ଆପଣ ଜାଣନ୍ତି ଯେ ସୁସ୍ଥ ଶରୀର ପାଇଁ ପରିବା ଓ ଫଳର କୌଣସି ବିକଳ୍ପ ନାହିଁ। ସୁସ୍ଥକର ପରିବା ମଧ୍ୟରୁ ବିଟ୍ ଅନ୍ୟତମ୍। ନ୍ୟୁଟ୍ରିଏଣ୍ଟ୍ସରେ ଭରା ଏହି ପରିବାର ଅନେକ ସୁଗୁଣ ରହିଛି। ନିକଟରେ ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ଯଦି ଆପଣ ଦୈନିକ ଗୋଟାଏ ଗ୍ଲାସ୍ ବିଟ୍ ଜୁସ୍ ପିଇବେ ତ ଆପଣଙ୍କୁ କରୋନାଜନିତ ହୃଦ୍ରୋଗ ପ୍ରଭାବିତ କରିପାରିବ ନାହିଁ।
ବିଟ୍ ରସରେ ଅଧିକ ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ୍ସ ଥାଏ। ଯାହା ଶରୀରର ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଦିନରେ ଯଦି ଦୁଇ ବା ତିନି ଚାମଚ ବିଟ୍ ରସକୁ ଏକ ଗ୍ଲାସ୍ର ଗାଜର ରସ ସହିତ ମିଶାଇ ପିଇବେ,ତେବେ ବ୍ଲଡ ପ୍ଲେଟ ଲେଟ୍ସ ତୀବ୍ର ଗତିରେ ବୃଦ୍ଧିପାଇଥାଏ।
ଯଦି ଆପଣଙ୍କୁ ବାରମ୍ବାର ଥକ୍କାପଣ, ମୁଣ୍ଡ ବୁଲାଇବା, ଓଜନ ବଢିବା ଏବଂ ମାଂସପେଶୀ ଦୁର୍ବଳ ଲାଗିବା ଭଳି ସମସ୍ୟାର ଉପୁଜୁଛି ତେବେ ଆପଣ ଥାଇରଏଡ୍ ଥାଇପାରେ ବୋଲି ଧରିନିଅନ୍ତୁ। ଏଭଳି ସମୟରେ ଫାଇବର୍ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହି ରୋଗରୁ ମୁକ୍ତି ମିଳିପାରିବ। ଥାଇରଏଡ୍ଠାରୁ ନିଜକୁ ବଞ୍ଚେଇ ରଖିବାକୁ ହେଲେ ଆପଣ ପ୍ରଚୁର ପରିମାଣର ବିଟ୍ ଖାଆନ୍ତୁ। ନଚେତ୍ ବିଟ୍ ରସ ପିଅନ୍ତୁ।
ଦିନରେ ଅତି କମ୍ରେ ଗୋଟିଏ ବିଟ୍ ମଧ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। ଏଥିରେ ଥାଇରଏଡ୍ କମ୍ କରିବାର ତତ୍ତ୍ୱ ଥାଏ। ଏଥିରେ ଇମ୍ୟୁନ୍ ସିଷ୍ଟମ୍ ବଢିଥାଏ ଏବଂ ଥାଇରଏଡ୍ ହରମୋନ୍ ନିୟନ୍ତ୍ରିତ ହୋଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Untitled-20.jpg)