ଆମେ ପାଣି ପିଇବାଉପରେ ଯଥେଷ୍ଟ ଗୁରୁତ୍ୱ ଦେଇଥାଉ। ଚିକିତ୍ସକମାନେ ସୁସ୍ଥ ରହିବା ପାଇଁ ଅଧିକ ମାତ୍ରାରେ ଜଳ ପିଇବା ଲାଗି ପରାମର୍ଶ ଦେଇଥା’ନ୍ତି। କିନ୍ତୁ ଆପଣମାନେ କ’ଣ ଜାଣନ୍ତି ଯେ,ଯଦି ମଧୁମେହ ରକ୍ତଚାପ ବା ଥାଇରଏଡ଼୍ ଭଳି ରୋଗରେ ପୀଡ଼ିତ ,ତେବେ ଅଧିକ ପାଣି ପିଇବା ମଧ୍ୟ କ୍ଷତିକାରକ। କମ୍ ପାଣି ପିଇବା ଉଚିତ।ମନେ ରଖନ୍ତୁ କିଡ଼ିନିି କମ୍ କାର୍ଯ୍ୟକ୍ଷମ ହେଲେ ,କମ୍ ପାଣି ପିଇବା ଉଚିତ। କାରଣ ଏଭଳି ନ କଲେ ମୂତ୍ର ସଂକ୍ରମଣର ଶିକାର ମଧ୍ୟ ହୋଇପାରନ୍ତି। ଗର୍ଭାବସ୍ଥାରେ ବି ଯଦି ଉଚ୍ଚ ରକ୍ତଚାପ ବା ମଧୁମେହ ରୋଗରେ ପୀଡ଼ିତ ଥାଆନ୍ତି,ତେବେ ଏହାର ବିଶେଷ କୁ-ପ୍ରଭାବ ପଡ଼େ ନାହିଁ,ଯଦି ଆପଣ କମ୍ ଜଳ ପିଉଥିବେ।
ଡ଼ାଇବେଟିସ୍ ,ଥାଇରଏଡ଼୍ ଓ ରକ୍ତଚାପର ଶିକାର ହୋଇଥିଲେ ରୋଗୀର କିଡ଼ିନିର କାର୍ଯ୍ୟକ୍ଷମତା କମ୍ ହୋଇଯାଇଥାଏ। ଏଣୁ ଅଧିକ ପାଣି ପିଇଲେ ,ଶରୀର ଫୁଲିଯାଇଥାଏ ଓ କିଡ଼ିନି ମଧ୍ୟ ଖରାପ ହୋଇପାରେ।ଏଭଳି ସ୍ଥିତି ଉପୁଜିଲେ ,ରୋଗୀକୁ ନେଫୋଲୋଜି ବିଭାଗରେ ଚିକିତ୍ସିତ ହେବାର ଆବଶ୍ୟକତା ପଡ଼େ। ଅଧିକ ଜଳ ପିଇଲେ ପରିସ୍ରା ଥଳି ଫୁଲି ଯାଇଥାଏ। ଖାଲି ସେତିକି ନୁହେଁ ମୂତ୍ରଜନିତ ସମସ୍ୟା ବି ଦେଖା ଦେଇଥାଏ।