କଦଳୀ ଶରୀର ପାଇଁ ସବୁଠୁ ଉତ୍ତମ ଫଳ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ ହଜମକ୍ରିୟାକୁ ସ୍ୱାଭାବିକ କରିଥାଏ।
/sambad/media/post_attachments/wp-content/uploads/2018/06/Banana_Infographics_2.jpg)
କୁହାଯାଏ କଦଳୀ ଶରୀର ପାଇଁ ବେଶ୍ ଉପକାରୀ, କିନ୍ତୁ ଏମିତି ବି କୁହାଯାଏ ଯେ ଯଦି ରାତିରେ କଦଳୀ ଖାଇବେ ସର୍ଦ୍ଦି-କାଶ ହୋଇପାରେ, କାରଣ ଏଥିରେ ଶୀତଳକାରକ ତତ୍ତ୍ୱ ଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଡେରି ରାତିରେ ଏହା ଖାଇବା ଉଚିତ ନୁହେଁ। କାରଣ ଏହା ଗୁରୁପାକ ହୋଇଥିବାରୁ ହଜମ ହେବା ପାଇଁ ଦୀର୍ଘ ସମୟ ଲାଗିଥାଏ। ଏହାକୁ ଶୋଇବାର ୨-୩ ଘଣ୍ଟା ପୂର୍ବରୁ ଖାଆନ୍ତୁ। ଯେଉଁମାନଙ୍କୁ ସର୍ଦ୍ଦି-କାଶ କିମ୍ବା ଥଣ୍ଡାଜନିତ ସମସ୍ୟା ରହିଛି ସେମାନେ କଦଳୀ ଓ ଅନ୍ୟାନ୍ୟ ଖଟା ଫଳ ଖାଇବା କଥା ନୁହେଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/Banana_Infographics_1.jpg)