ଆପଣ ଯଦି କୌଣସି ପାର୍ଟି ଉତ୍ସବକୁ ଯାଉଛନ୍ତି ଏବଂ ଚାହୁଁଛନ୍ତି ଆପଣଙ୍କର କେଶ ବି କୌଣସିି ହିରୋଇନ୍ଙ୍କ କେଶ ଭଳି ଚିକ୍କଣ ଓ ସିଧା ଦେଖାଯାଉ ବୋଲି ତେବେ ଚିନ୍ତା କରନ୍ତୁ ନାହିଁ। କାହିଁକି ନା, ଆଜି ଆମେ ଆପଣଙ୍କୁ ପାର୍ଲର ନ ଯାଇ ବିନା କୌଣସି କେମିକାଲ୍ ବ୍ୟବହାର ନ କରି ଘରୋଇ ଉପାୟ ଦ୍ୱାରା କେଶକୁ କିପରି ଚିକ୍କଣ ଓ ସିଧା କରାଯାଇପାରିବ ସେହି ବିଷୟରେ ଜଣାଇବୁ। ଆସନ୍ତୁ ଜାଣିବା ଏହା ବିଷୟରେ ....
ଆବଶ୍ୟକୀୟ ସାମଗ୍ରୀ:
୧- ୧୦ ଚାମଚ ଏଲୋଭରା ଜେଲ୍
୨-୧ ଚାମଚ ନଡ଼ିଆର ତେଲ
ପ୍ରସ୍ତୁତି :ପ୍ରଥମେ ଆପଣ ଏଲୋଭରାରୁ ତାହାର ଭିତର ଅଂଶର ଜେଲ୍କୁ ବାହାର କରି ତାହାକୁ ଗ୍ରାଇଣ୍ଡର ସାହାଯ୍ୟରେ ଭଲକରି ପେସିଦିଅନ୍ତୁ। ଏହାପରେ ଆପଣ ଏକ ପାତ୍ରରେ ଏଲୋଭରା ଜେଲ୍ର ୧୦ ଚାମଚ ଏବଂ ଏକ ଚାମଚ ନଡ଼ିଆ ତେଲକୁ ଆଣି ତାହାକୁ ଭଲଭାବରେ ୨ରୁ ୩ ମିନିଟ୍ ପଯ୍ୟର୍ନ୍ତ ଫେଣ୍ଟି ଦିଅନ୍ତୁ। ଏଥିସହିତ ଆପଣ ଆପଣଙ୍କ କେଶର ମୂଳରୁ ଅଗ ପର୍ଯ୍ୟନ୍ତ ଭଲ ଭାବରେ ଏହାକୁ ଲଗାଇ ୧୦ ମିନିଟ୍ ପର୍ଯ୍ୟନ୍ତ ମାଲିସ୍ କରନ୍ତୁ। ଏହାପରେ ଆପଣ ଏହାକୁ ୧ ଘଣ୍ଟା ପର୍ଯ୍ୟନ୍ତ ଆପଣଙ୍କ କେଶ ମଧ୍ୟରେ ଛାଡ଼ି ଦେଇ ଥଣ୍ଡାପାଣି ସାହାଯ୍ୟରେ ଧୋଇଦିଅନ୍ତୁ। ଏହାପରେ ଆପଣ ନିଜେ ହିଁ ଅନୁଭବ କରିବେ କି କିଭଳି ଭାବରେ ଆପଣଙ୍କ କେଶ ପୂର୍ବାପେକ୍ଷା ସିଧା ,ସୁନ୍ଦର ,ଚିକ୍କଣ ଏବଂ ନରମ ହୋଇ ଯାଇଅଛି। ଆଉ ଯଦି ଆପଣ ଏହାର ଭଲ ଫଳାଫଳ ପାଇବାକୁ ଚାହୁଁଛନ୍ତି ତ ,ତେବେ ଆପଣଙ୍କୁ ଏହି ଉପାୟର ଉପଯୋଗକୁ ନିରନ୍ତର ଭାବରେ ୧୦ ଦିନ ପର୍ଯ୍ୟନ୍ତ କରିବାକୁ ପଡ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/maxresdefault.jpg)