ଏହି ସବୁ ଲକ୍ଷଣ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଆସୁଥିବା ବିପଦର ସୂଚନା ଦିଏ, ଏହାକୁ ନ ଏଡ଼ାଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ
ପୁରୁଷମାନେ ନିଜ ଶରୀରରେ ହେଉଥିବା ସାଧାରଣ ସମସ୍ୟାକୁ ଏଡ଼ାଇ ଦିଅନ୍ତି, ଯାହା ଭବିଷ୍ୟତରେ ବଡ଼ ସମସ୍ୟା ଦେଖା ଦେଇଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ଷ୍ଟ୍ରେସ୍: ଅଧିକ କାର୍ଯ୍ୟ କରିବା ଦ୍ୱାରା ଷ୍ଟ୍ରେସ୍ ଆସି ଡିପ୍ରେସନ୍ରେ ପରିବର୍ତ୍ତିତ ହୋଇଯାଏ। ଏହା ଦ୍ୱାରା ଭବିଷ୍ୟତରେ ହୃଦ୍ରୋଗ ହେବାର ଆଶଙ୍କା ସୃଷ୍ଟି କରିଥାଏ।
ମୂତ୍ରାଶୟ ସମସ୍ୟା: ମୂତ୍ରାଶୟରେ ପୀଡ଼ା ହେବା, ବାରମ୍ବାର ଟଏଲେଟ୍ ଲାଗିବା କିଡ୍ନି, ଲିଭର କିମ୍ବା ମଧୁମେହ ରୋଗ ହୋଇପାରେ।
ପିଠିରେ ଯନ୍ତ୍ରଣା: ବ୍ୟାକ୍ପେନ୍ ବା ପିଠିରେ ଯନ୍ତ୍ରଣା ଓ ଅଣ୍ଟା ଦରଜ ଲାଗି ରହିବା କିଡ୍ନି ଷ୍ଟୋନ୍ର କାରଣ ହୋଇପାରେ।
ଅଧିକ ଝାଳ ବୋହିବା: ଅଧିକ ଝାଳ ବୋହିବା ଥାଇରଏଡ୍ କିମ୍ବା ମେଟାବୋଲିଜମ୍ର ସମସ୍ୟା ହୋଇଥାଇ ପାରେ।
ମୁଣ୍ଡବିନ୍ଧା: ମୁଣ୍ଡବିନ୍ଧା ଲାଗି ରହିବା ଶରୀରରେ ପାଣି ଅଂଶ କମ୍ ହେବା ସହ ହୃଦ୍ରୋଗ ଓ ମସ୍ତିଷ୍କ ସହ ଜଡ଼ିତ କିଛି ରୋଗର ଆଶଙ୍କା ମଧ୍ୟ ହୋଇଥାଇପାରେ।
ଛାତି କିମ୍ବା କାନ୍ଧରେ ଦରଜ: ଦୁର୍ବଳ ଲାଗିବା, ଅଳସୁଆ ଲାଗିବା, ଥକିଯିବା ଆଦି ହୃଦ୍ଜନିତ ସମସ୍ୟାର ସଙ୍କେତ ହୋଇଥାଇ ପାରେ।
ଦିଆଯାଇଥିବା ସମସ୍ତ ଲକ୍ଷଣ ଦେଖା ଦେଉଥିଲେ ଏହାକୁ ନ ଏଡ଼ାଇ, ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।