ଏହି ସବୁ ଖାଦ୍ୟ ଏକ ସଙ୍ଗେ ଖାଇବା ଅନୁଚିତ, ହୋଇପାରେ କ୍ଷତିକାରକ

ଆୟୁର୍ବେଦରେ ଏମିତି କିଛି ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହା ଏକ ସଙ୍ଗେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ହୁଏତ ବହୁତ କମ୍‌ ଲୋକ ଏହି ବିଷୟରେ ଜାଣିଥିବେ । ଆସନ୍ତୁ ଜାଣିବା ଏମିତି କିଛି ଖାଦ୍ୟ ବିଷୟରେ ଯାହା ଏକ ସଙ୍ଗେ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ।

-କୋଲଡ୍ରିଙ୍କ୍‌ସ ପରେ କିମ୍ବା ପୂର୍ବରୁ କିଛି ବି ପେପରମିଣ୍ଟ୍‌ ଯୁକ୍ତ ପାନମସଲା ବା ଅନ୍ୟ କିଛି ଜିନିଷ ସେବନ କରିବା ଉଚିତ୍‌ ନୁହେଁ ।
-ଆଳୁ ଏବଂ ଭାତକୁ ଏକା ସାଙ୍ଗରେ ଖାଇବା ଦ୍ୱାରା କୋଷ୍ଠ କାଠିନ୍ୟର ସମସ୍ୟା ହୋଇଥାଏ ।

WordPress.com

– ପିଆଜ ଏବଂ କ୍ଷୀରକୁ ଏକା ସଙ୍ଗରେ ଖାଇବା ଅନୁଚିତ । ଏହା ଖାଇବା ଦ୍ୱାରା ତ୍ୱଚା ରୋଗ ହେବାର ଆଶଙ୍କା ରହିଥାଏ ।
– ଦହି ଏବଂ ମାଛ ଏକା ସହିତ ଖାଇବା ଉଚିତ୍‌ ନୁହେଁ । ଏମିତି ଖାଇବା ଦ୍ୱାରା ଗ୍ୟାସ୍‌, ଆଲର୍ଜି ଏବଂ ଚର୍ମ ରୋଗ ଆଦି ହେବାର ଆଶଙ୍କା ରହିଛି । ମହୁକୁ ମଧ୍ୟ ଗରମ ଜିନିଷ ସହିତ ଖାଇବା ଅନୁଚିତ ।
– ଖାଦ୍ୟ ସହିତ ଫଳ ଖାଇବା ଅନୁଚିତ । ଦୁଇଟି ଖାଦ୍ୟର କାର୍ବୋହାଇଡ୍ରେଟ୍‌ ଏବଂ ପ୍ରୋଟିନ୍‌ର ପାଚନ ପ୍ରକ୍ରିୟା ଅଲଗା ହୋଇଥାଏ ।
– କ୍ଷୀର ସହ ଲେମ୍ବୁ ସେବନ କରିବା ଅନୁଚିତ । ଏମିତି ସେବନ କରିବା ଦ୍ୱାରା ଏସିଡିଟି ହୋଇଥାଏ ।

curehemorrhoidspiles.com

– କ୍ଷୀର ସହିତ ଦହି ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ।
-ଚିକେନ୍‌ ସହିତ ମିଠା ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ହୋଇଥାଏ ।
-ଦହି ସହିତ ପରଟା ବା ଅନ୍ୟ ତେଲ ଜିନିଷ ଖଇବା ଦ୍ୱାରା ହଜମ କ୍ରିୟାରେ ବାଧା ସୃଷ୍ଟି ହୋଇଥାଏ ।
-କଫି, ଚା’ରେ ମହୁର ଉପଯୋଗ କରିବା ଅନୁଚିତ । ଏକା ସଙ୍ଗରେ ସେବନ କରିବା ଦ୍ୱାରା ବିଷ ସମାନ କାମ କରିଥାଏ ।
-ମାଛ, ମାଂସ ସହିତ ମହୁ ସେବନ କରିବା ଅନୁଚିତ ।
-ଚିନି ସହିତ ମହୁ ମିଶାଇବା ଯାହା ଅମୃତ ସହିତ ବିଷ ମିଶାଇବା ତାହା ।

ସମ୍ବନ୍ଧିତ ଖବର