ ରଖି ସକାଳେ ତ୍ୱଚାରେ ଘଷିଲେ କୌଣସି ତ୍ୱଚାଜନିତ ରୋଗ ହୋଇ ନଥାଏ ବୋଲି ମଧ୍ୟ କୁହାଯାଏ । ଶଙ୍ଖରେ କାଲସିଅମ୍‌ ଏବଂ ମିନେରାଲସ୍‌ ଥିବା ହେତୁ ଏହାର ଅନେକ ଉପକାରିତା ରହିଛି । ରାତିସାରା  ଶଙ୍ଖରେ ଜଳ ରଖି ସେଥିରେ  ତିନି ଚାମଚ ଗୁଲାବ ଜଳ ମିଶାଇ କେଶ ଧୋଇଲେ କେଶ ମୁଲାୟମ ଏବଂ  ଘନ ହୋଇଥାଏ ବୋଲି ମଧ୍ୟ କୁହାଯାଏ । ଅପରପକ୍ଷରେ ଶଙ୍ଖ ବଜାଇବା ଦ୍ୱାରା ମସ୍ତିଷ୍କ ଏବଂ ସାରା ଶରୀରରେ ରକ୍ତ ସଞ୍ଚାର ଠିକ୍‌ ହୁଏ ।

ସମ୍ବନ୍ଧିତ ଖବର