ଏବେ ଶୀତଦିନର ରାଜୁତି ଜାରି ରହିଛି। ଏଇ ଶୀତ ସକାଳରେ ପାଟିରେ ଟିକେ ଗରମ କଫି ପଡ଼ିଗଲେ, ମନ ଉତ୍ଫୁଲ୍ଲିତ ହୋଇଯାଏ। ତେବେ ସାଧାରଣ କଫି ସାଥିରେ ଆଉ ଗୋଟିଏ ଉପାଦାନ ମିଶିଗଲେ ତାହା କଫିର ପୋଷକ ତତ୍ତ୍ବକୁ ଢେର ଗୁଣ ବଢ଼ାଇପାରିବ। ସେହି ଉପାଦାନଟି ହେଉଛି ଘିଅ। ବିଶେଷ କରି ଶୀତୁଆ ସକାଳରେ ଘୃତ ମିଶ୍ରିତ କଫି ପିଇବା ବେଶ୍ ଉପାଦେୟ। ଅନେକ ବଲିଉଡ୍ ତାରକା ଘିଅ-କଫି ଆପଣେଇବା ସହ ସାମାଜିକ ଗଣମାଧ୍ୟମରେ ତାହାକୁ ଲୋକପ୍ରିୟ କରାଇ ଚାଲିଛନ୍ତି।
ଏହି ମିଶ୍ର ପାନୀୟର କେତେକ ଉପକାରିତା ବାବଦରେ ଜାଣିବା। ବ୍ଲାକ୍ କଫି ତୁଳନାରେ ଘିଅ-କଫି ଦୀର୍ଘ ସମୟ ଧରି ଏକ ଶକ୍ତିବର୍ଦ୍ଧକ ଭାବେ କାମ କରିଥାଏ। ସାଧାରଣ କଫି ପିଇଲେ ତାହା ହଠାତ୍ ଶରୀରର ଶକ୍ତି ସ୍ତରକୁ ବଢ଼ାଇଲା ପରି ଅନୁଭବ ହୁଏ ଏବଂ ପରେ ହଠାତ୍ ଶକ୍ତି ସ୍ତର ଖସିଗଲା ପରି ଲାଗେ। ମାତ୍ର କଫିରେ ଘିଅ ମିଶାଇ ପିଇଲେ, ତାହା ଶରୀରର ଶକ୍ତି ହ୍ରାସ ପ୍ରକ୍ରିୟାକୁ ମନ୍ଥର କରିଦେଇଥାଏ। କାରଣ ଘିଅରେ ଥିବା ସ୍ବାସ୍ଥ୍ୟପ୍ରଦ ଚର୍ବିଗୁଡ଼ିକ କଫିରେ ଥିବା କ୍ୟାଫିନ୍ର ରକ୍ତରେ ମିଶିବା ପ୍ରକ୍ରିୟାକୁ ଧୀର କରିଦେଇଥାଏ। ଦେଶୀ ଘିଅ ହେଉଛି ଓମେଗା-୩, ୬ ଓ ୯ ପରି ହିତକରୀ ଚର୍ବିର ଏକ ଗନ୍ତାଘର ଯାହା ଶରୀରର ହଜମ ପ୍ରକ୍ରିୟା ସହିତ ହୃତ୍ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ସକାଳେ କଫି ପିଇବା ପରେ ପାକସ୍ଥଳୀରେ ଅମ୍ଳ ସ୍ତର ବଢ଼ିପାରେ। ତେବେ କଫିରେ ଘିଅ ମିଶାଇ ପିଇଲେ ସେ ଆଶଙ୍କା ଦୂର ହୋଇଥାଏ। ଘିଅ ଗ୍ୟାସ ସମସ୍ୟା ମଧ୍ୟ ଦୂର କରିଥାଏ।
ଶୀତରେ ପିଅନ୍ତୁ ଘିଅ-କଫି
/sambad/media/post_attachments/wp-content/uploads/2024/01/fhfhhffhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)