ସକାଳୁ ଉଠି ଖାଲି ପେଟରେ ଚା’ ପିଉଛନ୍ତି କି? ହୋଇଯାନ୍ତୁ ସାବଧାନ୍
ଚା’ ପିଇବା ପ୍ରାୟତଃ ସବୁ ଲୋକଙ୍କୁ ପସନ୍ଦ ଆସିଥାଏ । ସକାଳୁ ଉଠୁ ଉଠୁ ଚା’ର ମଜା ପ୍ରାୟ ସମସ୍ତେ ନେଇଥାନ୍ତି । ଭାରତରେ ଚା’ ପିଉଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ କିଛି ଲୋକଙ୍କ ଦିନ ବିନା ଚା’ରେ ଆରମ୍ଭ ହୋଇ ନ ଥାଏ । କିନ୍ତୁ ଖାଲି ପେଟରେ ଚା’ ପିଇବା ଶରୀର ପାଇଁ କେତେ କ୍ଷତିକାରକ ତାହା ଆପଣ ଜାଣଛନ୍ତି କି? ଯଦି ଆପଣ ସକାଳୁ ଉଠି ଖାଲି ପେଟରେ ଚା’ ପିଉଛନ୍ତି ତେବେ ଆଜିଠାରୁ ଏହି ଅଭ୍ୟାସକୁ ବଦଳାନ୍ତୁ । ଏପରି ନ କଲେ ଆପଣଙ୍କ ଶରୀରରେ ଅନେକ ପ୍ରକାରର ଶାରୀରିକ ସମସ୍ୟା ଦେଖାଯିବ । ଏବେ ଆସନ୍ତୁ ଜାଣିବା ସେ ସବୁ ସମସ୍ୟା ବିଷୟରେ।
Sambad is now on WhatsApp
Join and get latest news updates delivered to you via WhatsApp
୧.ଖାଲି ପେଟରେ ସବୁ ଦିନ ସକାଳୁ ଚା’ ପିଇବା ଦ୍ୱାରା ପୁରୁଷଙ୍କଠାରେ ପ୍ରୋଷ୍ଟେଟ୍ କ୍ୟାନ୍ସର ଦେଖାଯିବାର ଆଶଙ୍କା ରହିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି ।
୨.ଚା’ରେ ଥିବା ତତ୍ତ୍ୱଗୁଡ଼ିକ ପେଟରେ ଏସିଡ଼୍କୁ ବଢ଼ାଇ ଦେଇଥାଏ । ଯାହାଦ୍ୱାରା ଅଲ୍ସର ଏବଂ ଏସିଡ଼ିଟିର ସମସ୍ୟା ଦେଖା ଦେଇଥାଏ । ସେଥିପାଇଁ ଖାଲି ପେଟରେ କେବେ ହେଲେ ଚା’ ପିଅନ୍ତୁ ନାହିଁା
୩.ଗବେଷଣା ଅନୁଯାୟୀ ଯେଉଁ ଲୋକମାନେ ଖାଲି ପେଟରେ କ୍ଷୀର ଚା’ ପିଇଥାନ୍ତି,ସେମାନଙ୍କ ପାଖରେ ଥକାପଣ ସମସ୍ୟା ଦେଖା ଦେଇଥାଏ । ଏମାନେ କୌଣସି କାମ କରିବା ପରେ ଶୀଘ୍ର ଥକିଯାନ୍ତି । ଚା’ରେ କ୍ଷୀର ମିଶାଇଲେ ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ସରି ଯାଇଥାଏ ।
୪.କଳା ଚା’ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । କିନ୍ତୁ ଖାଲି ପେଟରେ ଏହାକୁ ପିଇଲେ ପେଟ ଫୁଲିବାର ସମସ୍ୟା ଆରମ୍ଭ ହୋଇଥାଏ ।