କେତେକ ଲୋକ ରାତିରେ ଡ଼ିନର୍ କରିବା ପରେ ସଂଙ୍ଗେ ସଂଙ୍ଗେ ଶୋଇବାକୁ ଚାଲି ଯାଆନ୍ତି। ଏହା ସେମାନଙ୍କର ନିୟମିତ ଅଭ୍ୟାସ। କିନ୍ତୁ ଆପଣ କ’ଣ ଜାଣନ୍ତି କି ଏହା ଏକ ଭଲ ଅଭ୍ୟାସ ନୁହେଁ। ଏହା କ୍ଷତିକାରକ। ଆସନ୍ତୁ ଜାଣିବା ଏଭଳି କରିଲେ,ଆମର କି କି କ୍ଷତି ହୋଇଥାଏ।
ପ୍ରଥମତଃ ରାତ୍ରିଭୋଜନ ପରେ ତତ୍କ୍ଷଣାତ୍ ଶୋଇଲେ ଶରୀରର ଅତିରିକ୍ତ ଓଜନ ବଢ଼ିଥାଏ। ପେଟରେ ଚର୍ବି ବଢ଼ିବା ସହିତ ବଦହଜମିର ସମସ୍ୟା ମଧ୍ୟ ଦେଖା ଦେଇଥାଏ। ଚିକିତ୍ସକମାନଙ୍କ ମତ ଅନୁଯାୟୀ, ଭୋଜନରୁ ଶୟନ ମଧ୍ୟରେ ଅତିକମ୍ରେ ଦୁଇ ଘଣ୍ଟାର ବ୍ୟବଧାନ ରହିବା ଆବଶ୍ୟକ।
ଭୋଜନର ଦଶ ମିନିଟ୍ ପରେ ଅତିକମ୍ରେ ୧୦ରୁ ୧୫ ମିନିଟ୍ ଯାଏଁ ଚାଲିବା ଜରୁରୀ। ଖାଇସାରିବା ପରେ ପରେ ମଧ୍ୟ ତୁରନ୍ତ ଖଟରେ ଗଡ଼ିବା ଠିକ୍ ନୁହେଁ।
photo-blogspot.comଖାଇବାପରେ କିଛି ସମୟ ବସନ୍ତୁ, ପୁଣି ତା’ ପରେ ଚାଲନ୍ତୁ। ପ୍ରକୃତରେ ରାତିରେ ଶରୀରର ମେଟାବଲିକ୍ ରେଟ୍ ଧିମା ହୋଇ ଯାଇଥାଏ।ଏହାଦ୍ୱାରା ଭୋଜନକୁ ହଜମ କରିବାପାଇଁ ଅଧିକ ସମୟ ଲାଗିଥାଏ। ଏଣୁ ରାତ୍ରି ଭୋଜନରେ ଉଚ୍ଚ କ୍ୟାଲୋରି,ଫ୍ୟାଟ୍ ଓ ମସଲାଯୁକ୍ତ ସେବନ ନ କରିବା ଆବଶ୍ୟକ। ପ୍ରଚୁର ମାତ୍ରାରେ ଭୋଜନ କରିଲେ ଗ୍ୟାସ୍ଷ୍ଟ୍ରାଇଟିସ୍ ଓ ହାର୍ଟବର୍ଣ୍ଣ ଭଳି ସମସ୍ୟା ମଧ୍ୟ ଉପୁଜିଥାଏ। ଏଣୁ ରାତିିରେ ହାଲୁକା ଖାଦ୍ୟ ଗ୍ରହଣ କରିବା ଉଚିତ। ଖାଲି ସେତିକି ନୁହେଁ ଶୋଇବାର ଦୁଇ-ତିନି ଘଣ୍ଟା ଆଗରୁ ମଧ୍ୟ କଫି ପିଇବା ଉଚିତ୍ ନୁହେଁ।ହଁ ରାତିରେ ଶୋଇବା ଆଗରୁ ଦୁଧ ପିଇବା ଉଚିତ।ଏହା ଭଲ ନିଦ ଆଣିବାରେ ସହାୟକ ହୋଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/sleeping-well-female-10-lybrate.jpg)