ଏସବୁ କଥା ଜାଣିବାପରେ ଆପଣ କେବେ ବି ଏହାକୁ ଫୋପାଡିବାର ଭୁଲ୍‌ କରିବେ ନାହିଁ !

ଯେତେବେଳେ କ୍ଷୀର ଛିଡ଼ିଯାଏ,ସେଥିରୁ ଆମେ ଛେନା ପ୍ରସ୍ତୁତ କରିଥାଉ। ହେଲେ ଏହାସହିତ ଆମେ ଆଉ ଏକ ଭୁଲ୍‌ କରି ବସୁ, କାରଣ ଛେନା ପ୍ରସ୍ତୁତି ସରିବା ପରେ ସେଥିରେ ଯେଉଁ ପାଣି ରହିଯାଏ ତାହାକୁ ଆମେ ଫୋପାଡ଼ି ଦେଇଥାଉ। ତେବେ ଯେଉଁ ପାଣିକୁ ଆମେ ଅଯଥା ଭାବି ଫୋପାଡ଼ିଥାଉ, ତାହା କେତେ ଉପକାରୀ ସେ ବିଷୟରେ ଆମକୁ ଆଦୌ ଧାରଣା ନଥାଏ।  ଛେନା ପାଣିରେ ପ୍ରୋଟିନ୍‌ର ମାତ୍ରା ଭରପୁର ସାଂଗକୁ ପୌଷ୍ଟକ ତତ୍ତ୍ୱ ବି ରହିଛି। ଏବେ ଆସନ୍ତୁ ଜାଣିବା ,ଛେନା ପାଣିର କିଭଳି ଉପଯୋଗ କରିପାରିବା…..

୧-ଅଟା ଚକଟିବା ବେଳେ କରନ୍ତୁ ଛେନା ପାଣିର ପ୍ରୟୋଗ:- ଅଟା ଦଳିବା ବେଳେ ଆପଣ ସାଧାରଣ ପାଣି ବଦଳରେ ଛେନା ପାଣିର ପ୍ରୟୋଗ କରନ୍ତୁ। ଏହି ପାଣିରେ ପ୍ରସ୍ତୁତ ଅଟାର ରୁଟି ନରମ ହେବା ସହିତ ପୌଷ୍ଟିକ ମଧ୍ୟ ହୋଇଥାଏ।

୨-ତରକାରିର ଗ୍ରେଭି କରିବାରେ ପ୍ରୟୋଗ କରନ୍ତୁ ଛେନାର ପାଣି:- ପନିପରିବା ତରକାରି କଲାବେଳେ ଆପଣ ପାଣି ବଦଳରେ ଛେନା ପାଣିର ବ୍ୟବହାର କରନ୍ତୁ। ଏହା କରିବା ଦ୍ୱାରା ପ୍ରସ୍ତୁତ ତରକାରି ସ୍ୱାଦିଷ୍ଟ ହେବା ସାଂଗକୁ ଆମକୁ ଫାଇଦା ମଧ୍ୟ ଦେଇଥାଏ।

photo-indiamates

୩-ସୁପ୍‌ ,ଚାଓମିନ୍ ଓ ପାସ୍ତା ପ୍ରସ୍ତୁତି ପାଇଁ :ଏଥିସହିତ ସୁପ୍‌, ଚାଓମିନ୍ ଓ ପାସ୍ତା ପ୍ରସ୍ତୁତ କରିବା ସମୟରେ ଆପଣ ଛେନା ପାଣିର ପ୍ରୟୋଗ କରନ୍ତୁ।

ସମ୍ବନ୍ଧିତ ଖବର