ଆଜକାଲି ବହୁ ଲୋକ ଶାକାହାରୀ ହେବାକୁ ପସନ୍ଦ କରୁଛନ୍ତି । ଅନେକ ଲୋକ ନନଭେଜ୍ ଖାଇବା ଛାଡି ଦେଉଛନ୍ତି। କାରଣ ସାଧାରଣତଃ ସମସ୍ତେ ଭାବନ୍ତି ଯେ ଶାକାହାରୀ ହେବା ଭଲ । ନିରାମିଷ ଭୋଜନ ସ୍ୱାସ୍ଥ୍ୟପ୍ରଦ ବୋଲି ଅଧିକାଂଶଙ୍କ ମନରେ ରହିଛି । ଇଣ୍ଡିଆନ୍ ଡାଏଟିସିଆନ୍ ଆସୋସିଏନ୍ ପକ୍ଷରୁ ଏକ ରିପୋର୍ଟ ନିକଟରେ ପ୍ରକାଶ ପାଇଛି ଯାହା ଶାକାହାରୀମାନଙ୍କୁ ଚମକେଇ ଦେଇଛି ।
କିନ୍ତୁ ଏହି ରିପୋର୍ଟରେ କୁହାଯାଇଛି ସମଗ୍ର ଭାରତବର୍ଷରେ ମାତ୍ର ୫୦ ପ୍ରତିଶତ ଲୋକ ସଂପୂର୍ଣ୍ଣ ପ୍ରୋଟିନ୍ ନେଇ ପାରନ୍ତି ନାହିଁ । କେବଳ ଶାକାହାରୀ ଭୋଜନ ଆପଣଙ୍କ ଶରୀରରେ ପ୍ରୋଟିନ୍ର ଅଭାବତା ପୂରଣ କରି ନ ପାରେ । ଏଣୁ ଅନ୍ୟ ଉପାୟରେ ପ୍ରୋଟିନ୍ ଦେବା ଜରୁରୀ ।
ଏହି ରିପୋର୍ଟ ସାମ୍ନାକୁ ଆସିବା ମାତ୍ରେ ଗର୍ଭବତୀ ମହିଳାମାନଙ୍କୁ ସଂପର୍କରେ କେତେକ ପ୍ରଶ୍ନ ଉଠିଛି । ବିଶେଷଜ୍ଞମାନଙ୍କ ମତ ହେଲା ଯେ ଶାକାହାରୀ ଗର୍ଭବତୀ ମହିଳାମାନେ ଅନ୍ୟ ଉପାୟରେ ପ୍ରୋଟିନ୍ ଗ୍ରହଣ କରିବାରେ ସକ୍ଷମ ହୁଅନ୍ତି ନାହିଁ । ତେବେ ସେମାନେ ଖାଦ୍ୟରେ ଦୁଗ୍ଧକୁ ମିଶାଇଲେ ପ୍ରୋଟିନର ମାତ୍ରା ଅନେକାଂଶରେ ପୂରଣ ହୋଇପାରିବ ।
/sambad/media/post_attachments/wp-content/uploads/2018/01/pregnant-mom-300x232.jpg)
ଏହି ରିପୋର୍ଟ ସଂପର୍କରେ ପାଥୋଲୋଜିଷ୍ଟ ବି ସେସି କେରନ୍ଙ୍କ କହିବା ଅନୁଯାୟୀ ପ୍ରୋଟିନ୍କୁ ଅନ୍ୟ ଉପାୟରେ ମଧ୍ୟ ଗ୍ରହଣ କରି ହେବ । ଆମ ଶରୀର ଖାଦ୍ୟ ଶସ୍ୟ ଓ ଡାଲିର ୫:୧ ଅନୁପାତର ଆବଶ୍ୟକତା ଅଛି । ତେବେ ଦୁଗ୍ଧ ୬୫ ପ୍ରତିଶତ ହେବା ଆବଶ୍ୟକ । ଗର୍ଭବତୀ ମହିଳାମାନଙ୍କର ଗର୍ଭସ୍ଥ ଶିଶୁର ପ୍ରତିଦିନ ୨୦ ଗ୍ରାମ୍ ପ୍ରୋଟିନ୍ର ଆବଶ୍ୟକତା ରହିଛି । ଆଇଡିଏର ଅଧ୍ୟକ୍ଷ ନୀଳଂଜନା କହିଛନ୍ତିଯେ ଖାଦ୍ୟରେ ପର୍ଯ୍ୟାପ୍ତ ପ୍ରୋଟିନ୍ ସାମିଲ୍ କରିବା ଉଚିତ ।