ସତର୍କ ରୁହନ୍ତୁ! କରୋନା ହେବା ପରେ ଶରୀରରେ ସୃଷ୍ଟି ହେଉଛି ଡାଏବେଟିସ

କରୋନା ଓ ଡାଏବେଟିସକୁ ନେଇ କିଛି ଏଭଳି କହିଛନ୍ତି ଡାଏବେଟୋଲୋଜିଷ୍ଟ ଡାକ୍ତର ଆଲୋକ କାନୁନଗୋ

ଭୁବନେଶ୍ୱର: କରୋନା ଡାଏବେଟିସକୁ ଜନ୍ମ ଦେଇପାରେ | ଡାଏବେଟିସ ଆପଣଙ୍କର ନଥିଲେ ବି କରୋନା ହେବା ପରେ ଏହା ସୃଷ୍ଟି ହୋଇପାରେ | ବରିଷ୍ଠ ଡାଏବେଟୋଲୋଜିଷ୍ଟ ଡାକ୍ତର ଆଲୋକ କାନୁନଗୋ କହିଛନ୍ତି ଯେ କରୋନା ଭୂତାଣୁ ଡାଏବେଟିସ ସୃଷ୍ଟି କରୁଛି | କରୋନା ଭୂତାଣୁ ଶରୀରର ଅଗ୍ନାଶୟ ବା ପାନକ୍ରିୟାଜ ଉପରେ ପ୍ରଭାବ ପକାଉଛି | ଆଉ କରୋନାରେ ଗୁରୁତର ହୋଇପଡୁଥିବା ରୋଗୀଙ୍କୁ ଚିକିତ୍ସା ପାଇଁ ଷ୍ଟେରଏଡ଼ ଦିଆଯାଉଛି | ଅଗ୍ନାଶୟ ଖରାପ ହେବା ଓ ଷ୍ଟେରଏଡ଼ ଦିଆଯାଉଥିବାରୁ ଡାଏବେଟିସ ସେମାନଙ୍କର ଦେଖାଦେଉଛି | ବଡ କଥା ଯେ ଡାଏବେଟିସ ହେବା ପରେ ଏହା ରହିଯାଉଛି |


ସେହିପରି ଡାଏବେଟିସ ରୋଗୀ ଏହି ସମୟରେ ନିଜ ସ୍ୱାସ୍ଥ୍ୟ ଓ ଖାଦ୍ୟପେୟ ପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଦେବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି | ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ସହ ପ୍ରତିଦିନ ଶାରୀରିକ ପରିଶ୍ରମ କରିବା ଉଚିତ ବୋଲି ଡାଏବେଟୋଲୋଜିଷ୍ଟ କହିଛନ୍ତି | ସାଧାରଣ ସ୍ୱାସ୍ଥ୍ୟ କିଭଳି ଭଲ ରହିବ ସେହି କଥା ପ୍ରତି ଦୃଷ୍ଟି ଦେବେ | ଯେଉଁମାନେ କରୋନାକୁ ସାମ୍ନା କରିଛନ୍ତି ସେମାନେ ପ୍ରଚର ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଉଚିତ | ସିଝା ଅଣ୍ଡା, ମାଛ ସହ ସବୁଜ ପନିପରିବା ଯେତେ ଅଧିକ ଖାଇପାରିବେ କରୋନା ସେତେ କମ କ୍ଷତି କରିବ | ଡାଏବେଟିସ ସହ ଅନ୍ୟ କିଛି ରୋଗ ଥିଲେ, ସେମାନଙ୍କ ପ୍ରତି କୋଭିଡର ବିପଦ ଅଧିକ ତେଣୁ ବୟସ ଯାହା ହେଉନା କାହିଁକି ଅଧିକ ସତର୍କତା ଅବଲମ୍ବନ କରିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି |

ସମ୍ବନ୍ଧିତ ଖବର