କ୍ଳୋରୋନିକ କିଡନୀ ଡିିଜିଜ (ସିକେଡି) ରୋଗୀ ଯଦି ଅଧିକ ମାତ୍ରାରେ କଫି ପିଉଥିବେ ତେବେ ବଢ଼ିପାରିବ ତାଙ୍କ ଜୀବନକାଳ । ଏହା ପର୍ତ୍ତୁଗାଲ ରେ ହୋଇଥିବା ଏକ ଗବେଷରାରୁ ଜାଣିବାକୁ ମିଳିଛି। ଅଧିକ କଫି ନ ପିଉଥିବା ଲୋକଙ୍କ ପାଖରେ ୨୪ ପ୍ରତିଶତ ମୃତ୍ୟୁର ଆଶଙ୍କା ରହିଥିବା ବେଳେ , କଫି ପିଉଥିବା ଲୋକଙ୍କଠାରେ ୧୨ରୁ ୨୨ ପ୍ରତିଶତ କମ ଆଶଙ୍କା ରହିଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
“ଗବେଷଣାରୁ ଜଣାଯାଇଛି ଯେ ସିକେଡି ରୋଗୀ ଅଧିକ ମାତ୍ରାରେ କଫି ଗ୍ରହଣ କରିଥିଲେ ଜୀବନକାଳ ବଢ଼ିବା ସଙ୍ଗେ ମୃତ୍ୟୁର ଆଶଙ୍କା ମଧ୍ୟ କମ ହୋଇଥାଏ। ଏହା ଏକ ସହଜ , ସରଳ ଏବଂ ଶସ୍ତା ଉପଚାର ଅଟେ। ଏହାକୁ ଦୈନଦିନ ଜୀବନରେ ସାମିଲ କରିବା ଦରକାର ।” , ବୋଲି କହିଛନ୍ତି ପର୍ତ୍ତୁଗାଲ ସେଣ୍ଟର ହସ୍ପିଟାଲର ଲିସବୋ ନର୍ଥର ମିଗୁଲ ବାଗୋଟି ବାଇରା ।
“ଗବେଷଣା ପାଇଁ ଟିମ ୨୩୨୮ ଜଣ ସିକେଡ଼ି ରୋଗୀଙ୍କୁ ନେଇ ପରୀକ୍ଷା କରିବା ସହ ତାଙ୍କ ମଧ୍ୟରେ ଥିବା ମୃତ୍ୟୁ ସଂଖ୍ୟାର ସମୟ ତାଲିକା ପ୍ରସ୍ତୁତ କରିଥିଲା। ଏହା ସିକେଡି ରୋଗୀଙ୍କ ପାଇଁ ଲାଭଦାୟକ କିନ୍ତୁ ଏହା ରୋଗର ଅବସ୍ଥା ଏବଂ ସ୍ତର ଉପରେ ମଧ୍ୟ ନିର୍ଭର କରିଥାଏ ।,” କହିଛନ୍ତି ନର୍ଥର ମିଗୁଲ । ଏହି ଧରଣର ଗବେଷଣା ଆଗାମୀ ନ୍ୟୁ ଓରଲାନରେ ହେବାକୁ ଥିବା ଏଏସଏନ କିଡନୀ ଓ୍ଵିକରେ ୨୦୧୭ ରେ ପ୍ରକାଶ ପାଇବାକୁ ଯାଉଛି।