ମର୍ଣିଂ ଓ୍ଵାକ୍‌ ପରେ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ!

ନିଜକୁ ଫିଟ୍‌ ରଖିବାକୁ ଏବେ ସମସ୍ତେ ବ୍ୟଗ୍ର। ସବୁ ଲୋକ ଚାହାନ୍ତି ସୁସ୍ଥ ଓ ସୁନ୍ଦର ଜୀବନ। ସକାଳୁ ଉଠି ଚାଲିବା କିମ୍ବା ଦୌଡ଼ିବାର ଅଭ୍ୟାସ ଯେଉଁମାନଙ୍କର ଅଛି ସେମାନେ ନିଶ୍ଚିତ ଭାବେ ସୁସ୍ଥ ତ ହୋଇଥାନ୍ତି। ଏହା ସହିତ ସେମାନଙ୍କ ଚେହେରାର ଚମକ ମଧ୍ୟ ବୃଦ୍ଧି ପାଇଥାଏ। ତେବେ, ଖାଲି ମର୍ଣ୍ଣିଂ ଓ୍ଵାକ୍‌ କରିଦେଲେ ହେବନି ସେଥି ସହିତ ଆପଣଙ୍କୁ କେତୋଟି ନିର୍ଦ୍ଦିଷ୍ଟ ଦିଗ ଉପରେ ଧ୍ୟାନ୍‌ ଦେବାକୁ ହେବ। ସେ ସବୁ କରିଲେ ଆପଣଙ୍କ ଶ୍ରମ ଟିକେ ବେଶି ଫଳପ୍ରଦ ହେବ। ନିମ୍ନରେ ଉଲ୍ଲେଖ କରାଯାଇଛି ସକାଳୁ ଉଠି ଚାଲି ସାରିବା ପରେ କ’ଣ ସବୁ କରିବାକୁ ହେବ।

ସକାଳୁ ଉଠି ଚାଲିବା ପରେ ସଙ୍ଗେ ସଙ୍ଗେ ପାଣି, ଚା’ କିମ୍ବା କୌଣସି ପ୍ରକାର ପାନୀୟ ଦ୍ରବ୍ୟ ପାନ କରନ୍ତୁ ନାହିଁ। ଟିକେ ସମୟ ନିଅନ୍ତୁ। ଦେହର ଝାଳ ମରିବା ପରେ ଯଦି ପାରୁଛନ୍ତି ପଇଡ଼ ପଇବା ସ୍ୱାସ୍ଥ୍ୟ ପକ୍ଷେ ଖୁବ୍‌ ଭଲ। ଏହାବ୍ୟତୀତ ଆଖୁ ରସ, କଲରା ରସ, ଗାଜର ରସ, ବିଟ୍‌ ରସ, ଲାଉ ରସ ଆଦି ପିଇବା ସ୍ୱାସ୍ଥ୍ୟ ପକ୍ଷେ ଭଲ। ମନେରଖନ୍ତୁ ଚାଲିକି ଆସିବା ପରେ ଚା’ କିମ୍ବା କଫି ପିଇବା କଥା ଆଦୌ ଭାବନ୍ତୁ ନାହିଁ।

ଖାଲି ମର୍ଣ୍ଣିଂ ଓ୍ଵାକ୍‌ କରିଦେଲେ ହେବନି ସେଥି ସହିତ ଆପଣଙ୍କୁ କେତୋଟି ନିର୍ଦ୍ଦିଷ୍ଟ ଦିଗ ଉପରେ ଧ୍ୟାନ୍‌ ଦେବାକୁ ହେବ। ସେ ସବୁ କରିଲେ ଆପଣଙ୍କ ଶ୍ରମ ଟିକେ ବେଶି ଫଳପ୍ରଦ ହେବ।

ସକାଳ ଖାଦ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ। ମର୍ଣିଂ ଓ୍ଵାକ୍‌ ପରେ ପେଟ ଏକ୍‌ଦମ୍‌ ସଂପ୍ରସାରିତ ହୋଇ ଯାଇଥାଏ। ସେ ସମୟରେ ଯେତେ ସୁସ୍ଥକର ଖାଦ୍ୟ ଖାଇବେ ସେତେ ଭଲ। ତୈଳ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଫଳ, କ୍ଷୀର ଆଦି ସକାଳୁ ଖାଇବା ଭଲ। ମନେ ରଖନ୍ତୁ ସକାଳୁ ବିଲ୍‌କୁଲ୍‌ ଅଧା ପେଟ ଖାଇବେ ନାହିଁ। ଦିନ ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସକାଳ ଖାଇବା। ତେଣୁ ସକାଳୁ ପେଟ ଭରି କରି ଖାଇବା ଉଚିତ।

ଓ୍ଵାକ୍‌ ସାରି ଘରକୁ ଫେରିବା ପରେ ପୁଣି ଥରେ ବ୍ୟାୟାମ କରନ୍ତୁ ନାହିଁ। କେହି କେହି ଭାବିଥାନ୍ତି ଯେ ଦୌଡ଼ି ସାରି ଘରକୁ ଫେରି ପୁଣି ଥରେ ବ୍ୟାୟାମ୍‌ କରିବା ଦ୍ୱାରା ଅଧିକ ଫ୍ରଳପ୍ରଦ ହୋଇଥାଏ। ଶୀଘ୍ର ଚର୍ବି କମ୍‌ ହୋଇଥାଏ। ମାତ୍ର ନା, ଏପରି କରିବା ଦ୍ୱାରା ଶରୀର ଉପରେ ଓଲଟା ପ୍ରଭାବ ପଡ଼ିଥାଏ। ଏପରି ଆଦୌ କରନ୍ତୁ ନାହିଁ। ପାରୁଛନ୍ତି ଯଦି ବ୍ୟାୟାମ କିମ୍ବା ଦୌଡ଼ିବା ଭିତରୁ ଗୋଟାଏ ଚୟନ କରନ୍ତୁ।

ସମ୍ବନ୍ଧିତ ଖବର