ପାଣି ପିଅନ୍ତୁ; ସୁସ୍ଥ ରୁହନ୍ତୁ, ଜାଣନ୍ତୁ ପାଣି ପିଇବାର ଅନେକ ଫାଇଦା ବିଷୟରେ

0

ନିୟମ ଅନୁଯାୟୀ ପାଣି ପିଇଲେ, ଶରୀରକୁ ଅନେକ ଫାଇଦା ମିଳିଥାଏ। ଏହାଦ୍ୱାରା ହଜମ କ୍ରିୟା ଶୁଧୁରିବା ସହ ଓଜନ ମଧ୍ୟ କମ୍‌ କରି ହୁଏ। ଆସନ୍ତୁ ଜାଣିବା ପାଣି ପିଇବାର ଫାଇଦାଗୁଡ଼ିକ କ’ଣ….

ପ୍ରତିଦିନ ସକାଳେ ଉଠିବା ପରେ ଖାଲି ପେଟରେ ଏକ ଗ୍ଲାସ୍‌ ପାଣି ପିଇଲେ, ଓଜନ କମିବା ସହ ମସ୍ତିଷ୍କକୁ ପର୍ଯ୍ୟାପ୍ତ ପରିମାଣରେ ଶକ୍ତି ମିଳେ ଓ ଦିନଯାକ ସକ୍ରିୟ ରହିବାରେ ସାହାଯ୍ୟ କରେ।
ସକାଳର ଜଳଖିଆ ଖାଇବା ପୂର୍ବରୁ ଓ ପରେ ଏକ ଗ୍ଲାସ୍‌ ପାଣି ପିଇଲେ ଓଜନ ହ୍ରାସ ହୋଇଥାଏ।
ଚା କିଂବା କଫି ପିଇବାର ୧୦ରୁ ୧୫ ମିନିଟ୍‌ ପରେ ଅଧ ଗ୍ଲାସ୍‌ ପାଣି ପିଇଲେ ଶରୀରରେ ଅମ୍ଳ ନିୟନ୍ତ୍ରଣ ହେବା ସହ ଓଜନ ମଧ୍ୟ ବଢ଼ି ନ ଥାଏ।
ଲଞ୍ଚ୍‌ କିଂବା ଡିନର୍‌ର ୨୦ ମିନିଟ୍‌ ପୂର୍ବରୁ ଏକ ଗ୍ଲାସ୍‌ ପାଣି ପିଇଲେ ହଜମ ଭଲ ହୋଇଥାଏ ଓ ଅତ୍ୟଧିକ ଭୋକ ଲାଗି ନ ଥାଏ।
ଶୋଇବାର ଅଧା ଘଣ୍ଟା ପୂର୍ବରୁ ଗୋଟିଏ ଗ୍ଲାସ୍‌ ପାଣି ପିଇଲେ ରାତିରେ ଆଉ ଅଧିକ ଭୋକ ଲାଗି ନ ଥାଏ ଓ ଏହା ଶରୀର ମଧ୍ୟରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ।
ଦିନସାରା ୧୦-୧୨ ଥର କମ୍‌ କମ୍‌ କରି ପାଣି ପିଇଲେ ଶରୀରକୁ ଉଚିତ ପରିମାଣରେ ଜଳୀୟ ଅଂଶ ମିଳିଥାଏ। ଫଳରେ ଆପଣ କ୍ଳାନ୍ତ ହୋଇ ପଡ଼ିବେ ନାହିଁ।
ସମ୍ବନ୍ଧିତ ଖବର

Leave A Reply

Your email address will not be published.