ଏକା ସାଙ୍ଗରେ ଖାଆନ୍ତୁ ନାହିଁ ଏସବୁ ଜିନିଷ, ହେବେ ଗମ୍ଭୀର ଶାରୀରିକ ସମସ୍ୟାର ଶିକାର

ଆୟୁର୍ବେଦ ଚିକିତ୍ସା ଅନୁଯାୟୀ ଖାଦ୍ୟ ଖାଇବାର କିଛି ନିୟମ ଥାଏ । ବେଳେ ବେଳେ ଖାଦ୍ୟ ଖାଇବା ସମୟରେ ଲୋକମାନେ କିଛି କିଛି ଖାଦ୍ୟ ମିଶାଇ ଖାଇ ଥାଆନ୍ତି ଯାହାକି ସେମାନଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଯଦି ଆପଣମାନେ ଖାଇବା ସମୟରେ ଛୋଟ ଛୋଟ ଜିନିଷ ବିଷୟରେ ଧ୍ୟାନ ଦେଉ ନାହାନ୍ତି ତେବେ ତାହା ଆପଣଙ୍କ ସ୍ୱାସ୍ଥ୍ୟପ୍ରତି ହାନିକାରକ ସାବ୍ୟସ୍ତ ହୋଇପାରେ । ସେଥି ପାଇଁ ଖାଇବା ପୂର୍ବରୁ କେଉଁ ଖାଦ୍ୟ ସହ କେଉଁ ଖାଦ୍ୟକୁ ମିଶାଇ ଖାଇବେ ନାହିଁ ତାହା ଜାଣି ନେବା ନିହାତି ଦରକାର । ଆଜି ଆମେ ଆପଣଙ୍କୁ ଜଣାଇବୁ କେଉଁ ଖାଦ୍ୟ ସହ କେଉଁ ଖାଦ୍ୟକୁ ମିଶାଇ ଖାଇବା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚି ଥାଏ ।

୧. କ୍ଷୀର ଏବଂ ଦହିକୁ ଏକା ସାଙ୍ଗରେ କେବେ ହେଲେ ସେବନ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଏସିଡିଟି ହେବା ସହ ବାନ୍ତି ହୋଇଥାଏ । ଏହା ସହ ଯଦି ଆପଣମାନେ ଫଳ ରସ ସହ କ୍ଷୀର ପିଉଛନ୍ତି ତେବେ ତାହା ଆପଣଙ୍କ ପାଇଁ ହାନିକାରକ ହୋଇପାରେ । ସେଥିପାଇଁ ଫଳ ରସ ଏବଂ କ୍ଷୀର ପିଇବା ମଧ୍ୟରେ ଅତିକମରେ ୧ଘଣ୍ଟାର ବ୍ୟବଧାନ ରଖିବା ଦରକାର ।
୨. ଫଳ ଖାଇବା ଶରୀର ପାଇଁ ଭଲ, ଏହା ଆପଣମାନେ ଜାଣିଥିବେ ନିଶ୍ଚୟ । କିନ୍ତୁ ଦହି ସହ ଏହାକୁ ଖାଇଲେ ଏହାର ଭଲ ପ୍ରଭାବ ଶରୀର ଉପରେ ପଡ଼ିବା ଅପେକ୍ଷା ଖରାପ ପ୍ରଭାବ ପଡ଼ିଥାଏ ।

Image result for milk, curd"
www.medicalnewstoday.com

୩. ଦହି ଖାଇଲେ ପେଟ ଥଣ୍ଡା ହୋଇଥାଏ । ସେଥିପାଇଁ ଏହା ସହ କୌଣସି ଗରମ ଜିନିଷ ଖାଇବା ଶରୀର ପ୍ରତି ହାନିକାରକ ହୋଇପାରେ । ସେଥିପାଇଁ କେବେହେଲେ ଦହି ସହ ମାଛକୁ ମିଶାଇ ଖାଆନ୍ତୁ ନାହିଁ । ଏହାକୁ ଏକା ସାଙ୍ଗରେ ଖାଇଲେ ଆଲର୍ଜି, ଗ୍ୟାସ୍‌ ଏବଂ ଚର୍ମରୋଗ ହେବାର ସମ୍ଭାବନା ଅଧିକ ଥାଏ ।
୪. ଆୟୁର୍ବେଦ ଅନୁସାରେ ମିଠା ଏବଂ ଖଟା ଫଳକୁ ଏକା ସାଙ୍ଗରେ ଖାଇବା ଆଦୌ ଉଚିତ୍‌ ନୁହେଁ । ଦୁଇଟି ଫଳ ଏକା ସାଙ୍ଗେ ଖାଇବା ଦ୍ୱାରା ଖଟା ଲାଗୁଥିବା ଫଳଟି ମିଠା ଫଳରେ ଥିବା ସୁଗାରକୁ ହଜମ କରିବାରେ ବାଧା ସୃଷ୍ଟି କରିଥାଏ । ଏହା ସହ ଫଳରେ ଥିବା ଭିଟାମିନ ମଧ୍ୟ କମ ହୋଇ ଯାଇଥାଏ ।
୫. ଖାଦ୍ୟକୁ ହଜମ କରିବା ପାଇଁ ସାଧାରଣତଃ ଭାବେ ଆମେ ମାନେ ପାଣି ପିଇଥାଉ । କିନ୍ତୁ ଖାଦ୍ୟ ଖାଇବା ସମୟରେ ପାଣି ପିଇବା ଦ୍ୱାରା ଖାଦ୍ୟ ଠିକ୍‌ ଭାବରେ ହଜମ ହୋଇ ନଥାଏ । ଏକା ସାଙ୍ଗରେ ଖାଇବା ସହ ପାଣି ପିଇଲେ ଖାଦ୍ୟର ପୋଷଣ ଶରୀରକୁ ମିଳି ନଥାଏ ।

ସମ୍ବନ୍ଧିତ ଖବର