ଋତୁସ୍ରାବ ସମୟରେ ମହିଳାମାନେ ରକ୍ତଦାନ କରିବା ସମ୍ପର୍କରେ ଅନେକ ଭ୍ରାନ୍ତ ଧାରଣା ରହିଛି। ରକ୍ତଦାନ ପାଇଁ ଇଚ୍ଛୁକ ମହିଳାମାନଙ୍କୁ ଏସବୁ ନିରୁତ୍ସାହିତ କରିପାରେ। େସଭଳି କେତେକ ଭ୍ରାନ୍ତି ଓ ବାସ୍ତବତା ବିଷୟରେ ଜାଣିବା।

Advertisment

Contractor BlackListed: କଳା ତାଲିକାଭୁକ୍ତ ହେଲା ଠକ ଠିକା ସଂସ୍ଥା: ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ଦେଇ କାମ ହାତେଇବା ଘଟଣାରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ

ଭ୍ରାନ୍ତି: ଋତୁସ୍ରାବ କାଳରେ ରକ୍ତଦାନ ବିପଜ୍ଜନକ। 

ବାସ୍ତବତା: ଋତୁସ୍ରାବରେ ଦିନକୁ ୩୦-୮୦ ମିଲିଲିଟର ରକ୍ତ କ୍ଷୟ ହୋଇଥାଏ, କିନ୍ତୁ ରକ୍ତଦାନରେ ୫୦୦ ମିଲିଲିଟର ରକ୍ତ ନିଆଯାଇଥାଏ। ଏହି ପରିମାଣର ରକ୍ତ କ୍ଷୟକୁ ସୁସ୍ଥ ଶରୀର ସହଜରେ ଭରଣା କରିପାରେ। ତେଣୁ ଋତୁସ୍ରାବ ବେଳେ ରକ୍ତଦାନ ସଂପୂର୍ଣ୍ଣ ସୁରକ୍ଷିତ। 

ଭ୍ରାନ୍ତି: ଋତୁସ୍ରାବ ବେଳେ ଦାନ କରାଯାଇଥିବା ରକ୍ତ ମଇଳା ହୋଇଥାଏ।

ବାସ୍ତବତା: ରକ୍ତଦାନରେ ଧମନୀରୁ ରକ୍ତ ନିଆଯାଏ, ଗର୍ଭାଶୟରୁ ନୁହେଁ। ତେଣୁ ଋତୁସ୍ରାବ ଦାନ କରାଯାଉଥିବା ରକ୍ତକୁ ମଇଳା କରିବାର କୌଣସି ଆଶଙ୍କା ନଥାଏ।
ଭ୍ରାନ୍ତି: ରକ୍ତଦାନ କେନ୍ଦ୍ରରେ ଋତୁମତୀ ମହିଳାଙ୍କୁ ରକ୍ତ ଦେବାକୁ ବାରଣ କରାଯାଏ।

Gajapati Utsav: ଗଜପତି ଉତ୍ସବରେ ଦର୍ଶକଙ୍କ ହୃଦୟ ଜିତିଲେ କଳାକାର

ବାସ୍ତବତା: ଋତୁମତୀ ମହିଳାଙ୍କୁ ରକ୍ତଦାନ ପାଇଁ ବାରଣ କରିବାର କୌଣସି ଡାକ୍ତରୀ ନୀତି ନାହିଁ। ହିମୋଗ୍ଲୋବିନ୍‌ ସ୍ତର ଓ ସ୍ବାସ୍ଥ୍ୟ ଭିତ୍ତିରେ ହିଁ ରକ୍ତଦାନ ଯୋଗ୍ୟତା ସ୍ଥିର କରାଯାଏ। 
ମନରୁ ଏହି ଭ୍ରାନ୍ତିଗୁଡ଼ିକ ଦୂର କରିବା ଦ୍ବାରା ଅଧିକରୁ ଅଧିକ ମହିଳା ରକ୍ତଦାନ କରି ରକ୍ତର ଅଭାବକୁ ଦୂର କରିବାରେ ସାହାଯ୍ୟ କରିପାରିବେ।