ପ୍ରାୟତଃ ଲୋକେ ନିଜ ଦିନର ଆରମ୍ଭ ଚା’ କିମ୍ବା କପେ କଫିରୁ କରିଥାନ୍ତି । ସେମାନଙ୍କୁ ଏହା ଫୁର୍ତ୍ତି ତଥା ସତେଜ ଅନୁଭବ କରାଇଥାଏ । କିଛି ଲୋକ ଚା’ ସହିତ ଅନେକ ଜିନିଷ ଖାଇଥାନ୍ତି । କିନ୍ତୁ କିଛି ଜିନିଷ ଏମିତି ରହିଛି,ଯାହାକୁ ଚା’ ସହିତ ଖାଇବା ଦ୍ୱାରା ତାହାର କୁ-ପ୍ରଭାବ ଶରୀର ଉପରେ ପଡ଼ିଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ,ଚା’ ସହିତ କେଉଁ ଜିନିଷ ଖାଇବା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚିଥାଏ ।
୧.ଯଦି ଆପଣ ସକାଳ ସମୟରେ ଚା’ ପିଉଛନ୍ତି, ତେବେ ତା’ ସହିତ ଆଇରନ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଚା’ରେ ଟେନିନ୍ ରହିଥାଏ,ଯାହା ଆଇରନ୍କୁ ଅବଶୋଷିତ କରିଥାଏ । ଏହା ଦ୍ୱାରା ଶରୀରରେ ଆଇରନ୍ର ମାତ୍ରା କମ୍ ହୋଇ ଯାଇଥାଏ । ଆଇରନ୍ଯୁକ୍ତ ଖାଦ୍ୟ ଶରୀର ପାଇଁ ଭଲ । କିନ୍ତୁ କେବେ ହେଲେ ଏହାକୁ ଚା’ ସହିତ ଖାଆନ୍ତୁ ନାହିଁ । ଏପରି କଲେ ରକ୍ତହୀନତା ସହ ଅନେକ ସମସ୍ୟା ଦେଖା ଦେଇପାରେ ।
୨.ଚା’ ସହିତ ଅଣ୍ଡା,ପନିର କିମ୍ବା ଅନ୍ୟ ପ୍ରୋଟିନ୍ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଚା’ରେ ଥିବା ଟେନିନ୍ ପ୍ରୋଟିନ୍କୁ ଅବଶୋଷିତ କରି ଶରୀରକୁ କ୍ଷତି ପହଞ୍ଚାଇଥାଏ ।
/sambad/media/post_attachments/wp-content/uploads/2018/12/5708631471_06fed03518_o-1500x1125-300x225.jpg)
୩.ଚା’ର ସେବନ କରୁଥିଲେ ତା’ ସହ ସବୁଜ ପରିବା ଖାଆନ୍ତୁ ନାହିଁ । ବ୍ରୋକ୍ଲି,ପୋଇ,ମୂଳା ଇତ୍ୟାଦି ପରିବାରେ ଭରପୂର ମାତ୍ରରେ ଆଇରନ ରହିଥାଏ । ଯାହାଦ୍ୱାରା ଚା’ ସହିତ ଏହାକୁ ସେବନ କଲେ ଶରୀରରେ ରକ୍ତହୀନତା,ପାଚନ ସମ୍ବନ୍ଧିତ ସମସ୍ୟା,ପେଟରେ ଯନ୍ତ୍ରଣା ହେବା ଭଳି ସମସ୍ୟା ଦେଖା ଯାଇଥାଏ ।