ଯଦି ପ୍ରେମିକା ବା ପତ୍ନୀ ଆପଣଙ୍କୁ ଏହି  ତିନୋଟି ପ୍ରଶ୍ନ ପଚାରନ୍ତି  ତେବେ ତୁରନ୍ତ  ‘ନା’ କହନ୍ତୁ

ସେମିତିରେ ଦେଖିବାକୁ ଗଲେ ଝିଅମାନେ କୌଣସି କଥାରେ ନା ଶୁଣିବାକୁ ପସନ୍ଦ କରନ୍ତି ନାହିଁ । ଖାସ୍‌ କରି ସେମାନଙ୍କର ପ୍ରେମିକ ବା ସ୍ୱାମୀଙ୍କଠାରୁ ତ ଜମା ବି ନୁହଁ । କେବେ କେବେ କିଛି ପୁରୁଷ  ସତ୍ୟବାନ ହେବାକୁ ଯାଇ ସେମାନଙ୍କ ପତ୍ନୀ କିମ୍ବା ପ୍ରେମିକା ପଚାରୁଥିବା ପ୍ରଶ୍ନର ଉତ୍ତରରେ ସତ କହି ଦିଅନ୍ତି, ଯାହାକି ସେମାନଙ୍କୁ ଅସୁବିଧାରେ ପକାଇଥାଏ । ତେବେ କୌଣସି ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ୧୦ଥର ଭାବି ଉତ୍ତର ଦିଅନ୍ତୁ । ଯଦି ଏପରି ନ କରିବେ ସେଦିନ ଝଗଡ଼ା ହେବା ସୁନିଶ୍ଚିତ । ଆଜି ଆମେ ଆପଣଙ୍କୁ ଜଣାଇବୁ ମହିଳାମାନଙ୍କର ତିନୋଟି ପ୍ରଶ୍ନ ବିଷୟରେ,ଯାହାର ଉତ୍ତର ଆପଣ କେବଳ ‘ହିଁ’ ଦେଲେ ହିଁ ଆପଣଙ୍କ ପାଇଁ ଭଲ । ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ?

୧. ମୁଁ ମୋଟା ଦିଶୁନି ତ ? ଏହି ପ୍ରଶ୍ନ ଅତି ସାଧାରଣ ହୋଇଥିଲେ ମଧ୍ୟ ଏହାର ଉତ୍ତର ‘ହଁ’ ରେ ଦେଲେ ଏହାର ପ୍ରଭାବ ଅସାଧାରଣ ହୋଇ ଯାଇଥାଏ । ପ୍ରତି ଦୁଇ ଦିନରେ ଥରେ ଆପଣଙ୍କ ସ୍ତ୍ରୀ ଆପଣଙ୍କୁ ଏହା ପଚାରୁଥିବେ ନିଶ୍ଚୟ । ତେବେ ଆପଣଙ୍କୁ ତାଙ୍କର ଏହି ପ୍ରଶ୍ନକୁ ବୁଝିବାକୁ ପଡ଼ିବ । ସେମାନେ ନିଜ ଓଜନ ନୁହେଁ ବରଂ ପିନ୍ଧିଥିବା ପୋଷାକକୁ ଆପଣ ପ୍ରଶଂସା କରନ୍ତୁ ବୋଲି ଚାହିଁଥାନ୍ତିା ସେ ସମୟରେ ଆପଣ ତାଙ୍କୁ ଭଲ ରୋମାଣ୍ଟିକ୍‌ ଅନ୍ଦାଜରେ ଦେଖିବା ସହ ତାଙ୍କୁ ଏବଂ ତାଙ୍କ ପୋଷାକକୁ ପ୍ରଶଂସା କରନ୍ତୁ । ଦେଖିବେ ସେ ଖୁସି ହୋଇଯିବେ । ମୋଟା ଲାଗୁଥିଲେ ମଧ୍ୟ ତାଙ୍କର ଭୁରି ଭୁରି ପ୍ରଶଂସା କରନ୍ତୁ ।

୨.ମୋ ସାଙ୍ଗ ମୋ ଠାରୁ ସୁନ୍ଦର? ଏହି ପ୍ରଶ୍ନର ସାମ୍ନା ଆପଣ ପ୍ରାୟତଃ କରିଥିବେ । କେବେ ଏହାର ଉତ୍ତର ଆପଣ ହଁ ଦେଇ ନାହାନ୍ତି ତ? ଯଦି କେବେ ହଁ କରିଥିବେ ତେବେ ତାର ପରିଣାମ ମଧ୍ୟ ଆପଣ ଜାଣିଥିବେ । ଆପଣଙ୍କ ସ୍ତ୍ରୀ ବା ପ୍ରେମିକାଙ୍କ ସାଙ୍ଗ ଯେତେ ସୁନ୍ଦର ହୋଇଥିଲେ ମଧ୍ୟ ସେ ଆପଣଙ୍କ ସ୍ତ୍ରୀଙ୍କ ଠାରୁ ସୁନ୍ଦର ନୁହଁ ବୋଲି କୁହନ୍ତୁ । ଏପରି କଲେ ଆପଣଙ୍କ ସାଥୀ ଖୁସି ହେବା ସହ ଦୁଇ ଜଣଙ୍କ ମଧ୍ୟରେ ସଂପର୍କ ଭଲ ରହିବ ।

୩. ତୃତୀୟରେ ଆସୁଛି ଏହି ପ୍ରଶ୍ନ ଯାହା ଆପଣଙ୍କ ସାଥୀ ପ୍ରାୟତଃ ଦୁଃଖୀ ଥିବା ବେଳେ ପଚାରିଥାନ୍ତି । ତାହା ହେଲା ମୁଁ ତୁମକୁ ସବୁବେଳେ କଷ୍ଟ ଦଉଛିି ନା?ଏହି ପ୍ରଶ୍ନ ପଚାରିବା ମାତ୍ରେ କିଛି ନ ଭାବି ଏହାର ଉତ୍ତର ନାଁରେ ଦିଅନ୍ତୁ । କାରଣ ଏହି ପ୍ରଶ୍ନ ପଚାରି ସେ ନିଜର ପ୍ରଶଂସା ଶୁଣିବାକୁ ଚାହିଁଥାନ୍ତି । ସେ କେତେ ଭଲ ଭାବରେ ଆପଣଙ୍କର ଯତ୍ନ ନିଅନ୍ତି ତାହା ସେ ଶୁଣିବାକୁ ଚାହିଁଥାନ୍ତି ।

ସମ୍ବନ୍ଧିତ ଖବର