ଏମିତି ଅନେକ ଉପାଦେୟ ଫଳଅଛି ଯାହା ଆମେ ପ୍ରତିଦିନ ଖାଇଥାଉ। ଏଥିଭିତରୁ ଗୋଟି ହେଲ। କଦଳୀ । ଏଥିରେ  ପ୍ରଚୁର ମାତ୍ରାରେ ପୋଟାସିଅମ୍‌,ଫାଇଭର ଓ ମାଗ୍ନେସିଅମ୍‌ ଥାଏ। ଏହା ଶରୀରକୁ ପୋଷଣ ତତ୍ତ୍ୱ ଯୋଗାଇଥାଏ। କଦଳୀ ଖାଇଲେ ବ୍ୟକ୍ତିର ଶକ୍ତି ସ୍ତର ବଢ଼ିଥାଏ। ଏଣୁ ପ୍ରତିଦିନ କଦଳୀ ଖାଇବା ଉଚିତ। କିନ୍ତୁ କେବେ ବି ଖାଲି ପେଟରେ କଦଳୀ ଖାଇବା ଅନୁଚିତ।ଏହା ଫଳରେ ପେଟରେ ଅମ୍ଳ ସୃଷ୍ଟି ହୋଇଥାଏ। ମନେ ରଖନ୍ତୁ ମଧ୍ୟାହ୍ନ ଭୋଜନ ପରେ କଦଳୀ ସେବନ କରିବା ସବୁଠାରୁ ଲାଭଦାୟକ। ଆଉ ଏକ କଥା ହେଲା ଯେ ଅଧ କପ୍‌ ଉଷୁମ ପାଣି ପିଇବା ପରେ ଯଦି ଆପଣ ପାଚିଲା କଦଳୀ ଖାଆନ୍ତି, ତେବେ ତାହା ଆପଣଙ୍କ ତ୍ୱଚାରେ ବି ଚମକ ଆଣି ଦେବ। କଦଳୀରେ ଭିଟାମିନ୍‌ ସି, ବି ୬ ଆଦି ରହିଛି। ଏଣୁ ଏହା ତ୍ୱଚାକୁ ମଧ୍ୟ ସୁସ୍ଥ ରଖିଥାଏ।

Advertisment

publive-image

କଦଳୀରେ ଏତେ ପରିମାଣରେ ଭିଟାମିନ୍‌ ଥାଏ, ତାହା ଶରୀରକୁ ଶକ୍ତ କରିବାରେ ବି ସହାୟକ ହୋଇଥାଏ। ଏହା ରକ୍ତଚାପକୁ ମଧ୍ୟ ନିୟନ୍ତ୍ରିତ କରିଥାଏ।କଦଳୀ ଓ ଗରମ ପାଣି ଶରୀରରେ ସୋଡିଅମ୍‌ର ସ୍ତରକୁ ସନ୍ତୁଳିତ କରିବାରେ ସହାୟକ ହୋଇଥାଏ। କେତେକ ଲୋକ ମନେ କରନ୍ତି ଯେ କଦଳୀ ଖାଇଲେ ଓଜନ ବଢେ, କିନ୍ତୁ ଏହା ସତ୍ୟ ନୁହେଁ। ଏଥିପାଇଁ ଗରମ ପାଣି ପିଇବା ପରେ କଦଳୀ ଖାଇବା ସ୍ୱାସ୍ଥ୍ୟପ୍ରଦ ବୋଲି ବିଚାର କରାଯାଏ।