ଅତ୍ୟଧିକ ଉତ୍ତପ୍ତ ଚାହା ଓ କଫି ଗଳା ପାଇଁ ବିପଦ!

ଗରମ ଥିବା ଅବସ୍ଥାରେ ଚାହା ଓ କଫି ପିଇବାକୁ ସମସ୍ତେ ପସନ୍ଦ କରନ୍ତି। ଏହି ଦୁଇ ପାନୀୟରେ କେତେକ ସ୍ବାସ୍ଥ୍ୟକାରୀ ଗୁଣ ଥିବା ମଧୢ ପ୍ରମାଣିତ ହୋଇସାରିଛି। ତେବେ, ଅତ୍ୟଧିକ ଉତ୍ତପ୍ତ ଚାହା ଓ କଫି ଗଳା ପାଇଁ ବିପଦ। ଏହା ଦ୍ବାରା ଗଳା କର୍କଟ ସୃଷ୍ଟି ହେବାର ଆଶଙ୍କା ଥିବା ସ୍ବାସ୍ଥ୍ୟ ଗବେଷକମାନେ ସତର୍କ କରାଇଛନ୍ତି। ଆମେରିକାନ୍‌ କ୍ୟାନସର‌୍‌ ସୋସାଇଟିର ଦଳେ ଗବେଷକ ପଚାଶ ହଜାର ଚାହା ଅଭ୍ୟାସକାରୀଙ୍କ ଉପରେ ଦଶ ବର୍ଷ ଧରି ଅଧୢୟନ କରିଥିଲେ। ଜଣାପଡ଼ିଲା ଯେ ପ୍ରତିଦିନ ଷାଠିଏ ଡିଗ୍ରୀ କି˚ବା ତା’ ଠାରୁ ଅଧିକ ଉତ୍ତପ୍ତ ଚାହା ପିଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଗଳା କର୍କଟ ଆଶଙ୍କା ନବେ ପ୍ରତିଶତ ଅଧିକ। ପୂର୍ବରୁ ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ପକ୍ଷରୁ ମଧୢ ଗରମ ଚାହା ଓ କଫି ପାନୀୟ ଗଳା କର୍କଟର ଏକ କାରଣ ବୋଲି ଦର୍ଶାଯାଇଥିଲା। ତେବେ, ଅତି ଗରମ ଚାହା କି˚ବା କଫି ଗଳା କର୍କଟର ଏକମାତ୍ର କାରଣ ନୁହେଁ, ଧୂମପାନ କି˚ବା ମଦ୍ୟପାନ ମଧୢ ଏହି ଅଶଙ୍କା ସୃଷ୍ଟି କରୁଥିବା ଅଧୢୟନ ରିପୋର୍ଟ‌୍‌ରେ କୁହାଯାଇଛି।

ସମ୍ବନ୍ଧିତ ଖବର