ଆପଣ ଜାଣିଛନ୍ତି କି ‘ଜାରା’ ବ୍ରାଣ୍ଡ୍‌ ଲୁଙ୍ଗିର ମୂଲ୍ୟ କେତେ ଡଲାର୍‌?

ନୂଆଦିଲ୍ଲୀ: ବହୁ ସମୟରେ ଦେଖାଯାଇଛି ଦେଶୀ ଜିନିଷକୁ ବିଦେଶୀ ରଙ୍ଗରେ ରଙ୍ଗେଇ ଅଧିକ ମୂଲ୍ୟରେ ବିକ୍ରି କରାଯାଇଥାଏ । ପୂର୍ବରୁ ମଧ୍ୟ ଟ୍ଵୁଇଟରରେ ‘ଦଉଡ଼ି ଖଟିଆ’ କୁ ‘ଇଣ୍ଡିଆନ ଡେ ବେଡ଼’ କହି ବିକ୍ରି କରାଯାଇଥିବା ବେଳେ ‘ଚା’ ର ନାମ ପରିବର୍ତ୍ତନ କରି କରାଯାଇଥିଲା ‘ଚାଏ ଟି ଲେଟେ’ । କିନ୍ତୁ ବର୍ତ୍ତମାନ ଯେଉଁ ଦେଶୀ ଜିନିଷକୁ ଫ୍ୟାସନ୍‌ ଫେବ୍‌ କହି ବିକ୍ରି କରାଯାଇଛି, ତାହା ଆପଣ ଶୁଣିବା ମାତ୍ରେ ମୁଣ୍ଡରେ ହାତ ଦେବେ । ଫେମସ ଫ୍ୟାସନ୍‌ ବ୍ରାଣ୍ଡ ‘ଜାରା’ ଏପରି ଏକ ସ୍କର୍ଟ ପ୍ରସ୍ତୁତ କରିଛି ଯାହା ଅବିକଳ ଦେଖିବାକୁ ଭାରତୀୟ ଲୁଙ୍ଗି ଭଳି ।

India.com

ଲୁଙ୍ଗି ଭାରତୀୟ ପୁରୁଷମାନଙ୍କର ପାରମ୍ପରିକ ପୋଷାକ। ଭାରତ ସହ ବାଂଲାଦେଶୀ ଓ ପାକିସ୍ଥାନୀ ପୁରୁଷମାନେ ଏହା ବ୍ୟବହାର କରିଥାଆନ୍ତି। ସାଧାରଣ ଭାବେ ଅଣ୍ଟା ତଳକୁ ଏହା ପିନ୍ଧା ଯାଇଥାଏ । ତେବେ ଜାରା ବ୍ରାଣ୍ଡ ଲୁଙ୍ଗି ପିନ୍ଧିଥିବା ଜଣେ ମଡ଼େଲଙ୍କ ଫଟୋ ସେୟାର କରାଯିବା ସହ କ୍ୟାପସନ୍‌ରେ ଉଲ୍ଲେଖ ରହିଛି କି , ‘ଏହା ଫ୍ଲାଇଙ୍ଗ ସ୍କର୍ଟ , ଯାହାକୁ ପାଦ ପାଖରୁ କୁଞ୍ଚ କରାଯାଇଛି । ଏଥିରେ ସ୍ଲିଟ ଏବଂ ଚେନ ମଧ୍ୟ ରହିଛି ।’ ତେବେ ସାଧାରଣତଃ ଲୁଙ୍ଗି ବଜାରରେ ୨୦୦- ୩୦୦ ଟଙ୍କା ମଧ୍ୟରେ ମିଳିଥାଏ ତେବେ ଟୁଇଟରରେ ଜାରାର ଏହି ଲୁଙ୍ଗିର ଦାମ ରହିଛି ୮୯.୯୦ ଡ଼ଲାର ମାନେ ପ୍ରାୟ ୫ ହଜାର ୭୦୦ ଟଙ୍କା । ବର୍ତ୍ତମାନ ପର୍ଯ୍ୟନ୍ତ ଜାରା କେବଳ ଗୋଟେ ରଙ୍ଗର ଲୁଙ୍ଗି ଲଞ୍ଚ କରିଥିବା ବେଳେ ଭାରତୀୟ ବଜାରରେ ବିଭିନ୍ନ ରଙ୍ଗର ଲୁଙ୍ଗି ଦେଖିବାକୁ ମିଳିଥାଏ। ତେବେ ଟ୍ଵୁଇଟରରେ ‘ଜାରା’ର ଏହି ଲୁଙ୍ଗି ଉପରେ ଅନେକ ଲୋକ କମେଣ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର