ଆପଣ ଜାଣିଥିବେ ନିଶ୍ଚୟ ଯେ ସକାଳ ସମୟ ହେଉଛି ମଣିଷ ଶରୀର ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ। ଆପଣ ସକାଳ ସମୟରେ କ’ଣ ଖାଉଛନ୍ତି ଓ କ’ଣ ପିଉଛନ୍ତି ତାହା ଆପଣଙ୍କ ଶରୀର ଉପରେ ବିଶେଷ ଭାବେ ପ୍ରଭାବ ପକାଇଥାଏ। ରାତିରେ ଆମେ ଦୀର୍ଘ ସମୟ ଧରି ଶୋଇ ରହୁଥିବା କାରଣରୁ ଶରୀରକୁ ଖାଦ୍ୟ, ପାନୀୟ ଠିକ୍ ଭାବେ ମିଳିପାରେ ନାହିଁ। ସକାଳୁ ଉଠିବା ପରେ ଆମ ଦେହ ଶୁଷ୍କ ହୋଇ ଯାଇଥାଏ। ଶରୀରରେ ଜଳୀୟ ଅଂଶ କମ୍ ହୋଇଥାଏ। ଏହି କାରଣରୁ ଆମକୁ ସାକାଳ ପାନୀୟ ଉପରେ ବିଶେଷ ଗୁରୁତ୍ବ ଦେବା ଆବଶ୍ୟକ। ତେବେ, ଚାଲନ୍ତୁ ଜାଣିବା ନିଜକୁ ସୁସ୍ଥ ରଖିବା ପାଇଁ ଆମକୁ କ’ଣ କ’ଣ କରିବାକୁ ପଡ଼ିଥାଏ।
ରାତିରେ ଏକ ଗ୍ଲାସ୍ ପାଣିରେ କିଛି ଜିରା ପକାଇ ରଖନ୍ତୁ। ସକାଳୁ ବିଛଣା ଛାଡ଼ିବା ମାତ୍ରେ ସେହି ପାଣିକୁ ଛାଣିଦେଇ ପିଅନ୍ତୁ। ଦୀର୍ଘ ସମୟ ପେଟ ଖାଲି ରହିବା ଦ୍ବାରା ଆପଣଙ୍କ ଭିତରେ ଯଦି ସାମାନ୍ୟ ଏସିଡିଟି ବାହାରିଥିବ ତେବେ ଜିରା ପାଣି ତାହାକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ।
ସକାଳ ସମୟରେ ଲେମ୍ବୁ ପାଣି ପିଇବା ମଧ୍ୟ ଖୁବ୍ ଉପକାରୀ ହୋଇଥାଏ। ମାତ୍ର ମନେ ରଖନ୍ତୁ କେବେ ବି ଲେମ୍ବୁ ପାଣି ଖାଲି ପେଟରେ ପିଇବେ ନାହିଁ। ଲେମ୍ବୁ ପାଣି ପିଇବା ପୂର୍ବରୁ ଆପଣ ପ୍ରାତଃ ଜଳଖିଆ କରି ସାରିଥିବା ଆବଶ୍ୟକ।
ଯଦି ସମ୍ଭବ ତେବେ ଖାଲି ପେଟରେ ପଇଡ଼ ପାଣି ପିଅନ୍ତୁ। ଏହା ଖୁବ୍ ଉପକାରୀ। ପେଟର ଅନେକ ରୋଗ ଭଲ ହୋଇଥାଏ। ଆପଣ ଭାବିିପାରନ୍ତି ଯେ ପଇଡ଼ ହେଉଛି ସକାଳ ସମୟର ସବୁଠାରୁ ଭଲ ପାନୀୟ।
ଯଦି ଆପଣଙ୍କର ଚାହା ଅଭ୍ୟାସ ଅଛି ତେବେ, ଅଦା ଚାହା ପିଅନ୍ତୁ। ତାହା ପୁଣି ଅଦା ମିଶ୍ରିତ କଳା ଚାହା। କାରଣ ସକାଳୁ ଖାଲି ପେଟରେ ଦୁଗ୍ଧ କିମ୍ବା ଅମୂଲ ଚାହା ପିଇବା ଶରୀର ପ୍ରତି ଖୁବ୍ କ୍ଷତିକାରକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/545202142-H.jpg)