କରୋନା ରୋଗର ଜଣା ଅଜଣା କଥା

ଡାକ୍ତର ଡି.ଏନ୍‌. ମହାରଣା

କରୋନା ରୋଗ ପ୍ରଥମେ ଚୀନ୍‌ର ‘ଉହାନ୍‌’ ସହରରୁ ଚିହ୍ନଟ ହୋଇଥିଲା ଯାହାକୁ ‘ସାର୍ସ୍‌ କରୋନା ଭାଇରସ୍‌ ୨’ ଭାବେ ନାମିତ କରାଗଲା। ସାର୍ସ୍‌ର ଅର୍ଥ ହେଉଛି ଏକ ଜଟିଳ ଶ୍ବାସ ରୋଗ। କାରଣ ଏହା ପ୍ରଥମେ ଶ୍ବାସନଳୀକୁ ପ୍ରଭାବିତ କରିଥାଏ। ଏହାପରେ ସ୍ବଚ୍ଛନୀୟ ନିମୋନିଆକୁ ରୂପାନ୍ତରିତ ହୋଇଥାଏ। ଭିଡ୍‌ ନିମୋନିଆ, ଅନ୍ୟ ଭୂତାଣୁ ବା ଜୀବାଣୁ ଜନିତ ନିମୋନିଆ ଭଳି ଆରମ୍ଭ ହୋଇଥାଏ। ଏହି ନିମୋନିଆ ଅନ୍ୟ ନିମୋନିଆଠାରୁ ଅନେକ କ୍ଷେତ୍ରରେ ଅଲଗା। ଫୁସ୍‌ଫୁସ୍‌ରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ଆଦାନ ପ୍ରଦାନରେ ପ୍ରଥମେ ଅସୁବିଧା ହୋଇଥାଏ। ଫଳତଃ ଶରୀରର ଅମ୍ଳଜାନ ପରିମାଣ କମିବା ଦ୍ବାରା ରୋଗୀ ଧଇଁସଇଁ ହୋଇଥାଏ। ଖୁବ୍‌ଶୀଘ୍ର ରୋଗୀକୁ ଅକ୍ସିଜେନ ନଦେଲେ ଅବସ୍ଥା ଅସମ୍ଭାଳ ହୋଇଥାଏ ଓ ଅନେକ କ୍ଷେତ୍ରରେ ରୋଗୀ ମୃତ୍ୟୁ ମୁଖରେ ପଡେ଼।

କରୋନା ନିମୋନିଆର ଦ୍ବିତୀୟ ସ୍ବତନ୍ତ୍ରତା ହେଲା ଏଆର‌୍‌ଡିଏସ୍‌, ଯାହାକୁ ଓଡ଼ିଆରେ ଶ୍ବାସକ୍ରିୟା ଜନିତ ସ୍ବଚ୍ଛନୀୟତା ବୁଝାଏ। ନିମୋନିଆ ଭଲ ହେଲା ପରେ ଫୁସ୍‌ଫୁସ୍‌ ଫାଇବ୍ରୋସିସ୍‌ ହୋଇଥାଏ। ବୟସ୍କ ବ୍ୟକ୍ତି, ଧୂମ୍ରପାନ କରୁଥିବା ବ୍ୟକ୍ତି, ବହୁମୂତ୍ର ରୋଗୀ ଫାଇବ୍ରୋସିସ୍‌ରେ ଅଧିକ ପରିମାଣରେ ଆକ୍ରାନ୍ତ ହୋଇଥାନ୍ତି। ଏହି ଫାଇବ୍ରୋସିସ୍‌ ରୋଗ ବଢ଼ିଚାଲିଲେ ତାକୁ ଏଲ୍‌ସିଏସ୍‌ ବା ବହୁଦିନିଆ କୋଭିଡ୍‌ ଲକ୍ଷଣ ବୋଲି କୁହାଯାଇଥାଏ। କରୋନା ସ˚କ୍ରମଣର ଲକ୍ଷଣ ସବୁ ଅତିକମ୍‌ ସ୍ବଚ୍ଛନୀୟ କିମ୍ବା ବହୁଳ ସ୍ବଚ୍ଛନୀୟ ରୂପ ଧାରଣ କରିପାରେ। ସ୍ବଚ୍ଛନୀୟ ଲକ୍ଷଣମାନଙ୍କ ମଧ୍ୟରେ ସାଇଟୋକାଇନ୍‌ ଷ୍ଟର୍ମ ମଲ୍‌ଟି ଅରଗାନ ଫେଲ୍ୟୁଅର ବା ଯକୃତ ଓ ବୃକକ୍‌ ନଷ୍ଟ ହୋଇଯିବା, ସେପ୍‌ଟିକ୍‌ ସପ୍‌ ନାମକ ଏକ ପ୍ରକାର ଲକ୍ଷଣରେ ରକ୍ତଚାପ ବହୁତ କମିଯାଇଥାଏ। ଏହାଦ୍ବାରା ରୋଗୀ ଅନେକ କ୍ଷେତ୍ରରେ ମୃତ୍ୟୁମୁଖରେ ପଡ଼ିଥାଏ। ଶରୀରରେ ବିଭିନ୍ନ ଅଙ୍ଗ ଯଥା ମସ୍ତିଷ୍କ ଓ ହୃତ୍‌ପିଣ୍ତରେ ହୃଦ୍‌ଘାତ ଓ ମସ୍ତିଷ୍କାଘାତ ହୋଇଥାଏ। ଡି-ଡାଇମର ନାମକ ଏକ ରକ୍ତ ପରୀକ୍ଷା କରି ହୃଦ୍‌ଘାତ ଓ ମସ୍ତିସ୍କାଘାତ ହେବାର ଅଛି କି ନାହିଁ ଜଣାପଡେ଼। ଭଲହୋଇ ଡିସ୍‌ଚାର୍ଜ ହେବା ପରେ କରୋନା ରୋଗୀର ମା˚ସପେଶୀ ଦୁର୍ବଳତା, ସ୍ମରଣଶକ୍ତି ହ୍ରାସ, ମା˚ସପେଶୀ ଦୁର୍ବଳତା, ସାମାନ୍ୟ ଜ୍ବର ଓ କାଶ, ପେଲା ଇତ୍ୟାଦି କିଛି ଦିନ କିମ୍ବା କିଛି ମାସ ପାଇଁ ହୋଇଥାଏ। ସ୍ବଚ୍ଛନୀୟ କରୋନା ରୋଗରୁ ଆରୋଗ୍ୟ ଲାଭ ପରେ ୪ରୁ ୬ମାସ କାଳ ରୋଗୀକୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ।

କରୋନା ରୋଗୀଠାରୁ ସୁସ୍ଥ ଲୋକଙ୍କୁ ବ୍ୟାପିଥାଏ। ବହୁ ସମୟ ଧରି ରୋଗୀର ସ˚ସ୍ପର୍ଶରେ ଆସିଲେ ସୁସ୍ଥ ଲୋକଟି ସ˚କ୍ରମିତ ହୋଇଥାଏ। ନିଶ୍ବାସ ପ୍ରଶ୍ବାସ, କାଶ ଓ ଛିଙ୍କ, ଗୀତ ଗାଇବା ଓ ଜୋର‌୍‌ରେ କଥାବାର୍ତ୍ତା କରିବା ଦ୍ବାରା ବହୁ ପରିମାଣରେ ଭୂତାଣୁ ନିର୍ଗତ ହୋଇଥାଏ। ଏହି ଭୂତାଣୁ ସୁସ୍ଥ ଲୋକର ପାଟି, ନାକ ଓ ଆଖି ଭିତର ଦେଇ ଶରୀରରେ ପ୍ରବେଶ କଲେ ସ˚କ୍ରମଣ ଲକ୍ଷଣ ଦେଖାଦେଇଥାଏ। ରୋଗୀର ଲକ୍ଷଣ ପ୍ରକାଶ ପାଇବାର ଦୁଇଦିନଯାଏ ଓ ଲକ୍ଷଣ ଦେଖାଯିବାର ୧୪ ଦିନ ଯାଏ ରୋଗୀର ରୋଗ ସ˚କ୍ରମଣ କ୍ଷମତା ଥାଏ। ରୋଗୀର ନିବିଡ଼ ସ˚ପର୍କରେ ଆସିବା ଦ୍ବାରା ଏହି ରୋଗ ବ୍ୟାପିଥାଏ।

ରୋଗର ସାଧାରଣ ଲକ୍ଷଣଗୁଡ଼ିକ ହେଲା ଭୋକ କମିବା, ଦୁର୍ବଳ ଲାଗିବା, ଘ୍ରାଣ ଶକ୍ତି ହ୍ରାସ ହେବା, ଧଇଁସଇଁ ହେବା, କାଶ ଓ କଫ ହେବା, ମା˚ସପେଶୀ ବଥା ହେବା, ଜ୍ବର ଅଳ୍ପ ହୋଇପାରେ କିମ୍ବା ବହୁତ ଜୋର‌୍‌ରେ ହୋଇପାରେ। ଘ୍ରାଣ ଶକ୍ତି ହ୍ରାସ ଓ ଜିଭରେ ସ୍ବାଦ ବାରିବା କ୍ଷମତା ହ୍ରାସ ପାଇଥାଏ। କରୋନା ରୋଗର ସ୍ବଚ୍ଛନୀୟ ଲକ୍ଷଣଗୁଡ଼ିକ ହେଲା ଉଠିନପାରିବା, ମାନସିକ ବାଚାଳାମି, ଓଠ ଓ ପାଟି ନୀଳ ପଡ଼ିଯିବା, କାଶରେ ରକ୍ତ ପଡ଼ିବା, ଶ୍ବେତ ରକ୍ତ କଣିକା କମିଯିବା, ବୃକକ୍‌ ଓ ଯକୃତ ନଷ୍ଟ ହେବା ଏବ˚ ଆରମ୍ଭରୁ ବହୁତ ଜ୍ବର ରହିବା। ଶତକଡ଼ା ୨୦ ପ୍ରତିଶତ ରୋଗୀଙ୍କ ଦେହରେ କୌଣସି ଲକ୍ଷଣ ଦେଖାଦିଏ ନାହିଁ। କିନ୍ତୁ ତାଙ୍କର ସ˚କ୍ରମଣ କ୍ଷମତା ଥାଏ। ସେମାନଙ୍କୁ ଚିହ୍ନଟ କରିବା ଦରକାର ଓ ନିସଙ୍ଗ ନିବାସ ବା ଆଇସୋଲେସନ୍‌ ଆବଶ୍ୟକ ଅଟେ। ୟୁରୋପ ଓ ଆମେରିକାରେ ଏହିମାନଙ୍କ ଯୋଗୁଁ ବୋଧହୁଏ ଦ୍ବିତୀୟ ପର୍ଯ୍ୟାୟ ସ˚କ୍ରମଣ ହୋଇ ବହୁତ ଲୋକ ରୋଗରୁ ମୁକ୍ତ ଓ ଆକ୍ରାନ୍ତ ହୋଇଛନ୍ତି। ଭୂତାଣୁ ଦେହରେ ଥିବା ଏସ୍‌ସିଇ ନାମକ ଏକ ଏନ୍‌ଜାଇମ୍‌ ଫୁସ୍‌ଫୁସ୍‌ ଭିତରକୁ ପ୍ରବେଶ କରି ଫୁସ୍‌ଫୁସ୍‌କୁ ନଷ୍ଟ କରାଇଥାଏ। ଭାରତରେ କରୋନା ସ˚କ୍ରମଣ ଜନିତ ମୃତ୍ୟୁହାର ଏହି ଏସ୍‌-ଏନ୍‌ଜାଇମ୍‌ ଦ୍ବାରା ନିର୍ଣ୍ଣୟ ହୋଇଛି ବୋଲି ଜଣାପଡ଼ିଛି। ଏସ୍‌-ଏନ୍‌ଜାଇମ୍‌ ଦୁଇ ରିସେପ୍‌ଟର ହୃତପିଣ୍ତ ଓ ମସ୍ତିସ୍କରେ ବେଶୀ ପରିମାଣରେ ଥିବାରୁ କରୋନା ରୋଗୀ ହୃଦ୍‌ଘାତ ଓ ମସ୍ତିସ୍କାଘାତରେ ପୀଡ଼ିତ ହୋଇଥାଆନ୍ତି।
ଜରାରୋଗ (ଜେରିଆଟ୍ରିକ) ବିଭାଗୀୟ ମୁଖ୍ୟ,
ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲ

ସମ୍ବନ୍ଧିତ ଖବର