ସ୍ୱପ୍ନର ଥାଏ ଭିନ୍ନ ଏକ ଜଗତ୍। ଜ୍ୟୋତିଷି ଶାସ୍ତ୍ରରେ ଭିନ୍ନ ଭିନ୍ନ ସ୍ୱପ୍ନ ସଂକ୍ରାନ୍ତରେ ବହୁ ଆଖ୍ୟାନ ଏବଂ ଲୋକବିଶ୍ୱାସ କଥା ଉଲ୍ଲେଖ କରାଯାଇଛି। ସ୍ୱପ୍ନ ବ୍ୟକ୍ତିର ଆଗତ ଭବିଷ୍ୟତ ବିଷୟରେ କ’ଣ ସୂଚାଉଛି ତାହା ସେଥିରେ ବର୍ଣ୍ଣିତ। କେତେକ ସ୍ୱପ୍ନ ଶୁଭାଶୁଭ ସୂଚନା ଦେଉଥିବା ବେଳେ ଅନ୍ୟ କେତେକ ସ୍ୱପ୍ନ ଦୁର୍ଭାଗ୍ୟର ସୂଚନା ଦିଏ। ସ୍ୱପ୍ନରେ ନାରୀମାନଙ୍କର ଭିନ୍ନ ଭିନ୍ନ ରୂପ ଦେଖିଲେ ମଧ୍ୟ ସୌଭାଗ୍ୟ ଓ ଦୁର୍ଭାଗ୍ୟ ପ୍ରାପ୍ତି ହୋଇଥାଏ।
/sambad/media/post_attachments/wp-content/uploads/2017/12/EarRing-300x216.jpg)
ବ୍ୟକ୍ତି ସ୍ୱପ୍ନରେ ଝରା-କାନଫୁଲ ପିନ୍ଧିଥିବା ନାରୀ ଦେଖିଲେ ନିକଟ ଭବିଷ୍ୟତରେ ତାଙ୍କୁ ଶୁଭ ଖବର ମିଳେ। ଯଦି ଧଳା ବସ୍ତ୍ର ପିନ୍ଧା ନାରୀ କିଂବା ମୁହଁରୁ ଓଢ଼ଣା ଖୋଲିଥିବା ନାରୀ ସ୍ୱପ୍ନରେ ଆସେ ତା’ହେଲେ ଏହା ଭବିଷ୍ୟତରେ ଦାମ୍ପତ୍ୟ ଜୀବନ ସୁଖମୟ ହେବାର ସୂଚନା ଦିଏ।
Image Courtesy of The Speaking Treeସ୍ୱପ୍ନରେ ବୁର୍ଖାପିନ୍ଧା ନାରୀ ଦେଖିଲେ ଘନିଷ୍ଠ ବନ୍ଧୁଙ୍କ ଠାରୁ ଧୋକା ଖାଇବାର ଆଶଙ୍କା ଥାଏ। ଯଦି କେହି କୌଣସି ନାରୀକୁ ଚୁମ୍ବନ ଦେବା କିଂବା କୌଣସି ନାରୀ ସହ ସହବାସ କରିବାର ସ୍ୱପ୍ନ ଦେଖନ୍ତି, ଭବିଷ୍ୟତରେ ସେ ବ୍ୟକ୍ତିଜଣକ ଖୁବ୍ ଧନବାନ ହୁଅନ୍ତି।
/sambad/media/post_attachments/wp-content/uploads/2017/12/4Dreams-of-Girls-300x222.jpg)
ଯଦି କେହି କୌଣସି ନାରୀ ଚେସ୍, ଲୁଡୁ ଆଦି ଘର ଭିତରେ ଖେଳା ଯାଉଥିବା ଖେଳ ଖେଳିବାର ସ୍ୱପ୍ନ ଦେଖନ୍ତି, ନିକଟ ଭବିଷ୍ୟତରେ ସେ ବ୍ୟକ୍ତି ଖୁବ୍ ପ୍ରସିଦ୍ଧି ଲାଭ କରିବା ସହ ଧନସମ୍ପଦ ପ୍ରାପ୍ତ ହୁଅନ୍ତି।
Image Courtesy of The Speaking Treeଯଦି ସ୍ୱପ୍ନରେ କୌଣସି ଗୌରବର୍ଣ୍ଣା ନାରୀ ଦେଖନ୍ତି ତେବେ ଖୁବ୍ ଶୀଘ୍ର ବହୁ ଅର୍ଥପ୍ରାପ୍ତି ହେବାର ସମ୍ଭାବନା ଥାଏ। ଯଦି ସ୍ୱପ୍ନରେ କୌଣସି ନାରୀ ଛାଡ଼ି ଚାଲି ଯିବାର ସ୍ୱପ୍ନ ଦେଖନ୍ତି, ତାହା ନିକଟ ଭବିଷ୍ୟତରେ ପୂର୍ବ ପୁରୁଷଙ୍କ ସମ୍ପତ୍ତି ପାଇବାର ସୂଚନା ଦିଏ।
Image Courtesy of The Speaking Treeସ୍ୱପ୍ନରେ ପରୀ ଦେଖିଲେ ବ୍ୟକ୍ତି ଭବିଷ୍ୟତରେ ଅତି ଧନବାନ ହୋଇ ଯାଆନ୍ତି। ଜୀବୀକା ନିର୍ବାହ କରିବାକୁ ତାଙ୍କୁ ଆଉ କୌଣସି କାମ କରିବାକୁ ପଡ଼େନାହିଁ।
ନିଜେ ପତ୍ନୀ କିଂବା ପ୍ରେମିକା ସହ ବୁଲି ଯିବାର ସ୍ୱପ୍ନ ଦେଖିବା ଅର୍ଥ ବୈବାହିକ ଜୀବନ ସଫଳ ବୋଲି ବୁଝିବାକୁ ପଡ଼ିବ।
Image Courtesy of The Speaking Treeଯଦି କେହି ସ୍ୱପ୍ନରେ ସୁନ୍ଦର କନ୍ୟାଟିଏ ଦେଖନ୍ତି ତାଙ୍କର ଜୀବନ ସୁଖମୟ ହୋଇଥାଏ। କିନ୍ତୁ, ସ୍ୱପ୍ନରେ କ୍ରନ୍ଦନରତ କନ୍ୟା ଦେଖିଲେ ସେ ବ୍ୟକ୍ତିଙ୍କର ଶ୍ୱଶୁରଘର ସହ ସମ୍ପର୍କ ମଧୁର ହୋଇ ନ ଥାଏ।
Image Courtesy of The Speaking Treeଯଦି ଜଣେ ନାରୀ ଫୁଲମାଳା ନେଇ ଆପଣଙ୍କ ଆଡ଼କୁ ଆସୁଥିବାର ସ୍ୱପ୍ନ ଦେଖନ୍ତି ତେବେ ନିଜର କ୍ୟାରିଅର୍ ଖୁବ୍ ସଫଳ ହେବ ବୋଲି ଜାଣନ୍ତୁ।
ନିଜେ ପ୍ରେମିକାକୁ କିଂବା ପତ୍ନୀକୁ ହୀରା ଗହଣା ଉପହାର ଦେଉଥିବା ସ୍ୱପ୍ନ ଦେଖିଥିବା ବ୍ୟକ୍ତିଙ୍କ ବୈବାହିକ ଜୀବନ ନରକ କୁଣ୍ଡ ପାଲଟି ଯାଏ।
Image Courtesy of The Speaking Treeପ୍ରେମିକା କିଂବା ପତ୍ନୀ ପର ପୁରୁଷ ସହ ପଳାଇ ଯିବାର ସ୍ୱପ୍ନ ଦେଖିଲେ, ବାସ୍ତବରେ ସେ ବ୍ୟକ୍ତିଙ୍କର ପତ୍ନୀ ଅନ୍ୟ କୌଣସି ଧନୀ ବ୍ୟକ୍ତିଙ୍କ ସହ ପଳାଇ ଯିବାର ସୂଚନା ଦିଏ।
/sambad/media/post_attachments/wp-content/uploads/2017/12/11Dreams-of-Girls-200x300.jpg)
ଯଦି ବ୍ଲଣ୍ଡ୍ ହେୟାର ଷ୍ଟାଇଲ୍ କରିଥିବା ନାରୀ ସ୍ୱପ୍ନରେ ଆସନ୍ତି ତେବେ ସେ ବ୍ୟକ୍ତି ଧନୀଘରର ଝିଅକୁ ବାହା ହୁଅନ୍ତି।
ସ୍ୱପ୍ନରେ ପତ୍ନୀ କିଂବା ପ୍ରେମିକାଙ୍କ ଠାରୁ ନିଜେ ମେଲାଣି ନେଉଥିବାର ସ୍ୱପ୍ନ ଦେଖୁଥିବା ବ୍ୟକ୍ତି ଖୁବ୍ ଶୀଘ୍ର ଅସୁସ୍ଥ ହୋଇ ପଡ଼ନ୍ତି।
ସ୍ୱପ୍ନରେ ନୃତ୍ୟରତା ନାରୀ ଦେଖିଲେ ସମ୍ପର୍କ ଭାଙ୍ଗି ଯିବାର ଆଶଙ୍କା ଥାଏ।
ସ୍ୱପ୍ନରେ ନିଜେ କୌଣସି ନଗ୍ନ ନାରୀଙ୍କର ଚିତ୍ର ଆଙ୍କୁଥିବାର ଦେଖିଲେ ଦୁର୍ଭଗ୍ୟ ଆରମ୍ଭ ହୋଇଥାଏ।
ଧଳା ଲୁଗା ପିନ୍ଧିଥିବା ନାରୀକୁ ଆଶ୍ଳେଷ କରିବାର ସ୍ୱପ୍ନ ଦେଖିଲେ ଜୀବନରେ ସୌଭାଗ୍ୟ ଭରିଯାଏ।
Image Courtesy of The Speaking Treeସ୍ୱପ୍ନରେ ବାରାଙ୍ଗନା ଦେଖିଲେ ଜୀବନରେ ଗୁଡ଼ାଏ ସମସ୍ୟା ଦେଖାଦିଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/1Dreams-of-Girls.jpg)