ଜାଣନ୍ତୁ କେତେବେଳେ କେଉଁ ବ୍ୟକ୍ତିଙ୍କୁ ନମସ୍କାର କରିବା ମନା

ଆଜିକାଲି ଯୁଗରେ ଯାହା ସହିତ ଦେଖାହେଲେ ଆମେ ହାଏ ହାଲୋ କହିଦେଉଛେ । ସାମ୍ନାରେ ଥିବା ଲୋକ କେଉଁ ବୟସର ଏବଂ ଏହା ତାଙ୍କୁ କିଭଳି ଲାଗିବ, ସେକଥା ଧ୍ୟାନ ଦେଉ ନାହୁଁ । ଭାରତୀୟ ସଂସ୍କୃତିରେ ବଡ଼ଙ୍କୁ ସମ୍ମାନ ଦେବା କଥା ସବୁବେଳେ କୁହାଯାଇଛି । ସେଥିପାଇଁ ଯେତେବେଳେ ଗୁରୁଜନମାନଙ୍କ ସହିତ ଦେଖା ହେଉଥାଏ,ତାଙ୍କୁ ସମ୍ମାନ କରିଥାଉ , ଚରଣ ସ୍ପର୍ଶ ମଧ୍ୟ କରିଥାଉ । ଏହା ବ୍ୟତୀତ ନମସ୍କାର କରିବାର ପରମ୍ପରା ମଧ୍ୟ ଆମ ସଂସ୍କୃତିରେ ରହିଛି । ଦୁଇହାତ ଯୋଡ଼ି ମୁଣ୍ଡ ନୁଆଁଇ ନିଜ ସାମ୍ନାରେ ଥିବା ବ୍ୟକ୍ତିକୁ ନମସ୍କାର କରାଯାଏ । ଶାସ୍ତ୍ର ଅନୁସାରେ, ବେଳେ ବେଳେ ନମସ୍କାର କରିବା ଦ୍ୱାରା ଆମର କ୍ଷତି ହୋଇଥାଏ। ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ କିଛି ଲୋକଏମିତି ଥାଆନ୍ତି ଯାହାଙ୍କୁ ନମସ୍କାର କରିବା ଅନୁଚିତ ।

ଯେଉଁମାନେ ଅନ୍ୟକୁ କ୍ଷତି ପହଞ୍ଚାଇଥାଆନ୍ତି, କଷ୍ଟ ଦେଇଥାଆନ୍ତି, ସେମାନଙ୍କୁ ନମସ୍କାର କରିବା ଉଚିତ୍‌ ନୁହେଁ । ଶବ ସଂସ୍କାର କରିବା ପାଇଁ ବା କରି ସାରିଲା ପରେ ଆସୁଥିବା ବ୍ୟକ୍ତିଙ୍କୁ ଅପବିତ୍ର କୁହାଯାଏ । ଶାସ୍ତ୍ର ଅନୁସାରେ ଅପବିତ୍ର ଲୋକଙ୍କୁ ନମସ୍କାର କରିବା ଅନୁଚିତ । ସ୍ନାନ କରୁଥିବା ସମୟରେ କୌଣସି ବ୍ୟକ୍ତିଙ୍କୁ ନମସ୍କାର କରିବା ଅନୁଚିତ । କୌଣସି କାର୍ଯ୍ୟରେ ବ୍ୟସ୍ତ ଥିବା ବ୍ୟକ୍ତିଙ୍କୁ ନମସ୍କାର କରିବା ଅନୁଚିତ । କାହିଁକି ନା ପ୍ରଥମତଃ ସେହି ବ୍ୟକ୍ତିଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ଦ୍ୱିତୀୟରେ ଏହା ଫଳରେ ସେ କାର୍ଯ୍ୟରେ ସଫଳ ହୁଅନ୍ତି ନାହିଁ । ମୂର୍ଖ, ଖରାପ ପ୍ରକୃତି ବା କପଟୀ ଲୋକଙ୍କୁ ନମସ୍କାର କରିବା ଉଚିତ୍‌ ନୁହେଁ । ନସସ୍କାର କରିବା ଦ୍ୱାରା ଭାଗ୍ୟ ପ୍ରଭାବିତ ହେବାର ସମ୍ଭାବନା ଥାଏ ।

ସମ୍ବନ୍ଧିତ ଖବର