ଡାଏଟିଙ୍ଗ ବେଳେ ଖାଆନ୍ତୁ ନାହିଁ ଏହି ୪ଟି ଖାଦ୍ୟ,ବଢ଼ିପାରେ ଓଜନ

ମିଠା ଖାଇବା ସମସ୍ତଙ୍କୁ ପସନ୍ଦ ହୋଇଥାଏ । କିନ୍ତୁ ଡ଼ାଏଟିଙ୍ଗ କରିବା ସମୟରେ ଲୋକମାନେ ପ୍ରାୟ ମିଠା ଜାତୀୟ ଖାଦ୍ୟ ବା ଅଧିକ କ୍ୟାଲୋରି ଥିବା ଖାଦ୍ୟ ଖାଇ ନଥାନ୍ତି । ଡ଼ାଏଟିଙ୍ଗ କରୁଥିବା ବେଳେ ଆପଣ କୌଣସି ଜିନିଷ ଖାଇବା ପୂର୍ବରୁ ସେଥିରେ କେତେ କ୍ୟାଲୋରି ରହିଛି ତାହା ନିଶ୍ଚୟ ଦେଖନ୍ତି । କିନ୍ତୁ ଏମିତି ବି କିଛି ଜିନିଷ ରହିଛି ଯାହାକୁ ସ୍ୱାସ୍ଥ୍ୟକର ଭାବି ଆପଣ ଖାଇ ନିଅନ୍ତି । କିନ୍ତୁ ତାହା ପ୍ରକୃତରେ ଡ଼ାଏଟିଙ୍ଗ ସମୟରେ ଆପଣଙ୍କ ପାଇଁ ସ୍ୱାସ୍ଥ୍ୟକର ହୋଇ ନ ଥାଏ । କାରଣ ସେଥିରେ ଚିନି ଅଂଶ ଅଧିକ ପରିମାଣରେ ରହିଥାଏ । ଯଦି ଆପଣ ଡ଼ାଏଟିଙ୍ଗ କରିବା ସମୟରେ ଏହି ସବୁ ଜିନିଷ ଖାଉଛନ୍ତି ତେବେ ଆପଣଙ୍କର ଓଜନ କମିବା ପରିବର୍ତ୍ତେ ବଢ଼ିଯିବ । ଆସନ୍ତୁ ଜାଣିବା ସେ ବିଷୟରେ..

୧. କିଛି ଲୋକ ଟମାଟୋ କେଚ୍‌ଅପ୍‌କୁ ସ୍ୱାସ୍ଥ୍ୟକର ବୋଲି ଭାବିଥାନ୍ତି । ଏହା ଟମାଟୋରେ ତିଆରି ହୋଇଥିବାରୁ କିଛି ଲୋକ ଡ଼ାଏଟିଙ୍ଗ କରିବା ସମୟରେ ଏହାକୁ ଖାଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହାକୁ ତିଆରି କରିବା ପାଇଁ ଟମାଟୋ ସହ ଅଧିକ ପରିମାଣରେ ଚିନି,ଲୁଣ ଏବଂ ମସଲା ବ୍ୟବହାର କରାଯାଇଥାଏ, ଯାହାକୁ ଡ଼ାଏଟିଙ୍ଗ ସମୟରେ ଖାଇଲେ ଆପଣଙ୍କ ଓଜନ ବଢ଼ିବା ପରିବର୍ତ୍ତେ କମି ଯାଇଥାଏ ।
୨.ମହୁକୁ ଓଜନ କମାଇବା ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ ଆଜିକାଲି ବଜାରରେ ମିଳୁଥିବା ମହୁରେ ଚିନିର ମାତ୍ରା ଅଧିକ ଥିବା ଦେଖିବାକୁ ମିଳୁଛି । ଯାହା ଆପଣଙ୍କ ଓଜନକୁ କମାଇବା ପରିବର୍ତ୍ତେ ବଢ଼ାଇବ । ସେଥିପାଇଁ ଯଦି ଆପଣ ଡ଼ାଏଟିଙ୍ଗ କରୁଛନ୍ତି ତେବେ ବିଶୁଦ୍ଧ ମହୁ ଆଣି ବ୍ୟବହାର କରନ୍ତୁ ।

Image result for honey
Medical News Today

୩. ଆଜିକାଲି ବଜାରରେ ଅନେକ ପ୍ରକାରର ଏବଂ ପ୍ରତି ଫଳର ରସ ମିଳୁଛି । ଯାହାକୁ ଆପଣ ସ୍ୱାସ୍ଥ୍ୟକର ଭାବି ନିଜ ଡ଼ାଏଟ୍‌ରେ ସାମିଲ କରିଥାନ୍ତି । କିନ୍ତୁ ଏଥିରେ ମଧ୍ୟ ଚିନିର ପରିମାଣରେ ଅଧିକ ମାତ୍ରରେ ଥିବା ଦେଖିବାକୁ ମିଳୁଛି, ଯାହା ଆପଣଙ୍କ ଓଜନକୁ କମିବାକୁ ଦେଇ ନ ଥାଏ ।
୪.ଓଜନ କମାଇବା ପାଇଁ କିଛି ଲୋକ ସକାଳ ଖାଦ୍ୟରେ ବ୍ରେଡ଼୍‍ ଖାଇବାକୁ ପସନ୍ଦ କରିଥାନ୍ତି । ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ବ୍ରାଉନ୍‌ ବ୍ରେଡ଼୍‍କୁ ସ୍ୱାସ୍ଥ୍ୟକର ଭାବି ଖାଇ ଥାନ୍ତି । କିନ୍ତୁ ଏହି ଦୁଇଟି ଯାକ ଶରୀର ପାଇଁ ହାନିକାରକ । କାରଣ ଏଥିରେ ଶର୍କରା ପରିମାଣ ଅଧିକ ଥାଏ, ଯାହା ଓଜନକୁ ବଢ଼ାଏ ।

ସମ୍ବନ୍ଧିତ ଖବର