ଆମମାନଙ୍କ ଭିତରୁ କେତେକଙ୍କର ବିଳମ୍ବିତ ରାତ୍ରିରେ ଭୋଜନ କରିବାର ଅଭ୍ୟାସ ରହିଛି। ଏହାପରେ ସଙ୍ଗେ ସଙ୍ଗେ ଶୋଇଲେ ଓଜନ ବଢ଼ିଯାଇଥାଏ ବୋଲି ମଧ୍ୟ ଆମର ବିଶ୍ୱାସ ରହିଛି। କିନ୍ତୁ ଏମିତି କିଛି ପାନୀୟ ଅଛି,ଯାହାକୁ ବିଳମ୍ବିତ ରାତ୍ରିରେ ଭୋଜନପରେ ପିଇଲେ ଓଜନ ବୃଦ୍ଧି ପାଇବ ନାହିଁ।
ପ୍ରଥମଟି ହେଲା ଦୁଗ୍ଧପାନ। ଶୋଇବା ପୂର୍ବରୁ ଏକ ଗ୍ଲାସ ଦୁଧ ପିଇଲେ ଖୁବ୍ ଭଲ ନିଦ ଆସେ। ତା’ ଛଡ଼ା ଶରୀରରେ ଯେତେ ଚାପ ଥିଲେ ତାହା କମିବା ସହିତ ଶରୀରରେ ଓଜନ ମଧ୍ୟ କମିଥାଏ।
ଠିକ୍ ସେହିପରି ଲୋକାଲୋରି ସୋୟା ମିଲ୍କ ସେବନ କରିଲେ ମଧ୍ୟ ଓଜନ ହ୍ରାସ ପାଇଥାଏ। ଏଥିରେ ଆଦୌ କାଲୋରି ନ ଥାଏ।
ରାତିରେ ଶୟନ ପୂର୍ବରୁ ଅଙ୍ଗୁର ଜୁସ୍ ପିଇଲେ ମଧ୍ୟ ଭଲ ନିଦ ଆସେ ଓ ଫ୍ୟାଟ୍ନେସ କମିଥାଏ।
କେମୋମାଇଲ୍ ଟି ସେବନ କରିଲେ ମଧ୍ୟ ଓଜନ କମିଥାଏ।ଏହି ଚାହା ପିଇଲେ ଗ୍ଲିସିନ୍ ର ସ୍ତରରେ ବୃଦ୍ଧି ପାଇଥାଏ। ଖାଲି ସେତିକି ନୁହେଁ ଏହା ଶରୀରର ଯନ୍ତ୍ରଣା ଦୂର କରିବା ସହିତ ମସ୍ତିଷ୍କକୁ ଶାନ୍ତ ରଖେ।
ଶୋଇବା ପୂର୍ବରୁ ଏକ ଗ୍ଲାସ ମୌସୁମୀର ଜୁସ୍ ପିଇଲେ ମଧ୍ୟ ଭଲ ନିଦ ହୋଇଥାଏ। ଏହା ଶରୀରର ଓଜନ କମ୍ କରିବାରେ ସହାୟକ ହୋଇଥାଏ। ଏଥିରେ ଭିଟାମିନ୍ ସି ଓ ପୋଟାସିଅମ୍ ପ୍ରଚୁର ମାତ୍ରାରେ ଥିବା ହେତୁ ଏହା ତ୍ୱଚା ପାଇଁ ମଧ୍ୟ ଲାଭପ୍ରଦ ବୋଲି କୁହାଯାଏ। ଖାଲି ସେତିକି ନୁହେଁ ମୌସୁମୀ ଜୁସ୍ ପିଇଲେ ରକ୍ତ ସଞ୍ଚାଳନ ମଧ୍ୟ ନିୟନ୍ତ୍ରିତ ହୋଇଥାଏ।