ପିଜୁଳି ଓ କଦଳୀକୁ ଏକାଠି ଖାଇବା ଉଚିତ ନୁହେଁ , ଜାଣନ୍ତୁ ଅନ୍ୟ କେଉଁ ଫଳପାଇଁ ବି ଏହା ପ୍ରଯୁଜ୍ୟ

ଆମେ ପ୍ରଚୁର ମାତ୍ରାରେ ଫଳ ଓ ପରିବା ଖାଇଥାଉ। କିନ୍ତୁ ଯଦି ଏମିତି ଫଳ ବି ଅଛି, ଯେଉଁ ଦୁଇଟିକୁ ଏକା ସାଙ୍ଗରେ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ, ଆସନ୍ତୁ ଜାଣିବା କେଉଁ ଫଳ ସହ କେଉଁ ଫଳ ଖାଇବା ଅନୁଚିତ।
ପିଜୁଳି ଓ କଦଳୀ: ଏ ଦୁଇ ଫଳ ବି ଏକାଠି ଖାଇବା ଅନୁଚିତ। କାରଣ ଏହା ଦ୍ୱାରା ଏସିଡିଟି ଓ ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ଉପୁଜିଥାଏ। ତା’ଛଡା ମୁଣ୍ଡବିନ୍ଧା ବି ହୋଇଥାଏ।
କମଳା ଓ ଗାଜର: କମଳା ଓ ଗାଜର ଏ ଭଳି ଦୁଇ ଫଳ ଯାହାକୁ ଏକା ସାଙ୍ଗେ ଖାଇବା ଉଚିତ ନୁହେଁ। ଏହାକୁ ଏକା ସାଙ୍ଗେ ଖାଇଲେ ମୁଣ୍ଡବିନ୍ଧା ହେବାର ଆଶଙ୍କା ଥାଏ। ତା’ଛଡା କିଡନି ଖରାପ ହେବାର ମଧ୍ୟ ଆଶଙ୍କା ଅଧିକ।


ପାଚିଲା ଅମୃତଭଣ୍ଡା ଓ ଲେମ୍ବୁ: ଏହି ଦୁଇ ଫଳକୁ ଏକା ସଙ୍ଗେ ଖାଇଲେ ଶରୀରରେ ହିମୋମ୍ଲୋବିନର ଅସନ୍ତୁଳନ ଘଟିଥାଏ। ପିଲାମାନଙ୍କ ପାଇଁ ଏହା ଅତି ହାନିକାରକ ।

ସମ୍ବନ୍ଧିତ ଖବର