ଅଧିକ ପାଣି ପିଇବା ଦ୍ୱାରା ବଢ଼ିଥାଏ ଓଜନ, ଉପୁଜିଥାଏ କିଡ୍‌ନୀ ସମସ୍ୟା

ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଦିନକୁ ୮-୧୦ଗ୍ଲାସ ପାଣି ନିହାତି ପିଇବା ଆବଶ୍ୟକ । କିନ୍ତୁ ବେଳେ ବେଳେ ଅଧିକ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିବା ପରିବର୍ତ୍ତେ ଅନେକ ଶାରୀରିକ ସମସ୍ୟା ଦେଖା ଯାଇଥାଏ । ଦିନକୁ ଦରକାରଠାରୁ ଅଧିକ ପାଣି ପିଇବା ଦ୍ୱାରା କିଡ୍‌ନୀକୁ ଦରକାରଠାରୁ ଅଧିକ କାମ କରିବାକୁ ପଡ଼ିଥାଏ । ଯାହା ଦ୍ୱାରା ଶରୀରରେ ଅନେକ ସମସ୍ୟା ଦେଖାଯାଇଥାଏ । ଆସନ୍ତୁ ଜାଣିବା ସେ ବିଷୟରେ….

୧. ଦରକାରଠାରୁ ଅଧିକ ପାଣି ପିଇବା ଦ୍ୱାରା ଶରୀରରେ ସୋଡିୟମର ମାତ୍ରା କମ ହେବାକୁ ଲାଗିଥାଏ । ଯାହାଦ୍ୱାରା ମସ୍ତିଷ୍କରେ ସମସ୍ୟା ଆସି ଯାଇଥାଏ । ଏହା ସହ ହାଇପୋଟ୍ରିମିୟା ହେବାର ଆଶଙ୍କା ମଧ୍ୟ ବଢ଼ି ଯାଇଥାଏ ।

୨. ଅଧିକ ପାଣି ପିଇଲେ ଓଭରହାଇଡ୍ରେସନର ସମସ୍ୟା ଦେଖା ଯାଇଥାଏ । ଏହାର ସିଧା ପ୍ରଭାବ କିଡ୍‌ନୀ ଉପରେ ପଡ଼ିଥାଏ । କିଡ୍‌ନୀ ଶରୀରରେ ପାଣିକୁ ଶୁଦ୍ଧ କରିବାର କାମ କରିଥାଏ । ଅଧିକ ପାଣି ପିଇବା ଦ୍ୱାରା କିଡ୍‌ନୀ ପାଣିକୁ ଶରୀରରୁ ବାହାର କରି ପାରି ନଥାଏ, ଯାହାଦ୍ୱାରା କିଡ୍‌ନୀ ଉପରେ ଚାପ ପଡ଼ିବା ଆରମ୍ଭ ହୋଇ ଯାଇଥାଏ ।

healtheuropa.eu

୩. ଅଧିକ ପାଣି ପିଇବା ଦ୍ୱାରା ରକ୍ତର ଘନତ୍ୱ ବଢ଼ିଥାଏ । ଏହାଦ୍ୱାରା ହୃଦ୍‌ଜନିତ ସମସ୍ୟା ହେବାର ଆଶଙ୍କା ବଢ଼ି ଯାଇଥାଏ ।

୪. ଦରକାରଠାରୁ ଅଧିକ ପାଣି ପିଇବା ଦ୍ୱାରା ଖାଦ୍ୟ ହଜମ ହେବା ପରିବର୍ତ୍ତେ ବଦ୍‌ହଜମିର ସମସ୍ୟା ଆରମ୍ଭ ହୋଇ ଯାଇଥାଏ । ଅଧିକ ପାଣି ପିଇଲେ ପାଚନ ରସ ଠିକ୍‌ ଭାବରେ କାମ କରିବା ବନ୍ଦ କରି ଦେଇଥାଏ ।

American School of Natural Health
ସମ୍ବନ୍ଧିତ ଖବର