ଡାକ୍ତରଙ୍କ ଚେତାବନୀ: କରୋନା ଟିକା ନେବା ପୂର୍ବରୁ କରନ୍ତୁ ନାହିଁ ଏହି ଭୁଲ

ନୂଆଦିଲ୍ଲୀ: ସମଗ୍ର ଦୁନିଆରେ ପୁଣିଥରେ କରୋନା ଭାଇରସ ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଛି। ଟିକା  ଆସିବା ପରେ ଲୋକମାନେ ଆଶ୍ବସ୍ତି ଅନୁଭବ କରିଛନ୍ତି। ଆଉ କେବେ ସେମାନଙ୍କ ଟିକା ନେବାର ପାଳି ଆସିବା ତାହାକୁ ଅପେକ୍ଷା କରିଛନ୍ତି। ଆପଣ ବି ଯଦି କରୋନା ଟିକା ନେବାକୁ ଚାହୁଁଛନ୍ତି ତେବେ କିଛି ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ସ୍ବାସ୍ଥ୍ୟ ବିଶେଷଜ୍ଞ ଏମିତି କିଛି କଥା କହିଛନ୍ତି ଯାହାକି ଟିକା ନେବାର ୨୪ ଘଣ୍ଟା ଭିତରେ ଆଦୌ କରିବା ଉଚିତ ନୁହେଁ।

ସାମାନ୍ୟ ଯନ୍ତ୍ରଣା ହେଲେ ଲୋକମାନେ ଯନ୍ତ୍ରଣାହାରକ ବଟିକା ଖାଇ ଦେଇଥାଆନ୍ତି। ଯଦି ଆପଣଙ୍କୁ ଟିକା ନେବାର ଅଛି ତେବେ ୨୪ଘଣ୍ଟା ପୂର୍ବରୁ କୌଣସି ପ୍ରକାର ଯନ୍ତ୍ରଣା ଦୂର କରିଲା ଭଳି ଔଷଧ ସେବନ କରନ୍ତୁ ନାହିଁ। ଡାକ୍ତରଙ୍କ କହିବାନୁସାରେ ଯନ୍ତ୍ରଣା ଦୂର କରିବାର ଏପରି କିଛି ଔଷଧ ଅଛି ଯାହାକି ଟିକାର ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିପାରେ। ଏଥିପାଇଁ ଟିକା ନେବା ପୂର୍ବରୁ ଏହି ଔଷଧ ସେବନ କରିବା ଉଚିତ ନୁହେଁ।

प्लाज्मा थेरेपी वाले रहें सावधान-

କରୋନା ଟିକା ନେବା ପୂର୍ବରୁ ଆଲକୋହଲ ଜାତୀୟ ପଦାର୍ଥ ଆଦୌ ସେବନ କରନ୍ତୁ ନାହିଁ। ଡାକ୍ତରଙ୍କ କହିବାନୁସାାରେ ମଦ କାରଣରୁ ଆପଣଙ୍କୁ ଡିହାଇଡ୍ରେସନ ଓ ହ୍ୟାଙ୍ଗଓଭର ହୋଇପାରେ,  ଯାହାକି ଟିକାର ପ୍ରଭାବକୁ ହ୍ରାସ କରିପାରେ। ଟିକା ନେବା ପୂର୍ବରୁ ପ୍ରଚୁର ପାଣି ପିଇବା ସହିତ ହାଇଡ୍ରେଟ ରୁହନ୍ତୁ।

ଟିକା ନେବାର ଗୋଟିଏ ରାତି ପୂର୍ବରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଜାଗର ରୁହନ୍ତୁ ନାହିଁ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଭଲ ନିଦ ହୋଇଥିଲେ ଟିକା ଶରୀର ପ୍ରତି ଭଲ ପ୍ରଭାବ ପକାଇଥାଏ। କେବଳ ଯେ ଟିକା ନେବା ପୂର୍ବରୁ ଭଲ ନିଦ୍ରା ନୁହେଁ ଟିକା ନେବା ପରେ ବି ଭଲରେ ଶୋଇବା ଉଚିତ।

କୌଣସି ବି ଦୁଇଟି ଟିକା ଦୁଇଦିନରେ ନେଇ ପାରିବେ। କିନ୍ତୁ କରୋନା ଟିକା କ୍ଷେତ୍ରରେ ଏପରି କରିବାକୁ ଡାକ୍ତର ବାରଣ କରିଛନ୍ତି। ଆପଣ ଯଦି ଜ୍ବର ପାଇଁ କୌଣସି ଟିକା ନେଇଛନ୍ତି ସେହିଦିନ କରୋନା ଟିକା ନେଇ ପାରିବେ ନାହିଁ। ଅତିକମରେ ୧୪ଦିନ ପରେ ଯାଇ କରୋନା ଟିକା ନେବେ। ସେହିପରି କରୋନା ଟିକା ନେଇଥିଲେ ଯଦି ଅନ୍ୟ କୌଣସି ଟିକା ନେବା ଜରୁରୀ ରହିଛି ତେବେ ଅତିକମରେ ୧୪ଦିନ ଅପେକ୍ଷା କରନ୍ତୁ।

କେବଳ ଏତିକି ନୁହେଁ, କୌଣସି ବ୍ୟକ୍ତି ଭୟଭୀତ ହୋଇ କରୋନା ଟିକା ନିଅନ୍ତୁ ନାହିଁ। କରୋନା ଟିକା ନେବା ପୂର୍ବରୁ ନିଜକୁ ପୂରାପୂରି ପ୍ରସ୍ତୁତ ରଖନ୍ତୁ। ସେହିପରି ଟିକା ନେବା ପରେ ହଡବଡ଼ାନ୍ତୁ ନାହିଁ। ଶାନ୍ତିର ସହ ବସି ରହନ୍ତୁ। କାରଣ ଯଦି ଟିକା ନେବା ପରେ କୌଣସି ପାର୍ଶ୍ବପ୍ରତିକ୍ରିୟା ଦେଖାଗଲା ତୁରନ୍ତ ସେଠାରେ ଥିବା ଡାକ୍ତର ଆପଣଙ୍କ ଚିକିତ୍ସା କରି ପାରିବେ।

ଯେଉଁଲୋକମାନେ ଦେଢ଼ ମାସ ପୂର୍ବରୁ କରୋନା ସଂକ୍ରମିତ ହୋଇଛନ୍ତି କିମ୍ବା ଯେଉଁମାନେ ବ୍ଲଡ ପ୍ଲାଜମା/ମୋନୋକ୍ଲୋନଲ ଆଣ୍ଟିବଡ଼ି ଥେରାପି ନେଇଛନ୍ତି ସେମାନେ କରୋନା ଟିକା ନେବାରୁ ନିବୃତ୍ତ ରୁହନ୍ତୁ। ସେହିପରି ଯେଉଁଲୋକମାନଙ୍କୁ କୌଣସି ବି ଔଷଧ ସେବନ କଲେ ଏଲାର୍ଜି ହୋଇଯାଇଥାଏ ସେମାନଙ୍କୁ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବା  ଉଚିତ।

प्रेग्नेंट महिलाएं ना लगवाएं वैक्सीन

ଏଥିସହିତ ଅନ୍ତସତ୍ତ୍ବା ଓ ସ୍ତନ୍ୟପାନ କରୁଥିବା ମହିଳାଙ୍କୁ କରୋନା ଟିକା ନେବା ଉଚିତ ନୁହେଁ। କାରଣ ଏମାନଙ୍କ ଉପରେ ଏଯାବତ କୌଣସି ବି ପ୍ରକାର କ୍ଲିନିକାଲ ପରୀକ୍ଷଣ କରାଯାଇ ନାହିଁ।

ସମ୍ବନ୍ଧିତ ଖବର