ଦିନର ଆରମ୍ଭ ଏପରି କଲେ ରୋଗ ଆପଣଙ୍କ ପିଛା ଛାଡ଼ିବ ନାହିଁ

ସୁସ୍ଥ ରହିବା ପାଇଁ ସବୁବେଳେ ଠିକ୍‌ ସମୟରେ ଖାଇବା ନିହାତି ଆବଶ୍ୟକ । ସାଧାରଣ ଭାବେ ଲୋକେ ସକାଳୁ ଉଠିବା ପରେ କିଛି ଏପରି ଭୁଲ କରି ବସିଥାନ୍ତି ଯାହାଦ୍ୱାରା ସେମାନେ ଅନେକ ରୋଗର ଶିକାର ହୋଇଥାନ୍ତି । ପୂର୍ବରୁ ଲୋକମାନେ ଠିକ୍‌ ସମୟରେ ଖାଇବା ପିଇବା କରୁଥିବାରୁ ଖୁବ୍‌ କମ ରୋଗଗ୍ରସ୍ତ ହେଉଥିଲେ । କିନ୍ତୁ ଏବେ କାର୍ଯ୍ୟବ୍ୟସ୍ତତା ପାଇଁ ଲୋକମାନେ ଠିକ୍‌ ସମୟରେ ନ ଖାଉଥିବାରୁ ଅନେକ ରୋଗର ଶିକାର ହେଉଛନ୍ତି । ଯଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି ତେବେ ନିଜ ଦିନର ଆରମ୍ଭ ଠିକ୍‌ ଭାବରେ କରନ୍ତୁ । ଆଜି ଆମେ କିଛି ଏମିତି କାମ ବିଷୟରେ କହିବାକୁ ଯାଉଛୁ ଯାହାକୁ ସକାଳ ସମୟରେ ଭୁଲରେ ମଧ୍ୟ କରିବା ଉଚିତ୍‌ ନୁହେଁ । ଆସନ୍ତୁ ଜାଣିବା ସେ ବିଷୟରେ…।

୧.ସକାଳୁ ଉଠି ପାଣି ପିଇବା ଅତ୍ୟନ୍ତ ଆବଶ୍ୟକ । ସକାଳୁ ଉଠି ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ଯଦି ଆପଣ ଏଭଳି ନ କରୁଛନ୍ତି ତେବେ ଆପଣଙ୍କ ଶରୀରରେ ଅନେକ ସମସ୍ୟା ଦେଖାଯିବାକୁ ଲାଗିଥାଏ ।
୨.ବେଳେ ବେଳେ ଲୋକମାନେ ଶୀଘ୍ର ଅଫିସ ଯିବା ପାଇଁ ସକାଳୁ ଉଠି ବ୍ୟାୟାମ କରନ୍ତି ନାହିଁ । ଏପରି କରିବା ଦ୍ୱାରା ସାରା ଦିନ ଥକା ଲାଗିବା ସହ ରକ୍ତଚାପ,ମୋଟାପଣ,ମଧୁମେହ ଆଦି ଶାରୀରିକ ସମସ୍ୟା ଦେଖାଯାଇଥାଏ ।
୩.କିଛି ଲୋକ ସକାଳୁ ଉଠି ଚା’ ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ସକାଳୁ ଖାଲି ପେଟରେ ଚା’ ପିଇବା ଦ୍ୱାରା ଶରୀରରେ ଏସିଡ୍ ସ୍ତର ବଢ଼ିଥାଏ ଏବଂ ଦାନ୍ତ ରୋଗ ସୃଷ୍ଟି ହୋଇଥାଏ ।

Image result for drinking tea
Business Insider

୪.ସକାଳୁ ସକାଳୁ ଉଠି ମିଠା ବା ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ । ଏହା ଦ୍ୱାରା ଆପଣ ସାରା ଦିନ ଥକାପଣ ଅନୁଭବ କରିବେନି ସତ କିନ୍ତୁ ଏପରି ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଶର୍କରା ସ୍ତର ଏବଂ ରକ୍ତଚାପ ବଢ଼ିବା ଭଳି ସମସ୍ୟା ଦେଖା ଯାଇଥାଏ ।

ସମ୍ବନ୍ଧିତ ଖବର