ମଙ୍ଗଳବାର ଆମିଷ ଖାଉଛନ୍ତି କି? ଜାଣନ୍ତୁ କାହିଁକି ଶାସ୍ତ୍ରରେ ଏହା ବାରଣ କରାଯାଇଛି

ଶାସ୍ତ୍ରରେ ପ୍ରତ୍ୟେକ ଦିନ ଲାଗି ବିଶେଷ ନୀତିନିୟମ ସଂପର୍କରେ ଉଲ୍ଲେଖ ରହିଛି। କେଉଁ ବାରରେ କି ଉପାୟ ଅବଲମ୍ବନ କରାଯିବା ଉଚିତ ଓ କି ପ୍ରକାର ସାବଧାନତା ବିଷୟରେ କୁହାଯାଇଛି । ଏହା ଭିତରେ ଖାଦ୍ୟ ବାରଣ ବିଷୟରେ କୁହାଯାଇଛି । ଶାସ୍ତ୍ରାନୁସାରେ ମାନ୍ୟତା ଅଛି ଯେ ମଙ୍ଗଳବାର ଦିନ ମାଂସ ଖାଇବା ଅନୁଚିତ । ଅନେକ ଏହାକୁ ମାନନ୍ତି, କିନ୍ତୁ କିଛି ଲୋକ ଏହାର କାରଣ ସଂପର୍କରେ ପ୍ରଶ୍ନ ପଚାରନ୍ତି ।

zeenews

ମଙ୍ଗଳବାର ଦିନ ହନୁମାନଙ୍କ ବାର, ସେଥିପାଇଁ ଆମିଷ ଖାଇବା ଅନୁଚିତ । ହିନ୍ଦୁ ଧର୍ମରେ ତ ପ୍ରତ୍ୟେକ ଦିନ ଭଗବାନଙ୍କ ସହିତ ଜଡିତ । କିନ୍ତୁ ମଙ୍ଗଳ ବାର ଦିନ କାହିଁକି ଆମିଷ ଖାଇବା ଅନୁଚିତ? ଆଧ୍ୟତ୍ମିକ ଦୃଷ୍ଟିରୁ ଯଦି ଦେଖାଯାଏ, ତେବେ ଆମିଲ ଭକ୍ଷଣ ଉପରେ ନିୟନ୍ତ୍ରଣ ରଖିବାକୁ ଏ ସବୁ ଉଦ୍ଦିଷ୍ଟ । ହିନ୍ଦୁ ଶାସ୍ତ୍ର ଅନୁସାରେ ମାଂସ ତାମସିକ ଭୋଜନ ଅଟେ ଏବଂ ମନୁଷ୍ୟ ମଧ୍ୟରେ ଉଗ୍ରତା ସୃଷ୍ଟି କରିଥାଏ । ହଜମ ବି ଭଲ ଭାବରେ ହୋଇ ନ ଥାଏ । ସପ୍ତାହରେ ଏକ ଦିନ ଆମିଷ ଭୋଜନ ତ୍ୟାଗ କରିବା ସ୍ୱାସ୍ଥ୍ୟକୁ ଭଲ ରଖିଥାଏ ।

FABLE FEED

ଲୋକମାନେ ସହଜରେ ମାନିବା ପାଇଁ ମଙ୍ଗଳବାରରେ ଏମିତି କୁହାଯାଇଛି । ରାମଭକ୍ତ ହନୁମାନ ଭଗବାନ ବଳ,ବିଦ୍ୟା ଏବଂ ବୁଦ୍ଧିଦାତା। ମଙ୍ଗଳବାରକୁ ହନୁମାନଙ୍କ ଦିନ ବୋଲି ମନାଯାଏ । ସେଥିପାଇଁ ଏହି ଦିନରେ ନଖାଇବା ପାଇଁ କୁହାଯାଇଛି । ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ଯେ ଏହି ଦିନ ଆମିଷ ଭୋଜନ କରିବା ଦ୍ୱାରା ତାମସିକ ପ୍ରବୃତ୍ତି ଜାଗ୍ରତ ହୋଇଥାଏ । ମଙ୍ଗଳ ଗ୍ରହ ଦୁର୍ବଳ ହୋଇଥାଏ ଏବଂ ବ୍ୟକ୍ତିର ଜୀବନରେ ଚିନ୍ତା, କଳହ ଆଦି ସୃଷ୍ଟି ହୋଇଥାଏ । ଫଳରେ ବ୍ୟକ୍ତି କେବେ ହେଲେ ଶାନ୍ତି ଓ ଆନନ୍ଦରେ ରହିପାରେ ନାହିଁ ।

ସମ୍ବନ୍ଧିତ ଖବର