ସାଧାରଣତଃ ଜୀବନରେ ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କ ସାଙ୍ଗସାଥି,ପ୍ରେମିକ,ପ୍ରେମିକା,ଭାଇ ଭଉଣୀ ଓ ଗୁରୁଜନସ୍ଥଳୀୟ ସମସ୍ତ ବର୍ଗର ଲୋକଙ୍କୁ କିଛି ନା କିଛି ଉପହାର ସଦୃଶ ଦେଇଥା’ନ୍ତି।ଯେଉଁ ପ୍ରକ୍ରିୟାଟି କି କାହୁଁ କେତେଦିନରୁ ପ୍ରଚଳିତ ହୋଇଚାଲିଆସୁଛି।ହେଲେ ବାସ୍ତୁଶାସ୍ତ୍ରରେ ଏପରି କିଛି ଜିନିଷକୁ ଉପହାରରେ ଦେବାକୁ ବାରଣ କରାଯାଇଛି।ଯାହାକୁ ଉପହାରରେ ଦେବାଦ୍ୱାରା ବ୍ୟକ୍ତିର ସୌଭାଗ୍ୟ ଦୁର୍ଭାଗ୍ୟରେ ବଦଳିଯାଇଥାଏ।
ତେବେ କ’ଣ ଏହି ସବୁ ସାମଗ୍ରୀ,ଆସନ୍ତୁ ଜାଣିବା!.......
୧-ରୁମାଲ୍:ଆପଣମାନେ ହୁଏତ କେଉଁଠାରୁ ନା କେଉଁଠି ରୁମାଲ୍କୁ ଉପହାରରେ ଦେବାକୁ ବାରଣ କରାଯାଇଥିବା ବିଷୟରେ ଶୁଣିଥିବେ ନିଶ୍ଚୟ।କାହିଁକିନା ଏହାକୁ ଉପହାରରେ ଦେଲେ ଆପଣ ଦୁଇଜଣଙ୍କ ମଧ୍ୟରେ ନକାରାତ୍ମକତା ଆସିଥାଏ।ଅର୍ଥାତ୍ ରୁମାଲ୍କୁ ଉପହାରରେ ଦେବା ଦ୍ୱାରା ଆପଣଙ୍କ ସଂପର୍କ ଉପରେ ଏହା ତାହାର ଖରାପ ପ୍ରଭାବକୁ ପକାଇଥାଏ।
୨-ଲୁହାର ସାମଗ୍ରୀ କିମ୍ବା ଧାରୁଆ ଜିନିଷ:-ଲୁହାର ସମାଗ୍ରୀ ଓ ଧାରୁଆ ଜିନିଷକୁ ଉପହାର ଦେବାକୁ ବାସ୍ତୁଶାସ୍ତ୍ରରେ ବାରଣ କରାଯାଇଛି,କାହିଁକିନା ଏହାଦ୍ୱାରା ସଂପର୍କରେ ଫାଟ ସୃଷ୍ଟି ହୁଏ ବୋଲି ବିଶ୍ୱାସ କରାଯାଏ।
୩-ଭଗବାନଙ୍କ ଫଟୋ ବା ମୂର୍ତ୍ତି:-ଭଗବାନଙ୍କ ଫଟୋ ବା ମୂର୍ତ୍ତିକୁ ଉପହାରରେ ଦେବାକୁ ମଧ୍ୟ ବାସ୍ତୁଶାସ୍ତ୍ରରେ ବାରଣ କରାଯାଇଛି।ତଥାପି ଯଦି ଆପଣ କାହାରିକୁ ଏହାର ଗିଫ୍ଟ କରୁଥା’ନ୍ତି ତ,ତେବେ ଏହାର ସ୍ଥାପିତ ଓ ନିୟମ ବିଷୟରେ ବୁଝାଇ କୁହନ୍ତୁ।ନତୁବା ଏହାଦ୍ୱାରା ଆପଣ ଯାହାଙ୍କୁ ଉପହାରରେ ଦେଉଛନ୍ତି,ତାଙ୍କର କ୍ଷତି ହେବା ସହିତ ଆପଣଙ୍କର ବି କ୍ଷତି ହୋଇଥାଏ।
photo-upload.wikimedia.org୪--ପାଣିର ସୋ’ପିସ୍ ବା ଆକ୍ୟୁାରିଅମ୍ :ଆଜିକାଲି ବହୁତ କ୍ଷେତ୍ରରେ ଦେଖାଯାଇଥାଏ କି ପାଣିର ସୋ’ ପିସ୍ ବା ଆକ୍ୟୁାରିଅମ୍କୁ ବହୁତ ଲୋକେ ଉପହାରରେ ଦେଉଛନ୍ତି।କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ, ଆପଣ ଯଦି ଏମିତି କରୁଥା’ନ୍ତି ତ;ତେବେ ଆପଣଙ୍କୁ ଧନର ବହୁତ କ୍ଷତି ସହିବାକୁ ପଡ଼େ। ତେଣୁ ଆପଣ ଏହାକୁ କେବେ ବି ଉପହାରରେ ଦିଅନ୍ତୁନି।
୫-ନିଜ ବାଣିଜ୍ୟ ତଥା ପାଠପଢ଼ା ଜନିତ ଜିନିଷ:ଏଥିସହିତ ବାସ୍ତୁଶାସ୍ତ୍ରରେ ବ୍ୟକ୍ତିର ବାଣିଜ୍ୟ ତଥା ପାଠପଢ଼ା ଜନିତ ଜିନିଷକୁ ଗିଫ୍ଟରେ ଦେବାକୁ ମଧ୍ୟ ମନା କରାଯାଇଛି। କାହିଁକିନା ଏହାଦ୍ୱାରା ଆପଣଙ୍କୁ କ୍ଷତି ସହିବାକୁ ପଡ଼ିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Hankie_HCP-072.jpg)