ସକାଳୁ ଉଠି ଖାଲି ପେଟରେ ଚା’ ପିଉଛନ୍ତି କି? ଦେଖା ଦେଇପାରେ ଏହି ସବୁ ଶାରୀରିକ ସମସ୍ୟା

ଚା’ ପିଇବା ପ୍ରାୟତଃ ସବୁ ଲୋକଙ୍କୁ ପସନ୍ଦ ଆସିଥାଏ । ସକାଳୁ ଉଠୁ ଉଠୁ ଚା’ର ମଜା ପ୍ରାୟ ସମସ୍ତେ ନେଇଥାନ୍ତି । ଭାରତରେ ଚା’ ପିଉଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ କିଛି ଲୋକଙ୍କ ଦିନ ବିନା ଚା’ରେ ଆରମ୍ଭ ହୋଇ ନ ଥାଏ । କିନ୍ତୁ ଖାଲି ପେଟରେ ଚା’ ପିଇବା ଶରୀର ପାଇଁ କେତେ କ୍ଷତିକାରକ ତାହା ଆପଣ ଜାଣଛନ୍ତି କି? ଯଦି ଆପଣ ସକାଳୁ ଉଠି ଖାଲି ପେଟରେ ଚା’ ପିଉଛନ୍ତି ତେବେ ଆଜିଠାରୁ ଏହି ଅଭ୍ୟାସକୁ ବଦଳାନ୍ତୁ । ଏପରି ନ କଲେ ଆପଣଙ୍କ ଶରୀରରେ ଅନେକ ପ୍ରକାରର ଶାରୀରିକ ସମସ୍ୟା ଦେଖାଯିବ । ଏବେ ଆସନ୍ତୁ ଜାଣିବା ସେ ସବୁ ସମସ୍ୟା ବିଷୟରେ।

୧.ଖାଲି ପେଟରେ ସବୁ ଦିନ ସକାଳୁ ଚା’ ପିଇବା ଦ୍ୱାରା ପୁରୁଷଙ୍କଠାରେ ପ୍ରୋଷ୍ଟେଟ୍‌ କ୍ୟାନ୍‌ସର ଆଶଙ୍କା ଦେଖା ଯାଇଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି ।
୨.ଚା’ରେ ଥିବା ତତ୍ତ୍ୱଗୁଡ଼ିକ ପେଟରେ ଏସିଡ଼୍‍କୁ ବଢ଼ାଇ ଦେଇଥାଏ । ଯାହାଦ୍ୱାରା ଅଲ୍‌ସର ଏବଂ ଏସିଡ଼ିଟିର ସମସ୍ୟା ଦେଖା ଦେଇଥାଏ । ସେଥିପାଇଁ ଖାଲି ପେଟରେ କେବେ ହେଲେ ଚା’ ପିଅନ୍ତୁ ନାହିଁା

India Today

୩.ଗବେଷଣା ଅନୁଯାୟୀ ଯେଉଁ ଲୋକମାନେ ଖାଲି ପେଟରେ କ୍ଷୀର ଚା’ ପିଇଥାନ୍ତି,ସେମାନଙ୍କ ପାଖରେ ଥକାପଣ ସମସ୍ୟା ଦେଖା ଦେଇଥାଏ । ଏମାନେ କୌଣସି କାମ କରିବା ପରେ ଶୀଘ୍ର ଥକିଯାନ୍ତି । ଚା’ରେ କ୍ଷୀର ମିଶାଇଲେ ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ସରି ଯାଇଥାଏ ।
୪.କଳା ଚା’ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । କିନ୍ତୁ ଖାଲି ପେଟରେ ଏହାକୁ ପିଇଲେ ପେଟ ଫୁଲିବାର ସମସ୍ୟା ଆରମ୍ଭ ହୋଇଥାଏ ।

ସମ୍ବନ୍ଧିତ ଖବର