ଫ୍ରିଜ୍‌ରେ ରଖନ୍ତୁ ନାହିଁ ଅଟା ଚକଟା, ଜାଣନ୍ତୁ କାରଣ

ଅଧିକାଂଶ ସମୟରେ ମହିଳାମାନେ ଅଟା ଦଳି ରୁଟି ତିଆରି କରିବା ଲାଗି ଦଳା ଅଟାକୁ ଫ୍ରିଜ୍‌ରେ ରଖିଥା’ନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି କି ଏହା ଅନୁଚିତ। ଆସନ୍ତୁୁ ଜାଣିବା କାହିଁକି ଦଳା ଅଟାକୁ ଫ୍ରିଜ୍‌ରେ ରଖିବା ଠିକ୍‌ ନୁହେଁ ଏହା ଆମର କି କ୍ଷତି କରିପାରେ?

ବୈଜ୍ଞାନିକ କାରଣ: ବୈଜ୍ଞାନିକମାନଙ୍କ ପରାମର୍ଶ ଅନୁଯାୟୀ ଅଟାରେ ଜଳ ମିଶାଇବା ପରେ ଏହାକୁ ଦଳି ସାଙ୍ଗେ ସାଙ୍ଗେ ରୁଟି ବେଲି ପ୍ରସ୍ତୁତ କରିବା ଉଚିତ। ଯଦି ଏହାକୁ ଫ୍ରିଜ୍‌ରେ ରଖି ଦିଆଯାଏ,ତେବେ ସେଥିରୁ ଏକ ରାସାୟନିକ ପଦାର୍ଥ ବାହାରିଥାଏ,ଯାହା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଆୟୁର୍ବେଦରେ କୁହାଯାଇଛି ଯେ,ଫ୍ରିଜ୍‌ରେ ରଖାଯାଇଥିବା ଚକଟା ଅଟାରୁ ପ୍ରସ୍ତୁତ ରୁଟି ବାସି ଭଳି ଲାଗିଥାଏ ଏବଂ ଏହାକୁ ଖାଇଲେ ହଜମ କ୍ରିୟାରେ ସମସ୍ୟା ଦେଖା ଦେଇଥାଏ। ତା’ଛଡ଼ା ଏହା ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟା ମଧ୍ୟ ଉପୁଜାଇଥାଏ।

ଧାର୍ମିକ କାରଣ: ଶାସ୍ତ୍ରରେ କୁହାଯାଇଛି ଯେ ବାସି ଖାଦ୍ୟ ହେଉଛି ଭୂତର ଆହାର। ବିଶ୍ୱାସ ରହିଛି, ବଳିଥିବା ଚକଟା ଅଟାକୁ ଫ୍ରିଜ୍‌ରେ ରଖିଦେଲେ,ତାହା ପିଣ୍ଡ ଭଳି ହୋଇଯାଇଥାଏ। ଏହାକୁ ଭୂତ-ପ୍ରେତ ପିଣ୍ଡ ଭାବେ ଭକ୍ଷଣ କରିବା ପାଇଁ ଘରକୁ ଆସିଥାନ୍ତି। ଯେଉଁ ପରିବାରରେ ଏଭଳି ଅଭ୍ୟାସ ରହିଛି, ସେହିଘରେ ଲୋକେ କୌଣସି ନା କୌଣସି ରୋଗରେ ପୀଡ଼ିତ ହୋଇଥା’ନ୍ତି ଅଥବା ଆଳସ୍ୟର ଶିକାର ହୋଇଥା’ନ୍ତି।

ସମ୍ବନ୍ଧିତ ଖବର