ଶରୀରକୁ ସୁନ୍ଦର ଏବଂ ସୁସ୍ଥ ରଖିବାକୁ ହେଲେ ପ୍ରତିଦିନ ଗାଧୋଇବା ନିହାତି ଦରକାର । ଯେଉଁମାନେ ପ୍ରତିଦିନ ସ୍ନାନ କରନ୍ତି, ସେମାନଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବା ସହ ଚେହେରାରେ ଚମକ ମଧ୍ୟ ଆସିଥାଏ । ଗାଧୋଇବା ଦ୍ୱାରା ଥକା ପଣ ଦୂର ହେବା ସହ ଚିନ୍ତା ମଧ୍ୟ କମ ହୋଇଥାଏ । ଶାସ୍ତ୍ର ଅନୂଯାୟୀ ସ୍ନାନ କରିବା ପରେ ହିଁ ଜଣେ ବ୍ୟକ୍ତି ଶୁଦ୍ଧ ହୋଇଥାଏ ଏବଂ ଏହା ପରେ ହିଁ ସେ କରୁଥିବା ଧର୍ମ-କର୍ମ ସାର୍ଥକ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି କିଛି ଏମିତି କାମ ଅଛି ଯାହାକୁ ସ୍ନାନ ପୂର୍ବରୁ କରିବା ଦ୍ୱାରା ଶରୀରକୁ ହାନି ପହଞ୍ଚିଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ସ୍ନାନ ପୂର୍ବରୁ କେଉଁ ସବୁ ଜିନିଷ କଲେ ଶରୀର ରୋଗଗ୍ରସ୍ତ ହୋଇଥାଏ ।
୧. ଗାଧୋଇବା ପୂର୍ବରୁ କିଛି କଠିନ ଜିନିଷ ଖାଆନ୍ତୁ ନାହିଁ । ଏହା ଦ୍ୱାରା ଖାଦ୍ୟ ହଜମ ନ ହେବା ସହ ଶରୀର ଅସୁସ୍ଥ ହୋଇଥାଏ ।
/sambad/media/post_attachments/wp-content/uploads/2018/01/gujarati-thali_620x350_61493204208-300x169.jpg)
୨. ଗାଧେଇବା ପୂର୍ବରୁ ପାଣି, ଦୁଗ୍ଧ, ଫଳ ବା ଆଖୁରସ ପିଆଯାଇ ପାରେ ଏହା ତରଳ ଜିନିଷ ହୋଇଥିବାରୁ ସହଜରେ ହଜମ ହୋଯାଇଥାଏ ।
/sambad/media/post_attachments/wp-content/uploads/2018/01/milk-fruit-vegetables-300x196.jpg)
୩. ସ୍ନାନ ପୂର୍ବରୁ ଖାଇଲେ ଶରୀରରେ ଅନେକ ରୋଗ ଦେଖାଯାଇଥାଏ । ସବୁବେଳେ ସ୍ନାନ ସାରି ଖାଇବାକୁ ଚେଷ୍ଟା କରନ୍ତୁ ।
/sambad/media/post_attachments/wp-content/uploads/2018/01/rose-petals-bath-300x198.jpg)