ନିଆରା ସଫଳତା: ଜାପାନ ସରକାରଙ୍କ ପକ୍ଷରୁ ଓଡ଼ିଆ ଡାକ୍ତରଙ୍କୁ ମିଳିଲା ନିମନ୍ତ୍ରଣ

“ପ୍ରାଥମିକ ପର୍ଯ୍ୟାୟରେ ଗ୍ୟାଷ୍ଟ୍ରୋଏଣ୍ଟେଷ୍ଟାଇନ୍ କ୍ୟାନସର ନିରୂପଣ ଜାପାନୀମାନେ କରିଥିଲେ ଏବଂ ଏହି କ୍ଷେତ୍ରରେ ସେମାନଙ୍କର ଖୁବ ଅଗ୍ରଗତି ରହିଛି । ଆମେରିକୀୟ ଏବଂ ୟୁରୋପୀୟମାନେ ତାଲିମ ନେବା ପାଇଁ ଜାପାନ୍ ଗସ୍ତରେ ଯାଇଛନ୍ତି । ମୁଁ ନିଜକୁ ଭାଗ୍ୟଶାଳୀ ମନେକରୁଛି ଯେ ଗ୍ୟାଷ୍ଟ୍ରୋଏଣ୍ଟେଷ୍ଟାଇନ୍ କ୍ୟାନସର୍ କ୍ଷେତ୍ରରେ ମୁଁ ଜାପାନରେ ଅନେକ ମାସ ଧରି ତାଲିମ୍ ନେବା ପରେ ଜାପନ୍ ସରକାରଙ୍କ ନ୍ୟାୟ ମନ୍ତ୍ରାଳୟ ତରଫରୁ  ଲାଇସେନ୍ସ ଏବଂ ନିଜର  ଦକ୍ଷତାକୁ ଅଭ୍ୟାସ କରିବା ପାଇଁ ନିମନ୍ତ୍ରଣ ମଧ୍ୟ ପାଇଛି । ପ୍ରାଥମିକ ଗ୍ୟାଷ୍ଟ୍ରୋଏଣ୍ଟେଷ୍ଟାଇନ୍ କ୍ୟାନସରର ମୂଳ ଲକ୍ଷ୍ୟ ହେଉଛି ଆରୋଗ୍ୟ ଅପେକ୍ଷା ପ୍ରତିରୋଧ ଭଲ ।”

ଭୁବନେଶ୍ବର:  ଭାରତୀୟ ପେଟ ଓ ଲିଭର ରୋଗ ବିଶେଷଜ୍ଞମାନଙ୍କ ମଧ୍ୟରେ ଡାକ୍ତର ଆଶୁତୋଷ ମହାପାତ୍ର ହେଉଛନ୍ତି ଏମିତି ଜଣେ ବ୍ୟକ୍ତିତ୍ୱ ଯେ କି ଜାପାନ ସରକାରଙ୍କ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ଆଧୁନିକ ଉପଚାର ମାଧ୍ୟମରେ ପ୍ରାଥମିକ ପର୍ଯ୍ୟାୟରେ ଗ୍ୟାଷ୍ଟ୍ରିକ କ୍ୟାନସର ନିରୂପଣ କରିବାର ପଦ୍ଧତି ପ୍ରଶିକ୍ଷଣ କରିବା ପାଇଁ ନିମନ୍ତ୍ରଣ ପାଇଛନ୍ତି ।

ପେଟ ରୋଗ ଏବଂ ଏହାର ଚିକିତ୍ସା ପ୍ରଣାଳୀକୁ ବିଶ୍ୱସ୍ତରରେ ପହଂଚାଇବା କେବଳ ଓଡ଼ିଶାର ନୁହେଁ, ସାରା ଭାରତର ମୁଖ୍ୟ ପ୍ରସଙ୍ଗିକତା । ଏହି ପ୍ରସଙ୍ଗକୁ ପ୍ରାଥମିକତା ଦେଇ ଭୁବନେଶ୍ୱରରେ ଥିବା ସାଇ ଇଷ୍ଟିଟ୍ୟୁଟ ଅଫ୍ ଗ୍ୟାସଷ୍ଟ୍ରୋଏଣ୍ଟେରୋଲୋଜି ଆଣ୍ଡ ଲିଭର ସାଇନ୍ସର ପ୍ରତିଷ୍ଠାତା ଡାକ୍ତର ଆଶୁତୋଷ ମହାପାତ୍ର ଜାପାନ ସରକାରଙ୍କ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଗ୍ୟାଷ୍ଟ୍ରିକ କ୍ୟାନସରକୁ  ନିରୁପଣ କରିବା ପାଇଁ ‘ମେଡିକାଲ୍ ଲାଇସେନ୍ସ’ ପାଇବାରେ ସକ୍ଷମ ହୋଇପାରିଛନ୍ତି ।

ଏହି ନିଆରା ସଫଳତା କେବଳ ୩ ଜଣ ଭାରତୀୟ ପେଟ ରୋଗ ବିଶେଷଜ୍ଞଙ୍କୁ ଏପର୍ଯ୍ୟନ୍ତ ମିଳିପାରିଛି । ଡାକ୍ତର ମହାପାତ୍ର ଜାପାନ ସରକାରଙ୍କ ନିମନ୍ତ୍ରଣ କ୍ରମେ ଏବଂ ମେଡିକାଲ୍ ଲାଇସେନ୍ସ ପାଇ ଜାପାନ ସହିତ ଏସୀୟ ଦେଶର ଅନେକ ଡାକ୍ତରଖାନା ଏବଂ ମେଡିକାଲ ଇନଷ୍ଟିଚ୍ୟୁଟ୍ ପରିଦର୍ଶନ କରି ଅନେକ ଅଭିଜ୍ଞତା ହାସଲ କରିଛନ୍ତି ।

ଏହାପରେ ସେ ଜାପାନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଗ୍ୟାଷ୍ଟ୍ରୋଏଣ୍ଟେଷ୍ଟାଇନ୍ କ୍ୟାନସର୍  (ଏସୋପାଗସ୍, ପେଟ, କୋଲନ୍ ଏବଂ ରେକ୍ଟମ୍) ନିରୂପଣ ଏବଂ ଚିକିତ୍ସା ପାଇଁ ଉନ୍ନତ ଧରଣର ତାଲିମ୍  ନେଇଛନ୍ତି ।

୨୦୧୬ରେ ଡାକ୍ତର ଆଶୁତୋଷ ଗ୍ୟାଷ୍ଟ୍ରୋଏଣ୍ଟେଷ୍ଟାଇନ୍ କ୍ୟାନସରକୁ ପ୍ରାରମ୍ଭିକ ପର୍ଯ୍ୟାୟରୁ ଚିହ୍ନଟ କରିବା ପାଇଁ ନ୍ୟାସନାଲ୍ କ୍ୟାନସର ସେଣ୍ଟର, ଟୋକିଓ ଏବଂ ଓସାକା ଇଣ୍ଟରନ୍ୟାସନାଲ୍ କ୍ୟାନସର୍ ସେଣ୍ଟରରୁ ସଂପୂର୍ଣ୍ଣ ତାଲିମ୍ ନେଇଛନ୍ତି । ଏହାର ଫଳ ସ୍ୱରୂପ ଡାକ୍ତର ମହାପାତ୍ର ଗ୍ୟାଷ୍ଟ୍ରୋଏଣ୍ଟେଷ୍ଟାଇନ୍ କ୍ୟାନସର୍ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।

‘ସ୍ୱାସ୍ଥ୍ୟ ସମ୍ବାଦ’କୁ ଦେଇଥିବା ଏକ ସାକ୍ଷାତକାରରେ ଡାକ୍ତର ମହାପାତ୍ର କହିଛନ୍ତି, “ପ୍ରାଥମିକ ପର୍ଯ୍ୟାୟରେ ଗ୍ୟାଷ୍ଟ୍ରୋଏଣ୍ଟେଷ୍ଟାଇନ୍ କ୍ୟାନସର ନିରୂପଣ ଜାପାନୀମାନେ କରିଥିଲେ ଏବଂ ଏହି କ୍ଷେତ୍ରରେ ସେମାନଙ୍କର ଖୁବ ଅଗ୍ରଗତି ରହିଛି । ଆମେରିକୀୟ ଏବଂ ୟୁରୋପୀୟମାନେ ତାଲିମ ନେବା ପାଇଁ ଜାପାନ୍ ଗସ୍ତରେ ଯାଇଛନ୍ତି । ମୁଁ ନିଜକୁ ଭାଗ୍ୟଶାଳୀ ମନେକରୁଛି ଯେ ଗ୍ୟାଷ୍ଟ୍ରୋଏଣ୍ଟେଷ୍ଟାଇନ୍ କ୍ୟାନସର୍ କ୍ଷେତ୍ରରେ ମୁଁ ଜାପାନରେ ଅନେକ ମାସ ଧରି ତାଲିମ୍ ନେବା ପରେ ଜାପନ୍ ସରକାରଙ୍କ ନ୍ୟାୟ ମନ୍ତ୍ରାଳୟ ତରଫରୁ  ଲାଇସେନ୍ସ ଏବଂ ନିଜର  ଦକ୍ଷତାକୁ ଅଭ୍ୟାସ କରିବା ପାଇଁ ନିମନ୍ତ୍ରଣ ମଧ୍ୟ ପାଇଛି । ପ୍ରାଥମିକ ଗ୍ୟାଷ୍ଟ୍ରୋଏଣ୍ଟେଷ୍ଟାଇନ୍ କ୍ୟାନସରର ମୂଳଲକ୍ଷ୍ୟ ହେଉଛି ଆରୋଗ୍ୟ ଅପେକ୍ଷା ପ୍ରତିରୋଧ ଭଲ ।”

ଗ୍ୟାଷ୍ଟ୍ରିକ କ୍ୟାନସରର ସଠିକ୍ ନିରୂପଣ କଷ୍ଟକର ଅଟେ । କ୍ୟାନସରର ଆରୋଗ୍ୟ ସଂପୂର୍ଣ୍ଣ ଭାବେ ଏହାର ପର୍ଯ୍ୟାୟ ଉପରେ ନିର୍ଭର କରେ । କାରଣ ପ୍ରଥମିକ ପର୍ଯ୍ୟାୟରେ ଚିହ୍ନଟ ହୋଇପାରିଲେ ହିଁ ଏହା ଭଲ ହୋଇପାରିବ । ହ୍ୱାଇଟ୍ ଲାଇଟ୍ ଏଣ୍ଡୋସ୍ପୋପି ଦ୍ୱାରା ଡାକ୍ତରମାନେ ପ୍ରଥମିକ ଗ୍ୟାଷ୍ଟ୍ରିକ କ୍ୟାନସରକୁ ମୂଳରୁ ନିରୂପଣ କରିପାରୁଛନ୍ତି ।

ଏଣ୍ଡୋସ୍କୋପି ଦ୍ୱାରା ଅତି ସଠିକ୍ ଭାବେ ଏବଂ ସଠିକ୍ ସମୟରେ ଗ୍ୟାଷ୍ଟ୍ରିକ କ୍ୟାନସରର ନିର୍ଣ୍ଣୟ ସମ୍ଭବ ହୋଇପାରିଛି ଯାହା ବିଶ୍ୱ ସ୍ତରରେ ଏଣ୍ଡୋସ୍କୋପି ଦୁନିଆରେ ସୁବର୍ଣ୍ଣ ସ୍ତରରେ ପହଂଚିପାରିଛି ।

ସାଇ ଇଷ୍ଟିଟ୍ୟୁଟ ଅଫ୍ ଗ୍ୟାସଷ୍ଟ୍ରୋଏଣ୍ଟେରୋଲୋଜି ଆଣ୍ଡ ଲିଭର ସାଇନ୍ସରେ ଏଣ୍ଡୋସାଇଟୋସ୍କୋପ୍ ପରି ଉନ୍ନତ ପ୍ରଣାଳୀରେ କର୍କଟ ଚିହ୍ନଟ ପରି ସୁବିଧା ଉପଲବ୍ଧ, ଯାହା ପୂର୍ବ ଭାରତରେ ପ୍ରଥମ । ଜାପାନରେ ଡାକ୍ତର ମହାପାତ୍ରଙ୍କ ପ୍ରଶିକ୍ଷଣ ଗ୍ୟାଷ୍ଟ୍ରିକ କ୍ୟାନସରର ନିର୍ଣ୍ଣୟ ପ୍ରକ୍ରିୟାକୁ ଉନ୍ନତ କରିବା ସହିତ ଦେଶର କୋଣ ଅନୁକୋଣରେ ଥିବା ରୋଗୀଙ୍କୁ ଖୁବ ସାହାଯ୍ୟ କରୁଛି ।

ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ଆଶୁତୋଷ ମହାପାତ୍ର ଏବଂ ସାଇ ଇଷ୍ଟିଟ୍ୟୁଟ ଅଫ୍ ଗ୍ୟାସଷ୍ଟ୍ରୋଏଣ୍ଟେରୋଲୋଜି ଆଣ୍ଡ ଲିଭର ସାଇନ୍ସ ବିଷୟରେ ଅଧିକ ଜାଣିବା ପାଇଁ ୮୯୧୭୨୯୩୨୭୩ ନମ୍ବରରେ ଯୋଗାଯୋଗ କରନ୍ତୁ।

ସମ୍ବନ୍ଧିତ ଖବର