ଯଦି ଏହି ସମସ୍ୟା ରହିଛି, ତେବେ ଭୁଲ୍‌ରେ ମଧ୍ୟ ଖାଆନ୍ତୁ ନାହିଁ ତରଭୁଜ

ଖରା ଦିନେ ସବୁଠାରୁ ଅଧିକ ବିକ୍ରି ହେଉଥିବା ଫଳ ମଧ୍ୟରେ ତରଭୁଜ ରହିଥାଏ ଆଗରେ । ଏଥିରେ ଜଳର ପରିମାଣ ଅଧିକ ରହିବାରୁ ଲୋକେ ଏହାକୁ ଖାଇବା ପାଇଁ ଅଧିକ ପସନ୍ଦ କରିଥାନ୍ତି । କିନ୍ତୁ ବର୍ତ୍ତମାନ ବିଭିନ୍ନ ଆଧୁନିକ ସାର ବ୍ୟବହାର କରି ଏହାକୁ ସବୁ ଋତୁରେ ଚାଷ କରାଯିବା ସହ ଲୋକ ଏହାକୁ ସବୁ ଋତୁରେ ଖାଇବା ଆରମ୍ଭ ମଧ୍ୟ ହୋଇଗଲାଣି । ତରଭୁଜ୍‌ ଖାଇବା ଶରୀର ପାଇଁ ଲାଭକାରୀ ହୋଇଥିବା ବେଳେ କିଛି ଶରୀରିକ ସମସ୍ୟା ଥିବା ବ୍ୟକ୍ତିଙ୍କୁ ଭୁଲରେ ମଧ୍ୟ ତରଭୁଜ ଖାଇବା ଉଚିତ୍‌ ନୁହଁ ।

ହୃଦ୍‌ଜନିତ ସମସ୍ୟା:
ହୃଦଜନିତ ସମସ୍ୟା ଥିବା ବ୍ୟକ୍ତିଙ୍କୁ ଯେତେ ସମ୍ଭବ କମ ତରଭୁଜ ଖାଇବା ଉଚିତ୍‌ । କାରଣ ଏଥିରେ ପ୍ରଚୁର ପରିମାଣର ପୋଟାସିୟମ୍‌ ରହିଥାଏ। ଏଣୁ ହୃଦରୋଗ ଥିବା ବ୍ୟକ୍ତି ତରଭୁଜ ଖାଇବା ଦ୍ୱାରା ଏହି ସମସ୍ୟା ଅଧିକ ବଢ଼ିଥାଏ ।
ମଧୁମେହ ସମସ୍ୟା:
ତରଭୁଜରେ ଅଧିକ ମାତ୍ରାରେ ପ୍ରାକୃତିକ ଶର୍କରା ରହିଥାଏ । ଏଣୁ ମଧୁମେହ ରୋଗୀ ତରଭୁଜ ଖାଇବା ଦ୍ୱାରା ରକ୍ତରେ ସୁଗର୍‌ର ମାତ୍ରା ବୃଦ୍ଧି ପାଇଥାଏ ଯାହା ଦ୍ୱାରା ମେଧୁମେହ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡ଼ଇବାର ସମ୍ଭାବନା ରହିଥାଏ ।

New York Post

ଶ୍ୱାସ ରୋଗୀ :
ତରଭୁଜରେ ଅଧିକ ମାତ୍ରାରେ ଆମିନୋ ଏସିଡ଼ ରହିଥିବା ଯୋଗୁଁ ଶ୍ୱାସ ରୋଗୀଙ୍କୁ ଏହାକୁ କମ ମାତ୍ରାରେ ଖାଇବା ଆବଶ୍ୟକ । ତରଭୁଜ ଅଧିକ ଖାଇବା ଦ୍ୱାରା ଶ୍ୱାସ ବାହାରିବାର ଆଶଙ୍କା ରହିଥାଏ ।
କିଡ଼୍‍ନୀ ସମସ୍ୟା:
ଆଜି କାଲି କିଡ଼୍‍ନୀ ସମସ୍ୟା ସାଧାରଣ ପାଲଟିଛି । ତରଭୁଜରେ ଅଧିକ ମାତ୍ରାରେ ମିନେରାଲ୍‌ ଥିବା ଯୋଗୁଁ କିଡ଼୍‍ନୀ ରୋଗୀଙ୍କ ଲାଗି ଏହାର ଅଧିକ ସେବନ ଭଲ ନୁହଁ । ଏଣୁ ଏହି ରୋଗ ସହ ଜଡ଼ିତ ବ୍ୟକ୍ତି ତରଭୁଜ ଖାଇବା ନିୟନ୍ତ୍ରଣରେ କରିବା ଉଚିତ୍‌ ।

YouTube
ସମ୍ବନ୍ଧିତ ଖବର