ଆମ୍ବ ଖାଇବା ପରେ ଖାଆନ୍ତୁ ନାହିଁ ଏହି ୩ଟି ଜିନିଷ

ଏବେ ଆମ୍ବର ଋତୁ ଚାଲିଛି । ପ୍ରତି ଘରେ ଆପଣମାନେ ପାଚିଲା ଆମ୍ବ ନିହାତି ଭାବରେ ପାଇବେ । ତେବେ ଆମ୍ବ ଖାଇବା ଶରୀର ପ୍ରତି କେତେ ଲାଭଦାୟକ ତାହା ତ ଆପଣମାନେ ଜାଣିଥିବେ । ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ, ପ୍ରୋଟିନ, ଭିଟାମିନ A, B ଏବଂ C ଭରପୂର ମାତ୍ରରେ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି, ଆମ୍ବ ଖାଇବାର ତୁରନ୍ତ ପରେ ବା ୪ଘଣ୍ଟା ମଧ୍ୟରେ ଏହି ୩ଟି ଜିନିଷ ଖାଇଲେ ଶରୀର ଉପରେ ତାହାର ଖରାପ ପ୍ରଭାବ ପଡ଼ିଥାଏ । ଆସନ୍ତୁ ଜାଣିବା ସେ ବିଷୟରେ…
୧. ଆମ୍ବ ଖାଇବା ପରେ ପରେ କଲରା ଜମା ବି ଖାଆନ୍ତୁ ନାହିଁ । କାରଣ ଆମ୍ବ ମିଠା ଏବଂ କଲରା ପିତା ହୋଇଥାଏ । ଆମ୍ବ ଖାଇବାର ତୁରନ୍ତ ପରେ କଲରା ଖାଇଲେ ତାହା ଶରୀରରେ ବିଷ ସୃଷ୍ଟି କରିଥାଏ । ଯାହା ଫଳରେ ବାନ୍ତି ହେବା ସହ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ ।

Juicing for Health

୨. ଆମ୍ବ ଖାଇବାର ତୁରନ୍ତ ପରେ ବା ୪ଘଣ୍ଟା ମଧ୍ୟରେ କଞ୍ଚା ଲଙ୍କା ଆଦୌ ଖାଆନ୍ତୁ ନାହିଁ । ଆମ୍ବ ଖାଇବାର ତୁରନ୍ତ ପରେ କଞ୍ଚା ଲଙ୍କା ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଦେଖା ଦେଇଥାଏ ।

Basket Baba

୩. ଆମ୍ବ ଖାଇବା ପରେ ପରେ ଭୁଲ୍‌ରେ ମଧ୍ୟ ଦହି ବା ରାଇତା ଖାଆନ୍ତୁ ନାହିଁ । ଏପରି କଲେ ବାନ୍ତି ହେବା ସହ ଅନେକ ଶାରୀରିକ ସମସ୍ୟା ଦେଖା ଯାଇଥାଏ ।

Ruchiskitchen
ସମ୍ବନ୍ଧିତ ଖବର