ତମ୍ବା ପାତ୍ରରେ ୮ ଘଣ୍ଟା ରଖାଯାଇଥିବା ପାଣି ପିଅନ୍ତୁ: ରହିବେ ନିରୋଗ, ମିଳିବ ଅନେକ ଲାଭ

ପୂର୍ବକାଳରେ ଲୋକମାନେ ରୋଷେଇ ପାଇଁ ଏବଂ ଭୋଜନ କରିବା ପାଇଁ ମାଟି ପାତ୍ର ବ୍ୟତୀତ କଂସା, ପିତ୍ତଳ, ଲୁହା, ଆଲୁମିନିୟମ୍‌, ଚାନ୍ଦି ବା ତମ୍ବାର ବାସନ ବ୍ୟବହାର କରୁଥିଲେ । ସେତେବେଳେ ଷ୍ଟିଲ୍‌ର ବ୍ୟବହାର ହେଉନ ଥିଲା । ସେଥିପାଇଁ ଏହି ସବୁ ଧାତୁର ବାସନ ବ୍ୟବହାର ହେଉଥିଲା । ଷ୍ଟିଲ୍‌ ବାସନ ଶସ୍ତା ଓ ଏହାର ଦର କମ୍‌ ହୋଇଥିବାରୁ ଏହା ବହୁଳ ପରିମାଣରେ ବ୍ୟବହାର ହେଉଛି । ଆଉ କଂସା, ପିତ୍ତଳ ଆଦି ଧାତୁର ବାସନ ବ୍ୟବହାର ହେଉନାହିଁ । କାରଣ ଏହାର ମୂଲ୍ୟ ଅଧିକ ଏବଂ ଏହାକୁ ରଖିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ । କିନ୍ତୁ ଷ୍ଟିଲ୍‌ ବାସନର ଏପରି ଧ୍ୟାନ ରଖାଯାଏ ନାହିଁ । ଏହି ବାସନ ବ୍ୟବହାର କରିବା ଦ୍ୱାରା ଅନେକ ଲାଭ ମିଳିଥାଏ ।

ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ । କିନ୍ତୁ ଯଦି ଠିକ୍‌ ଭାବରେ ଏହି ଧାତୁର ବାସନ ବ୍ୟବହାର ହୁଏ ନାହିଁ, ତା’ହେଲେ ଏହାର ଲାଭ ମିଳି ନ ପାରେ । ପାଣି ସହିତ ତମ୍ବା ରାସାୟନିକ ପ୍ରତିକ୍ରିୟା କରିଥାଏ ଏବଂ ଏହାର ଫଳସ୍ୱରୂପ ଆଣ୍ଟିବ୍ୟାକ୍ଟେରିଆ,ଆଣ୍ଟି-ଇଂଫ୍ଲାମେଟୋରି ଗୁଣ ସବୁ ଉତ୍ପନ୍ନ ହୋଇଥାଏ । ସେଥିପାଇଁ ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ ।

Namaste Happiness

୨୦୧୨ ମସିହାର ଏକ ଅଧ୍ୟୟନ ଅନୁସାରେ ତମ୍ବା ପାତ୍ରରେ ପାଣି ରଖିବା ଦ୍ୱାରା ଏହାର ଅଶୁଦ୍ଧତା କମ୍‌ ହୋଇଯାଏ । ଅଧ୍ୟୟନରୁ ମଧ୍ୟ ଜଣାପଡିଛି ଯେ ତମ୍ବା ପାତ୍ରରେ ୧୬ ଘଣ୍ଟା ପର୍ଯ୍ୟନ୍ତ ପାଣି ରଖିବା ଦ୍ୱାରା ସେଥିରେ ଥିବା ଜୀବାଣୁ ମରିଯାଆନ୍ତି। ତାମ୍ର ଜଳର ଆଣ୍ଟି-ବ୍ୟାକ୍ଟେରିଆଲ,ଆଣ୍ଟି-ଇଂଫ୍ଲାମେଟୋରି ତତ୍ତ୍ୱ ପାଇଁ ଶରୀରର ଭିତର ଏବଂ ବାହାର ଘା’କୁ ଶୁଖିବାରେ ସାହାଯ୍ୟ କରିଥାଏ । ଥାଇରଏଡ ଗ୍ରନ୍ଥିର ସ୍ରାବକୁ ମଧ୍ୟ ସନ୍ତୁଳିତ କରିଥାଏ, ଅର୍ଥରାଇଟିସ୍‌ର ଯନ୍ତ୍ରଣାକୁ କମେଇବାରେ ସାହାଯ୍ୟ କରିଥାଏ । କୋଲେଷ୍ଟରଲ କମ୍‌ କରିବାରେ ସାହାଯ୍ୟ କରିଥାଏ ।

ଆର୍ୟୁବେଦ ଅନୁସାରେ ତମ୍ବା ପାତ୍ରରେ ରଖାହୋଇଥିବା ପାଣି ଶରୀରରେ ବାତ, ପିତ ଏବଂ କଫକୁ ନିୟନ୍ତ୍ରିତ କରିଥାଏ । ଏଥିପାଇଁ ପାଣିକୁ ତମ୍ବା ପାତ୍ରରେ ପ୍ରାୟ ୮ ଘଣ୍ଟା ରଖିବା ଦରକାର । ଏହି ପାଣି ମଧ୍ୟ ବାସି ହୋଇ ନ ଥାଏ ଏବଂ ବହୁତ ସମୟ ଯାଏଁ ରହିଥାଏ । ତମ୍ବା ପାତ୍ରକୁ କେବେ ହେଲେ ମାଟି ଉପରେ ରଖିବେ ନାହିଁ । ମାଟି ଉପରେ ରଖିବା ଦ୍ୱାରା ପୃଥିବୀର ଗୁରୁତ୍ୱାକର୍ଷଣ ଶକ୍ତି ହେତୁ ତମ୍ବାର ସମସ୍ତ ଗୁଣ ପାଣିରେ ମିଶିପାରେ ନାହିଁ । ଫଳରେ ଏହାର ଲାଭ ଆପଣଙ୍କୁ ମିଳିପାରିବ ନାହିଁ । ତେଣୁ ଏହାକୁ କାଠ କିମ୍ବା ଟେବୁଲ ଉପରେ ରଖନ୍ତୁ । ଏହାର ପାତ୍ରକୁ ମଧ୍ୟ ଭଲରେ ସଫା ରଖନ୍ତୁ ।

ସମ୍ବନ୍ଧିତ ଖବର