ଏବେ ବେକାର ଯିବନି ବଳକା ଭାତ; ଏମିତି ବନାନ୍ତୁ ସ୍ୱାଦିଷ୍ଟ ଦୋସା

ସବୁବେଳେ ତ ଆଉ ଉଚିତ ମୁତାବକ ରୋଷେଇ କରିହୁଏ ନାହିଁ। କେବେ ଅଧିକ ହୋଇଯାଏ ତ କେବେ କମ୍‌। ଅଧିକ ହୋଇଗଲେ ଚଳିଯିବ, କମ୍‌ ହେଲେ ତ ଅସୁବିଧା ନା? ବେଳେ ବେଳେ କିନ୍ତୁ ଚାଳ ଯେତେ କମ୍‌ କରି ରାନ୍ଧିଲେ ବି ତାହା ବଳି ପଡ଼ିଥାଏ। ଖାଇସାରିବା ପରେ ବି ଭାତ ବଳିପଡ଼େ। ସେପରିସ୍ଥିତିରେ ବିବ୍ରତ ଲାଗେ। ମାତ୍ର ବିବ୍ରତ ହେବାର କୌଣସି କାରଣ ନାହିଁ। ଆପଣ ଏଣିକି ସେହି ବଳକା ଭାତକୁ ବ୍ୟବହାର କରି ଦୋସା ପ୍ରସ୍ତୁତ କରିପାରିବେ।

ଦୋସା ପାଇଁ ଆବଶ୍ୟକୀୟ ସାମଗ୍ରୀ:

:ଏକ ଗିନା ଭାତ
:ଏକ ଗିନା ଦହି
:ଖୁବ୍‌ କମ୍‌ ବେକିଂ ସୋଡ଼ା
:ଏକ ଗିନା ଚାଉଳ ଅଟ୍ଟା
:ଅଧା ଗିନା ଗହମ ଅଟ୍ଟା
:ଗୋଟାଏ ଛୋଟ ଚାମଚ ଜିରା
:ଏକ କପ୍‌ ପାଣି
:ସ୍ୱାଦ ଅନୁସାରେ ଲୁଣ

ଦୋସା ପ୍ରସ୍ତୁତ ପ୍ରଣାଳୀ:

ଦୋସା ବନାଇବା ପାଇଁ ପ୍ରଥମେ ରାତିର ବଳକା ଭାତ, ସେଥିରେ ଦହି, ଚାଉଳ ଅଟ୍ଟା, ଗହମ ଅଟ୍ଟା ଓ କପ୍‌ ପାଣି ଦେଇ ମିଶ୍ରଣ କରିଦିଅନ୍ତୁ। ତା’ପରେ ଏହି ମିଶ୍ରଣରେ ଖୁବ୍‌ କମ୍‌ ବେକିଂ ସୋଡ଼ା ଓ ଜିରା ମିଳାଇ ଦିଅନ୍ତୁ। ତା’ପରେ ତାଓ୍ଵାକୁ କମ୍‌ ଜାଳରେ ତତେଇ ଦିଅନ୍ତୁ। ତେଲ ଦେଇ ପିଠା କଲା ପରି ତାଓ୍ଵାରେ ଆଣ ଦେଇ ବୁଲାଇ ଦିଅନ୍ତୁ। ସାମାନ୍ୟ ହଳଦିଅ ହେବା ପର୍ଯ୍ୟନ୍ତ ତାହାକୁ ଏପଟ ସେପଟ କରନ୍ତୁ। ତାପରେ ତାହାକୁ କିିଛି ଚଟଣି ବା ସସ୍‌ ଲଗାଇ ଖାଆନ୍ତୁ।

ସମ୍ବନ୍ଧିତ ଖବର