ଠିଆ ହୋଇ ପାଣି ପିଉଛନ୍ତି କି ? ଭୋଗିପାରନ୍ତି ଏସବୁ କଷ୍ଟ

ସାଧାରଣତଃ ଆମେ ଅନେକ ସମୟରେ ଫ୍ରିଜ୍‌ରୁ ଥଣ୍ଡା ପାଣି ବୋତଲ କାଢି ଠିଆ ହୋଇ ଢାକ୍‌ ଢାକ୍‌ କରି ସବୁ ପାଣି ପିଇ ଦେଇଥାଉ। କିନ୍ତୁ ଏହାର ଶରୀର ଉପରେ ଯେ କି କୁପ୍ରଭାବ ପକାଇବ, ସେ କଥା ଚିନ୍ତା କରି ନଥାଉ। ଆମେ ଭାବୁ ଯେ ଶୋଷ ତ ମେଣ୍ଟୁଛି, ତେଣିକି ଠିଆ ହୋଇକି ପାଣି ପିଉ କି ବସି ବସି।
କିନ୍ତୁ ଜାଣି ରଖନ୍ତୁ ଠିଆ ହୋଇ ପାଣି ପିଇଲେ, କି କଷ୍ଟ ଭୋଗିବାକୁ ପଡ଼ିଥାଏ।

-ଠିଆ ହୋଇ ପାଣି ପିଇଲେ, ଆଣ୍ଠୁ ଓ ଗଣ୍ଠିମାନଙ୍କରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ।
-ଖାଲି ସେତିକି ନୁହେଁ, ଠିଆ ହୋଇ ପାଣି ପିଇଲେ, ଜଳ ଶୀଘ୍ର ତଳକୁ ଚାଲି ଯାଇଥାଏ। ଏହା ଫଳରେ ମୂତ୍ରାଶୟ ଓ ହୃଦୟଜନିତ ରୋଗ ହେବାର ଆଶଙ୍କା ରହିଥାଏ।
-ପ୍ରକୃତରେ ଠିଆ ହୋଇ ପାଣି ପିଇଲେ ପ୍ରକୃତରେ ଶୋଷ ମେଣ୍ଟେ ନ ଥାଏ। ଆୟୁର୍ବେଦରେ କୁହାଯାଇଛି ଯେ ପାଣି ଏମିତି ପିଇବା ଉଚିତ, ଯାହା ଖାଇବା ଭଳି ଲାଗିବା ଦରକାର।


-ଆପଣ ବସି କରି ପାଣି ପିଇଲେ, ସ୍ନାୟୁବିକ ଧାରା ଭଲ ଭାବେ କାମ କରିଥାଉ। କିନ୍ତୁ ଠିଆ ହୋଇ ପାଣି ପିଇଲେ ଆପଣଙ୍କର ହଜମ କ୍ରିୟା ପ୍ରଭାବିତ ହୋଇଥାଏ।
-ଠିଆ ହୋଇ ପାଣି ପିଇଲେ ଶରୀରରେ ଜଳୀୟ ଅଂଶର ମାତ୍ରା ବଢେ ନାହିଁ ବରଂ ଏହା କମିଥାଏ।
ଅନେକ ଲୋକ ଖାଇବା ପରେ ଥଣ୍ଡା ଜଳ ପିଇ ଥାଆନ୍ତି । ଏପରି କରିବା ଅନୁଚିତ, କାରଣ ବଦଭ୍ୟାସ ଆପଣଙ୍କୁ ଜଣେ ହୃଦ୍‌ରୋଗୀ କରିବାର ଆଶାଙ୍କା ରହିଛି ।

ସମ୍ବନ୍ଧିତ ଖବର