ଆଜିକାଲି ଅନେକ ଲୋକ ଉଚ୍ଚ ରକ୍ତଚାପର ଶିକାର ହେଉଥିବାର ଶୁଣିବାକୁ ମିଳୁଛି। ଅତ୍ୟାଧୁନିକ ଜୀବନଶୈଳୀ ଯୋଗୁଁ ଏଭଳି ଘଟୁଥିବା କୁହାଯାଉଛି। ଏହି ରୋଗର ଆଶଙ୍କା ଥାଇ ମଧ୍ୟ ଅଧିକାଂଶ ଲୋକ ସେମାନଙ୍କର ଜୀବନଶୈଳୀରେ ପରିବର୍ତ୍ତନ ଆଣୁନାହାନ୍ତି।
କିନ୍ତୁ ଆପଣ କ’ଣ ଜାଣନ୍ତି ଯେ,ଏହାର ଏକ ସହଜ ଉପାୟ ଅଛି। ପ୍ରତ୍ୟହ କେବଳ ଅଧ ଘଣ୍ଟାଯାଏଁ ସଙ୍ଗୀତ ଶୁଣିଲେ ଉଚ୍ଚ ରକ୍ତଚାପ ହେବାର ଆଶଙ୍କାରୁ ରକ୍ଷା ମିଳିଥାଏ। ତେବେ ସେହି ଗୀତ ନିଜ ମନପସନ୍ଦର ହୋଇଥିବା ଜରୁରୀ।
ଜଣାଶୁଣା ମାନସିକ ରୋଗ ବିଶେଷଜ୍ଞ ଡ଼ ମନୁ ଅଗ୍ରଓ୍ଵାଲ୍ଙ୍କ ମତରେ ସଙ୍ଗୀତ ମନୁଷ୍ୟର ମାନସିକ ଉତ୍ତେଜନା ହ୍ରାସ କରିବାରେ ସହାୟକ ହୋଇଥାଏ। ତା’ ଛଡ଼ା ଏହା ମଣିଷକୁ ଶାନ୍ତି ବି ପ୍ରଦାନ କରିଥାଏ।
ଏକ ଗଷେଣାରୁ ଜଣାଯାଇଛି ଯେ, ନିୟମିତ ରୂପେ ସଙ୍ଗୀତ ଶୁଣିଲେ ସକାରାତ୍ମକ ଭାବନା ବି ବୃଦ୍ଧି ହୋଇଥାଏ। ଖାଲି ସେତିକି ଅନେକ ରୋଗର ଚିକିତ୍ସା ବି ସଙ୍ଗୀତ ଜରିଆରେ ସମ୍ଭବ । ମାନସିକ ଅବସାଦ,ମୁଣ୍ଡ ବିନ୍ଧା ଭଳି ସାଧାରଣ ରୋଗର ଶିକାର ହେଉଥିବା ଲୋକେ ବି ସଙ୍ଗୀତର ସହାୟତା ନେଇପାରନ୍ତି ବୋଲି ଏହି ଗବେଷଣାରେ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/music-1.jpg)