ଜାଣନ୍ତୁ କେଉଁ ପରିସ୍ଥିତରେ ଆଖୁରସ ପିଇବା ଉଚିତ ନୁହେଁ

ଆଖୁରସ ଏକ ଗୁଣକାରୀ ପାନୀୟ, କାରଣ ଏଥିରେ କାଲସିୟମ୍‌, ପଟାସିୟମ୍‌, ଆଇରନ୍‌, ମାଗ୍ନେସିୟମ ଓ ଫସଫରସକ ଭଳି ଆବଶ୍ୟକୀୟ ପୋଷଣକାରୀ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି । ଏହା ଛଡା ଆଖୁରସ ଶରୀରରେ ରକ୍ତ ସଞ୍ଚାଳନକୁ ବି ଠିକ୍‌ କରିଥାଏ । କିନ୍ତୁ ଆପଣ ଜାଣନ୍ତି କି କେତେକ ଅବସ୍ଥାରେ ଆଖୁରସ ପିଇବା ଉଚିତ ନୁହେଁ ।
-ଯଦି ଆପଣଙ୍କୁ କାଶ ହେଉଛି, ତେବେ ଆଖୁ ରସ ପିଇବା ଉଚିତ୍‌ ନୁହେଁ । ଏଭଳି ସମୟରେ ତାହା ପାନ କଲେ ଶରୀରରେ କଫର ସମସ୍ୟା ଦେଖାଯାଇଥାଏ ।
– ଯଦି ଆପଣଙ୍କ ପେଟ କାଟୁଥିବ, ତେବେ ବି ଆଖୁରସ ପିଇବା ଅନୁଚିତ ।
– ଆଖୁରସରେ ପ୍ରଚୁର ପରିମାତ୍ରାରେ ସୁଗାର୍‌ ଥିବା ହେତୁ ଯଦି ଆପଣ ମଧୁମେହ ରୋଗୀ ହୋଇଥାଆନ୍ତି, ତେବେ ତାହା ବର୍ଜନୀୟ । କାରଣ ଆଖୁରସ ମଧୁମେହ ରୋଗୀଙ୍କ ପାଇଁ ବିଷ ସଦୃଶ ।

photo-youtube

– ଯଦି ଆପଣଙ୍କର ଓଜନ ଅଧିକ ହୋଇଥାଏ, ତେବେ ମଧ୍ୟ ଆଖୁରସ ପିଇବା ଅନୁଚିତ । କାରଣ ଏଥିରେ ଅଧିକ ମାତ୍ରାରେ କାଲୋରି ଓ ସୁଗାର୍‌ ଥାଏ, ଯାହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ।

ସମ୍ବନ୍ଧିତ ଖବର