ଡାଲି ଆଉ ଥରେ ଗରମ କରନ୍ତୁ ନାହିଁ, ଫୁଡ୍‌ ପଏଜନିଙ୍ଗର କାରଣ ହୋଇପାରେ !

ଖାଦ୍ୟ ଗ୍ରହଣ ଉପରେ ଆମର ସ୍ୱାସ୍ଥ୍ୟ ନିର୍ଭର କରିଥାଏ । ବେଳେବେଳେ ବାସି ଖାଦ୍ୟ ଖାଇବା ଫଳରେ ଆମର ଦେହ ବହୁତ ଖରାପ ହୋଇଯାଏ । ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଲୋକମାନେ ଖାଦ୍ୟ ତିଆରି କରି ଫ୍ରିଜ୍‌ରେ ରଖିଦିଅନ୍ତି ଏବଂ ତା’ପରେ ତାକୁ ଗରମ କରି ଖାଆନ୍ତି । ଫଳରେ ଖାଦ୍ୟ ନଷ୍ଟ ହେବାରୁ ବଞ୍ଚିଯାଏ । କିନ୍ତୁ ଜାଣିଛନ୍ତି କି ଏପରି କିଛି ଖାଦ୍ୟ ଅଛି ଯାହା ଥରେ ଥଣ୍ଡା ହେଲେ ତାକୁ ଗରମ କରି ଖାଇବା ଦ୍ୱାରା ଅଧକ କ୍ଷତି ହୋଇଥାଏ । ସ୍ୱସ୍ଥ୍ୟ ଗବେଷକଙ୍କ ମତରେ ଡାଲି ଯାହାକୁ ଆଉଥରେ ଗରମ କରି ଖାଇବା ଅନୁଚିତ ।

ଖାଦ୍ୟକୁ ଆଉ ଥରେ ଗରମ କରିବା ଦ୍ୱାରା ଏଥିରୁ କିଛି ରସାୟନ ବାହାରେ ଯାହା ଖାଦ୍ୟକୁ ଦୂଷିତ କରିଦିଏ ଏବଂ ଶରୀର ପାଇଁ ବିଷାକ୍ତ ବନିଯାଏ । ବହୁତ ଲୋକ ଦ୍ୱିତୀୟ ଥର ଖାଦ୍ୟ ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ପ୍ରଥମରୁ ଡାଲି ଏବଂ ତରକାରୀ ବନେଇକି ରଖିଥାଆନ୍ତି । କିନ୍ତୁ ଡାଲିକୁ ଆଉ ଥରେ ଗରମ କରିବା ଦ୍ୱାରା ଏଥିରୁ ଶରୀର ଲାଗି ହାନୀକାରକ କେତକ ରସାୟନ ଉତ୍ପନ୍ନ ହୋଇଥାଏ, ଯାହା କ୍ୟାନସରର କାରଣ ହୋଇପାରେ। ଚ ଦ୍ୱିତୀୟ ଥର ଗରମ ହୋଇଥିବା ଡାଲି ଅନେକ ରୋଗର କାରଣ ମଧ୍ୟ ହୋଇଥାଏ । ଅନ୍ୟ ଖାଦ୍ୟ ତୁଳନାରେ ଡାଲିକୁ ଗରମ କରିବା ଦ୍ୱାରା ଫୁଡ୍‌ ପଏଜନିଙ୍ଗ୍‌ ହେବାର ଆଶଙ୍କା ଅଧିକ ଥାଏ । ବାରମ୍ବାର ଫୁଡ୍‌ ପଏଜନିଙ୍ଗ୍‌ ହେବା ଦ୍ୱାରା ଲିଭର୍‌ ପ୍ରଭାବିତ ହୋଇଥାଏ।
ଯଦି ଆପଣଙ୍କୁ ଡାଲି ଗରମ କରିି ଖାଇବାକୁ ପଡେ, ତା’ହେଲେ ଆପଣ ଏହାକୁ ରଖିଥିବା ପାତ୍ରରେ ସିଧା ଗରମ କରନ୍ତୁ ନାହିଁ । ଏକ ବଡ଼ ପାତ୍ରରେ ଗରମ ପାଣି ନିଅନ୍ତୁ ଏବଂ ତା’ଉପରେ ଏହି ପାତ୍ରକୁ ରଖନ୍ତୁ । ତା’ପରେ ସେହି ବଡ଼ ପାତ୍ରର ପାଣି ଗରମ କରନ୍ତୁ। ଏହିପରି ଆପଣ ଅନ୍ୟ ଖାଦ୍ୟପଦାର୍ଥକୁ ଗରମ କରି ଖାଇପାରିବେ ।

ସମ୍ବନ୍ଧିତ ଖବର