ମାନସିକ ଚାପରେ ରହୁଛନ୍ତି କି ! ମୁକୁଳିବାପାଇଁ କରନ୍ତୁ ଏହି ଛୋଟ ଛୋଟ କାମ

ଅନେକ ସମୟରେ ଆମେ ମାନସିକ ଚାପରେ ରହିଥାଉ । ମାନସିକ ଉତ୍ତେଜନା ହେଲେ ଆମେ ନିରୁପାୟ ହୋଇଯାଉ ।କେହି ନିଜର ରୋଜଗାରକୁ ନେଇ ତ ପୁଣି କେହି ଦାମ୍ପତ୍ୟ ଜୀବନକୁ ନେଇ ତ ପୁଣି କାର୍ଯ୍ୟକ୍ଷେତ୍ର ସମସ୍ୟାକୁ ନେଇ ମାନସିକ ଚାପରେ ରହୁଛନ୍ତି । ଏହି ମାନସିକ ଚାପରୁ ମୁକୁଳିବା ଲାଗି ଲୋକେ ଭିନ୍ନ ଭିନ୍ନ ପଦ୍ଧତି ଅବଲମ୍ବନ କରିଥାଆନ୍ତି । ଧ୍ୟାନ, ଜପ ଓ ବ୍ୟାୟାମ ମଧ୍ୟରେ ଲୋକେ ମାନସିକ ଚାପରୁ ମୁକ୍ତ ହେବା ପାଇଁ ଚେଷ୍ଟା କରିଥାଆନ୍ତି ।
କିନ୍ତୁ ପ୍ରକୃତରେ ମାନସିକ ଉତ୍ତେଜନା ହ୍ରାସ କରିବାର ଚାବିକାଠି ବି ଆମ ହାତରେ ରହିଛି, ଆସନ୍ତୁ ସେ ସଂପର୍କରେ ଜାଣିବା..

ଯଦି ଭୋଜନ ଭିତରେ ଅଧିକ ସମୟରେ ବ୍ୟବଧାନ ହେବ, ତେବେ ଆମେ ଉତ୍ତେଜିତ ହୋଇଯାଇଥାଉ । ଏହା ଫଳରେ ମାନସିକ ଉତ୍ତେଜନା ସ୍ତର ବୃଦ୍ଧି ପାଇଥାଏ । ଏଣୁ ଏହାକୁ ହ୍ରାସ କରିବା ଲାଗି ଉପଯୁକ୍ତ ସମୟ ବ୍ୟବଧାନରେ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଗ୍ରହଣ କରିବା ଉଚିତ ।
ସମୟ ଓ ସୁଯୋଗର ଅଭାବ ହେତୁ ଅନେକ ସମୟରେ ନିଜ ପରିବାରକୁ ଉପଯୁକ୍ତ ସମୟ ଦେଇ ପାରି ନଥାଉ ବା ପରିବାରଠୁଁ ଦୂରରେ ରହିଥାଉ । ଏହାଫଳରେ ଜୀବନରେ ନିଃସଙ୍ଗତା ପରିଲକ୍ଷିତ ହୁଏ । ବେଳେବେଳେ ଏହି ନିଃସଙ୍ଗତା ବି ମାନସିକ ଚାପର କାରଣ ହୋଇଥାଏ । ଏଣୁ ଦୈନନ୍ଦିନ ଜୀବନରେ ସାଙ୍ଗ ସାଥୀ ଓ ପରିବାର ପାଇଁ ନିର୍ଦ୍ଦିଷ୍ଟ ସମୟ ବାହାର କରିବା ଭଲ ।
ଅଫିସରେ ଘଣ୍ଟା ଘଣ୍ଟା ଧରି କାମ କରିବା ଫଳରେ ବି ମସ୍ତିଷ୍କ ଉପରେ ବୋଝ ପଡ଼ିଥାଏ, ଏହା ଆମର ମାନସିକ ଉତ୍ତେଜନାକୁ ବୃଦ୍ଧି କରିଥାଏ । ଏଣୁ ଏଭଳି ସ୍ଥିତିକୁ ନ ଆସିବା ଭଲ । ଅଫିସ କାମର ମଝିରେ ରିଲାକ୍ସ ହେବା ଆବଶ୍ୟକ ।


ସୁସ୍ଥ ଶରୀର ପାଇଁ ଆଠଘଣ୍ଟାର ସୁନିଦ୍ରା ଜରୁରୀ, ହେଲେ ଯେଉଁମାନେ ଏତିକି ସମୟ ଶୋଇ ନ ପାରନ୍ତି, ସେମାନଙ୍କଠାରେ ମାନସିକ ଉତ୍ତେଜନା ଲକ୍ଷଣ ପ୍ରକାଶ ପାଇଥାଏ । ଏଣୁ ସୁନିଦ୍ରା ସହିତ କୌଣସି ପ୍ରକାରର ବୁଝାମଣା ନ କରିବା ଭଲ ।

ସମ୍ବନ୍ଧିତ ଖବର