ଶରୀରର ବାହ୍ୟ ଅଙ୍ଗ ସଂକ୍ରମଣର ଶିକାର ହେବାର ବହୁତ ସମ୍ଭାବନା ଥାଏ । ସେଥିପାଇଁ ଶରୀରରେ କୌଣସି କ୍ଷତ ସୃଷ୍ଟି ହେଲେ, ଭଲ ନ ହେବା ଯାଏଁ ତାହାକୁ ନ ଛୁଇଁବା ଲାଗି ଡାକ୍ତର ପରାମର୍ଶ ଦେଇଥାଆନ୍ତି । କିନ୍ତୁ ଏମିତି କିଛି ଆମର ବାହ୍ୟ ଅଙ୍ଗ ଅଛି, ଯାହାକୁ ବାରମ୍ବାର ସ୍ପର୍ଶ କରିବା ଦ୍ୱାରା ଆମର କ୍ଷତି ହୋଇଥାଏ । କେତେକଙ୍କର ବାରମ୍ବାର ତ୍ୱଚାକୁ ଛୁଇଁବା, କେଶକୁ ଛୁଇଁବା ଆଦି ଖରାପ ଅଭ୍ୟାସ ଥାଏ, ଯାହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଜୁକରମ୍ୟାନ୍‌ କଲେଜ୍‌ ଅଫ୍‌ ପ୍ଲବିକ୍‌ ହେଲଥ୍‌ ଏବଂ ଏରିଜୋନା ୟୁନିଭର୍ସିଟିର ଜଣେ ପ୍ରଫେସରଙ୍କ ମତ ଅନୁସାରେ ହାତରେ ଥିବା କୀଟାଣୁ ଏହାର ମୁଖ୍ୟକାରଣ । ଆସନ୍ତୁ ଜାଣିବା ଶରୀରର ସେସବୁ ଅଙ୍ଗ ବିଷୟରେ ଯାହାକୁ, ବାରମ୍ବାର ସ୍ପର୍ଶ କରିବା ଦ୍ୱାରା ଆମର କ୍ଷତି ହୋଇଥାଏ ।

Advertisment

କାନ: ଏହା ହେଉଛି ଶରୀରର ବାହ୍ୟ ଅଙ୍ଗ । କିନ୍ତୁ ଏହା ସବୁବେଳେ ଖୋଲା ରହିଥାଏ । କେତେକ ଲୋକ କାନକୁ ଆଙ୍ଗୁଠି ଦ୍ୱାରା ବାରମ୍ବାର କୁଣ୍ଡେଇଥାଆନ୍ତି । ଏମିତି କରିବା ଦ୍ୱାରା କାନର କ୍ଷତି ହୋଇଥାଏ । କାନର ପରଦା ବହୁତ ପତଳା, ତେଣୁ ଇୟରବଡ ବ୍ୟବହାର କରି କାନରୁ ମଇଳା ବାହାର କରିହେବ ।

publive-image Gist Home - blogger

ଚେହେରା: ତ୍ୱଚାକୁ ବାରମ୍ବାର ହାତ ଦ୍ୱାରା ସ୍ପର୍ଶ କଲେ, ଏହା ଖରାପ ହୋଇପାରେ । ହାତର କୀଟାଣୁ ମୁହଁ ସଂସ୍ପର୍ଶରେ ଆସିଥାଏ । ମୁହଁରେ ବ୍ରଣ ଆଦି ହୋଇଥାଏ ।

ଓଠ: ବାରମ୍ବାର ଓଠକୁ ଆଙ୍ଗୁଠି ଦ୍ୱାରା ସ୍ପର୍ଶ କରିବା ଭଲ ନୁହେଁ । ଯେତେବେଳେ ଓଠ ଶୁଖିଲା ଥାଏ, ସେହି ଆଙ୍ଗୁଳି ମାଧ୍ୟମରେ ବ୍ୟାକ୍ଟେରିଆ ଓଠ ଉପରକୁ ଆସିପାରେ ।

ଆଖି: ଆଖି କୁଣ୍ଡେଇ ହେଲେ ବା ଆଖି ଭିତରେ କିଛି ଚାଲିଗଲେ, ତାକୁ ହାତ ଦ୍ୱାରା ରଗଡ଼ିବା ଆମର ଏକ ଅଭ୍ୟାସ । ଏମିତି କରିବା ଦ୍ୱାରା ହାତରେ ଥିବା କୀଟାଣୁ ଆଖି ସଂପର୍କରେ ଆସିଥାଏ । ଆଖି ଲାଲ ହୋଇଯାଏ, ଜଳିଥାଏ ମଧ୍ୟ ।

କେଶ: ବାରମ୍ବାର କେଶରେ ହାତ ଲଗାଇବା ଦ୍ୱାରା ଝଡ଼ିବାର ସମ୍ଭାବନା ମଧ୍ୟ ଥାଏ ।