ଭୁଲ ସମୟରେ ପାଣି ପିଇବା ହୋଇପାରେ ହାନୀକାରକ, ଜାଣନ୍ତୁ କେଉଁ ସମୟରେ ପାଣି ପିଇଲେ ମିଳିବ କେଉଁ ଫାଇଦା…

ଶରୀର ପାଇଁ ପାଣି କେତେ ଗୁରୁତ୍ୱପୂର୍ଣ୍ଣ, ତାହା ସମସ୍ତଙ୍କୁ ଜଣା । ପାଣି ପିଇବା ଦ୍ୱାରା ଶରୀରର ଅଧାରୁ ଅଧିକ ସମସ୍ୟା ଦୂର ହୋଇ ଯାଇଥାଏ । କିନ୍ତୁ ଭୁଲ ସମୟରେ ପାଣି ପିଇବା ଦ୍ୱାରା ଶରୀରକୁ ଏହାର ଲାଭ ମିଳିବା ପରିବର୍ତ୍ତେ ଶରୀରର କ୍ଷତି ହୋଇଥାଏ । ଆସନ୍ତୁ ଜାଣିବା କେଉଁ ସମୟରେ ପାଣି ପିଇବା ଦ୍ୱାରା ଶରୀରର କେଉଁ ସମସ୍ୟା ଦୂର ହୋଇଥାଏ ।

୧. ଖାଦ୍ୟକୁ ଭଲ ଭାବରେ ହଜମ କରିବା ପାଇଁ ଖାଦ୍ୟ ଖାଇବାର ୩୦ମିନିଟ୍‌ ପୂର୍ବରୁ ଗୋଟେ ଗ୍ଲାସ ପାଣି ପିଅନ୍ତୁ ।

୨. ଗାଧୋଇବା ପୂର୍ବରୁ ଯଦି ଆପଣ ଗୋଟେ ଗ୍ଲାସ ପାଣି ପିଉଛନ୍ତି, ତେବେ ଆପଣଙ୍କ ନିମ୍ନ ରକ୍ତଚାପର ସମସ୍ୟା ଦୂର ହେବ ।

nari.punjabkesari.in

 

୩. ଶୋଇବାର କିଛି ସମୟ ପୂର୍ବରୁ ଗୋଟେ ଗ୍ଲାସ ପାଣି ପିଇବା ଆରମ୍ଭ କରନ୍ତୁ । ଏଭଳି କଲେ ହୃଦ୍‌ଜନିତ ସମସ୍ୟା ହେବାର ଆଶଙ୍କା କମ ହୋଇ ଯାଇଥାଏ ।

୪. ସକାଳୁ ଉଠିବା ପରେ ପରେ ୨ଗ୍ଲାସ ପାଣି ପିଇବା ଅଭ୍ୟାସରେ ପରିଣତ କରନ୍ତୁ । ଏପରି କରିବା ଦ୍ୱାରା ମୁଣ୍ଡବିନ୍ଧା, କିଡ୍‌ନି ସମସ୍ୟା, ହୃଦ୍‌ଜନିତ ସମସ୍ୟା, ମାସିକଧର୍ମର ଯନ୍ତ୍ରଣା ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର ହୋଇଥାଏ ।

nari.punjabkesari.in
ସମ୍ବନ୍ଧିତ ଖବର